Videos
|
Sports

Asian Games 2026 / ଏସିଆନ୍ ଗେମ୍ସରେ ହେବ କି ଭାରତ-ପାକିସ୍ତାନ ମହାମୁକାବିଲା ? ସାମ୍ନାକୁ ଆସିଲା ସମୀକରଣ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ଏସିଆନ୍ ଗେମ୍ସରେ ହେବ କି ଭାରତ-ପାକିସ୍ତାନ ମହାମୁକାବିଲା ? ସାମ୍ନାକୁ ଆସିଲା ସମୀକରଣ
Asian Games

Key Points

IND vs PAK ହାଇ-ଭୋଲ୍ଟେଜ୍ ମ୍ୟାଚ୍
ଏସିଆନ୍ ଗେମ୍ସ ସୂଚୀ ପରେ ବଢ଼ିଲା ଚର୍ଚ୍ଚା
ଜାଣନ୍ତୁ ପୂରା ସମୀକରଣ
ପୁଣି ଦେଖିବାକୁ ମିଳିବ କି ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍‌ ? ଏସିଆନ୍ ଗେମ୍ସ ୨୦୨୬ର କ୍ରିକେଟ୍ ସୂଚୀ ପ୍ରକାଶ ପାଇବା ପରେ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଛି । ଭାରତ ଓ ପାକିସ୍ତାନକୁ ସିଧାସଳଖ କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ମିଳିଥିବାରୁ ଦୁଇ ଦଳ ମଧ୍ୟରେ ରୋମାଞ୍ଚକର ଲଢ଼େଇର ସମ୍ଭାବନା ସୃଷ୍ଟି ହୋଇଛି । ତେବେ କେଉଁ ପର୍ଯ୍ୟାୟରେ ହୋଇପାରେ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍? ଆସନ୍ତୁ ଜାଣିବା ପୂରା ସମୀକରଣ...

ଏସିଆନ୍ ଗେମ୍ସ ୨୦୨୬କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ଜାପାନର ଆଇଚି-ନାଗୋୟାରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାର କ୍ରିକେଟ୍ ସୂଚୀ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି । ଏହା ପୂର୍ବରୁ ବିସିସିଆଇ ପୁରୁଷ ଓ ମହିଳା ଦଳ ଘୋଷଣା କରିସାରିଛି । ୨୦୨୩ ମସିହାର ହାଙ୍ଗଜୋରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ଦଳ କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏବେ ସମସ୍ତଙ୍କ ନଜର ଭାରତ-ପାକିସ୍ତାନ ସମ୍ଭାବ୍ୟ ମୁକାବିଲା ଉପରେ ରହିଛି।

ଏସୀୟ କ୍ରୀଡ଼ା ସୂଚୀ ପ୍ରକାଶିତ

ଏସୀୟ କ୍ରୀଡ଼ାରେ ପୁରୁଷ ଏବଂ ମହିଳା ବର୍ଗର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ମହିଳା କ୍ରିକେଟ୍ ପ୍ରତିଯୋଗିତା ୧୭ ସେପ୍ଟେମ୍ବରରୁ ୨୨ ସେପ୍ଟେମ୍ବର, ୨୦୨୬ ପର୍ଯ୍ୟନ୍ତ ଚାଲିବ। ପୁରୁଷ ପ୍ରତିଯୋଗିତା ୨୪ ସେପ୍ଟେମ୍ବରରେ ଆରମ୍ଭ ହେବ, ଅକ୍ଟୋବର ୧ ତାରିଖରେ ଫାଇନାଲ୍ ମ୍ୟାଚ୍‌ ଖେଳାଯିବ । ଭାରତ, ଶ୍ରୀଲଙ୍କା, ପାକିସ୍ତାନ ଏବଂ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରେ ସିଧାସଳଖ ପ୍ରବେଶ ପାଇଛନ୍ତି ଏବଂ ସମସ୍ତ ଚାରି ଦଳ କ୍ୱାର୍ଟର ଫାଇନାଲ୍ ଖେଳିବେ । ବାକି ଚାରୋଟି ସ୍ଥାନ ପାଇଁ ଛଅଟି ଦଳ ମଧ୍ୟରେ କ୍ୱାଲିଫାୟର ମ୍ୟାଚ୍‌ ଖେଳାଯିବ ।

ଭାରତ ଓ ପାକିସ୍ତାନ ଭିନ୍ନ ଭିନ୍ନ କ୍ୱାର୍ଟର ଫାଇନାଲ୍‌ରେ ଖେଳିବେ। ଉଭୟ ଦଳ ନିଜ ନିଜ କ୍ୱାର୍ଟର ଫାଇନାଲ୍ ଜିତିଲେ ସେମାନଙ୍କ ମଧ୍ୟରେ ସେମିଫାଇନାଲ୍ କିମ୍ବା ଫାଇନାଲ୍‌ରେ ମହାମୁକାବିଲା ଦେଖିବାକୁ ମିଳିପାରେ। ଯଦି ଦୁଇ ଦଳ ମଧ୍ୟରୁ କୌଣସି ଗୋଟିଏ କ୍ୱାର୍ଟର ଫାଇନାଲ୍‌ରେ ପରାସ୍ତ ହୁଏ, ତେବେ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍ ହେବାର ସମ୍ଭାବନା ଶେଷ ହୋଇଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁରୁଷ ଏସିଆନ୍‌ ଗେମ୍ସ ଗ୍ରୁପ୍‌

ଗ୍ରୁପ୍ A: ଆଫଗାନିସ୍ତାନ, ଜାପାନ, ନେପାଳ
ଗ୍ରୁପ୍ B: ହଂକଂ (ଚୀନ୍), ମାଲେସିଆ, ଓମାନ
ଛଅଟି ଦଳ ମଧ୍ୟରୁ ଚାରିଟି ଦଳ କ୍ବାର୍ଟର ଫାଇନାଲରେ ପ୍ରବେଶ କରିବେ

ପୁରୁଷ ଏସିଆନ ଗେମ୍ସ କ୍ୱାଟର ଫାଇନାଲ ମ୍ୟାଚ୍

ଭାରତ ବନାମ TBD
ପାକିସ୍ତାନ ବନାମ TBD
ଶ୍ରୀଲଙ୍କା ବନାମ TBD
ବାଂଲାଦେଶ ବନାମ TBD

ମହିଳା ଏସିଆନ୍‌ ଗେମ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍

ଭାରତ ବନାମ ଜାପାନ
ବାଂଲାଦେଶ ବନାମ ଚୀନ୍
ଶ୍ରୀଲଙ୍କା ବନାମ ମାଲେସିଆ
ପାକିସ୍ତାନ ବନାମ ଥାଇଲାଣ୍ଡ
India vs Pakistan Clash Possible at Asian Games 2026 | Argus News