India Wins Double Gold / ଏସିଆନ୍ ଗେମ୍ସ: କବାଡ଼ିରେ ଭାରତକୁ ଡବଲ୍ ସ୍ବର୍ଣ୍ଣ, ଇରାନକୁ ହରାଇ ଉଭୟ ପୁରୁଷ ଓ ମହିଳା ଜିତିଲେ ଗୋଲ୍ଡ
·1 hour ago·2 min read

Key Points
କବାଡ଼ିରେ ଭାରତକୁ ଡବଲ୍ ସ୍ୱର୍ଣ୍ଣ
ଫାଇନାଲରେ ଇରାନକୁ 40-34ରେ ହରାଇଲା
ମହିଳା ବି ଇରାନକୁ ହରାଇ ଜିତିଲେ ଗୋଲ୍ଡ
ଫାଇନାଲରେ ଇରାନକୁ 40-34ରେ ହରାଇଲା
ମହିଳା ବି ଇରାନକୁ ହରାଇ ଜିତିଲେ ଗୋଲ୍ଡ
ଶନିବାର ଏସିଆନ୍ ଗେମ୍ସରେ ଭାରତକୁ ମିଳିଲା ଡବଲ୍ ଗୋଲ୍ଡ । ପ୍ରଥମେ ମହିଳା କବାଡ଼ି ଦଳ, ଆଉ ତା'ପରେ ପୁରୁଷ କବାଡ଼ି ଦଳ କଲେ କମାଲ । ଇରାନକୁ ହରାଇ ଉଭୟ ଦଳ ଚଳିତ ଏସିଆନ୍ ଗେମ୍ସରେ ହାସଲ କରିଛି ସ୍ବର୍ଣ୍ଣ । ମହିଳା ଦଳ ପରେ ପୁରୁଷ ଦଳର ଏହି ସ୍ୱର୍ଣ୍ଣ ସହ ଭାରତର ଖାତାରେ ଯୋଡ଼ି ହୋଇଛି ଚତୁର୍ଥ ଗୋଲ୍ଡ ।
୨୦୨୬ ଏସିଆନ୍ ଗେମ୍ସରେ କବାଡ଼ିରେ ଭାରତ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛି । ପୁରୁଷ କବାଡ଼ି ଦଳ ରୋମାଞ୍ଚକର ଫାଇନାଲରେ ଇରାନକୁ ୪୦-୩୪ ପଏଣ୍ଟରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛି । ଏହି ମ୍ୟାଚ୍ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କଡ଼ା ଲଢ଼େଇ ଦେଖିବାକୁ ମିଳିଥିଲା ।
ପ୍ରଥମ ହାଫ୍ରେ ଇରାନର ଦବଦବା
ମ୍ୟାଚ୍ର ପ୍ରଥମ ୨୦ ମିନିଟ୍ରେ ଇରାନ ଭଲ ପ୍ରଦର୍ଶନ କରି ୧୮-୧୭ରେ ଆଗୁଆ ରହିଥିଲା । ଭାରତୀୟ ଦଳ ପ୍ରଥମ ହାଫ୍ରେ ଚାପରେ ଥିଲେ ମଧ୍ୟ ମାତ୍ର ଗୋଟିଏ ପଏଣ୍ଟ ପଛରେ ଥିଲା ।
ଦ୍ୱିତୀୟ ହାଫ୍ରେ ଭାରତର ଜବରଦସ୍ତ ପ୍ରତ୍ୟାବର୍ତ୍ତନ
କିନ୍ତୁ ଦ୍ୱିତୀୟ ହାଫ୍ରେ ଭାରତୀୟ ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା । ଏହି ହାଫ୍ରେ ଭାରତ ୨୩-୧୬ରେ ଇରାନକୁ ପଛରେ ପକାଇଥିଲା । ଗୋଟିଏ ସମୟରେ ଭାରତ ଇରାନକୁ ଅଲ୍ଆଉଟ୍ କରିଦେଇଥିଲା । ଏହା ପରେ ଭାରତୀୟ ଦଳ ଆଉ ପଛକୁ ଚାହିଁନଥିଲା । ଦ୍ୱିତୀୟ ହାଫ୍ରେ ଭାରତର ଡିଫେନ୍ସ ଦମଦାର ପ୍ରଦର୍ଶନ କରିଥିଲା ।
ଏହା ପୂର୍ବରୁ ଶନିବାର ଭାରତୀୟ ମହିଳା କବାଡ଼ି ଦଳ ମଧ୍ୟ ଫାଇନାଲରେ ଇରାନକୁ ୩୭-୩୪ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା । ମହିଳା ଫାଇନାଲ୍ ମଧ୍ୟ ଅତ୍ୟନ୍ତ ରୋମାଞ୍ଚକର ଥିଲା । ଆରମ୍ଭରେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ, କିନ୍ତୁ ଶେଷରେ ଭାରତ ବାଜି ମାରିଥିଲା ।
ଭାରତକୁ ମିଳିଲା ଚତୁର୍ଥ ସ୍ୱର୍ଣ୍ଣ
ଏହି ଦୁଇ ବିଜୟ ସହ ୨୦୨୬ ଏସିଆନ୍ ଗେମ୍ସରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୪ରେ ପହଞ୍ଚିଛି । ପ୍ରଥମେ ଭାରତୀୟ ମହିଳା କ୍ରିକେଟ୍ ଦଳ ସ୍ୱର୍ଣ୍ଣ ଜିତିଥିଲା । ଏହା ପରେ ଶୁଟିଂ ମିକ୍ସଡ୍ ଟିମ୍ ଏବଂ କବାଡ଼ିର ମହିଳା ଓ ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
କବାଡ଼ିରେ ଭାରତର ନବମ ସ୍ୱର୍ଣ୍ଣ
୧୯୯୦ରୁ ୨୦୨୬ ପର୍ଯ୍ୟନ୍ତ ହୋଇଥିବା ୧୦ଟି ଏସିଆନ୍ ଗେମ୍ସରେ ଭାରତୀୟ ପୁରୁଷ କବାଡ଼ି ଦଳ ୯ ଥର ସ୍ୱର୍ଣ୍ଣ ପଦକ ଜିତିଛି । କେବଳ ୨୦୧୮ ଏସିଆନ୍ ଗେମ୍ସରେ ଭାରତ ସ୍ୱର୍ଣ୍ଣ ଜିତିବାରୁ ବଞ୍ଚିତ ହୋଇଥିଲା ।
ଭାରତର ମୋଟ ପଦକ ସଂଖ୍ୟା ୨୮
ଚତୁର୍ଥ ସ୍ୱର୍ଣ୍ଣ ପଦକ ସହ ଭାରତର ମୋଟ ପଦକ ସଂଖ୍ୟା ୨୮ରେ ପହଞ୍ଚିଛି । ଏଥିରେ ୪ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଏବଂ ୧୩ଟି ବ୍ରୋଞ୍ଜ୍ ପଦକ ରହିଛି । ଏହା ସହ ଭାରତ ପଦକ ତାଲିକାରେ ୧୦ମ ସ୍ଥାନକୁ ଉଠିଛି । ୨୦୨୩ ଏସିଆନ୍ ଗେମ୍ସରେ ଭାରତୀୟ ଦଳ ମୋଟ ୧୦୭ଟି ପଦକ ଜିତିଥିଲା । ଏବେ ୨୦୨୬ ଏସିଆନ୍ ଗେମ୍ସରେ ଭାରତ ନିଜର ପୂର୍ବ ରେକର୍ଡକୁ ଅତିକ୍ରମ କରିପାରିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

🥇 GOLDEN MOMENTS, GOLDEN MEMORIES! 🇮🇳✨
— SAI Media (@Media_SAI) September 26, 2026
The Indian Men’s Kabaddi Team proudly receives their Gold Medal at #AsianGames2026! 🏆
From a hard-fought final to the podium — the champions have done it again! 🇮🇳💪🏽#Cheer4Bharat #TeamIndia #Kabaddi pic.twitter.com/PixUHNMkOh
ଏହା ପୂର୍ବରୁ ଶନିବାର ଭାରତୀୟ ମହିଳା କବାଡ଼ି ଦଳ ମଧ୍ୟ ଫାଇନାଲରେ ଇରାନକୁ ୩୭-୩୪ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା । ମହିଳା ଫାଇନାଲ୍ ମଧ୍ୟ ଅତ୍ୟନ୍ତ ରୋମାଞ୍ଚକର ଥିଲା । ଆରମ୍ଭରେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ, କିନ୍ତୁ ଶେଷରେ ଭାରତ ବାଜି ମାରିଥିଲା ।
ଭାରତକୁ ମିଳିଲା ଚତୁର୍ଥ ସ୍ୱର୍ଣ୍ଣ
ଏହି ଦୁଇ ବିଜୟ ସହ ୨୦୨୬ ଏସିଆନ୍ ଗେମ୍ସରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୪ରେ ପହଞ୍ଚିଛି । ପ୍ରଥମେ ଭାରତୀୟ ମହିଳା କ୍ରିକେଟ୍ ଦଳ ସ୍ୱର୍ଣ୍ଣ ଜିତିଥିଲା । ଏହା ପରେ ଶୁଟିଂ ମିକ୍ସଡ୍ ଟିମ୍ ଏବଂ କବାଡ଼ିର ମହିଳା ଓ ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
କବାଡ଼ିରେ ଭାରତର ନବମ ସ୍ୱର୍ଣ୍ଣ
୧୯୯୦ରୁ ୨୦୨୬ ପର୍ଯ୍ୟନ୍ତ ହୋଇଥିବା ୧୦ଟି ଏସିଆନ୍ ଗେମ୍ସରେ ଭାରତୀୟ ପୁରୁଷ କବାଡ଼ି ଦଳ ୯ ଥର ସ୍ୱର୍ଣ୍ଣ ପଦକ ଜିତିଛି । କେବଳ ୨୦୧୮ ଏସିଆନ୍ ଗେମ୍ସରେ ଭାରତ ସ୍ୱର୍ଣ୍ଣ ଜିତିବାରୁ ବଞ୍ଚିତ ହୋଇଥିଲା ।
ଭାରତର ମୋଟ ପଦକ ସଂଖ୍ୟା ୨୮
ଚତୁର୍ଥ ସ୍ୱର୍ଣ୍ଣ ପଦକ ସହ ଭାରତର ମୋଟ ପଦକ ସଂଖ୍ୟା ୨୮ରେ ପହଞ୍ଚିଛି । ଏଥିରେ ୪ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଏବଂ ୧୩ଟି ବ୍ରୋଞ୍ଜ୍ ପଦକ ରହିଛି । ଏହା ସହ ଭାରତ ପଦକ ତାଲିକାରେ ୧୦ମ ସ୍ଥାନକୁ ଉଠିଛି । ୨୦୨୩ ଏସିଆନ୍ ଗେମ୍ସରେ ଭାରତୀୟ ଦଳ ମୋଟ ୧୦୭ଟି ପଦକ ଜିତିଥିଲା । ଏବେ ୨୦୨୬ ଏସିଆନ୍ ଗେମ୍ସରେ ଭାରତ ନିଜର ପୂର୍ବ ରେକର୍ଡକୁ ଅତିକ୍ରମ କରିପାରିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories