Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs Australia / ୩୩୮ ରନ୍‌ରେ ଅଲଆଉଟ୍ ହେଲା ଅଷ୍ଟ୍ରେଲିଆ, ଭାରତ ସାମ୍ନାରେ ୩୩୯ ରନ୍‌ର ଟାର୍ଗେଟ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
୩୩୮ ରନ୍‌ରେ ଅଲଆଉଟ୍ ହେଲା ଅଷ୍ଟ୍ରେଲିଆ, ଭାରତ ସାମ୍ନାରେ ୩୩୯ ରନ୍‌ର ଟାର୍ଗେଟ

Key Points

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ସେମିଫାଇନାଲ । ୩୩୮ ରନ୍‌ରେ ଅଲଆଉଟ ହେଲା କଙ୍ଗାରୁ । ଭାରତ ସାମ୍ନାରେ ୩୩୯ ରନର ଟାର୍ଗେଟ ।
ଆଇସିସି ମହିଳା ବିଶ୍ବକପ୍‌ରେ ଆଜି ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ ଖେଳାଯାଉଛି । ଦ୍ବିତୀୟ ସେମିରେ ମୁହାଁମୁହିଁ ହେଉଛନ୍ତି ଭାରତ-ଅଷ୍ଟ୍ରେଲିଆ । ଏହି ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ତେବେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୩୩୮ ରନ୍‌ରେ ଅଲଆଉଟ୍ ହୋଇଛି । ଅଷ୍ଟ୍ରେଲିଆ ପକ୍ଷରୁ ଓପନର ଲିଚଫିଲ୍ଡ ସର୍ବାଧିକ ୧୧୯ ରନ୍‌ କରିଥିବା ବେଳେ ପେରି ୭୭ ଓ ଗାର୍ଡନର ୬୧ ରନ୍‌ କରିଥିଲେ । ତେବେ ଭାରତକୁ ଏହି ମ୍ୟାଚ୍‌ ଜିତି ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ହେଲେ ନିର୍ଦ୍ଧାରିତ ୫୦ ଓଭରରେ ୩୩୯ ରନ୍‌ କରିବାକୁ ପଡ଼ିବ ।


ସୂଚନା ଅନୁସାରେ, ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆର ଆରମ୍ଭ ଭଲ ନଥିଲା । ଅଧିନାୟକ ଏଲିସ୍ ହିଲି ମାତ୍ର ୫ ରନ୍‌ କରି ଆଉଟ ହୋଇଥିଲେ । କିନ୍ତୁ ଲିଚ୍‌ଫିଲ୍ଡ ଏବଂ ଏଲିସ୍‌ ପେରିଙ୍କ ଏକ ଶତକୀୟ ପାର୍ଟନରସିପ୍ ହୋଇଥିଲା । ଲିଚ୍‌ଫିଲ୍ଡ ବିସ୍ଫୋରକ ବ୍ୟାଟିଂ କରି ୨୦ ଓଭରରେ ଅଷ୍ଟ୍ରେଲିଆର ସ୍କୋରକୁ ୧୩୦ ଅତିକ୍ରମ କରାଇଥିଲେ । ସେ ମାତ୍ର ୭୭ ବଲ୍‌ରେ ଏକ ଧମାକାଦାର ଶତକ ହାସଲ କରିଥିଲେ ।

ତେବେ ୨୮ ତମ ଓଭରରେ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଝଟକା ଲାଗିଥିଲା । ଲିଚ୍‌ଫିଲ୍ଡ ୯୩ ବଲରେ ୧୧୯ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ । ତେବେ ଏହାପରେ ପେରୀ ଓ ଗାର୍ଡନରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ୩୩୮ ରନ୍‌ କରିବାରେ ସଫଳ ହୋଇଥିଲା । ଭାରତ ପକ୍ଷରୁ ଶ୍ରୀ ଚରଣୀ ଓ ଦିପ୍ତି ଶର୍ମା ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

ତେବେ ଭାରତ ଏହି ମ୍ୟାଚ୍‌କୁ ଜିତି ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ । ଏହି ହାଇସ୍କୋରିଂ ମ୍ୟାଚ୍‌କୁ ଜିତିବାକୁ ହେଲେ ଦୁଇ ଓପନର ଶେଫାଳୀ ବର୍ମା ଓ ସ୍ମୃତି ମନ୍ଧନାଙ୍କୁ ଭଲ ଆରମ୍ଭ କରିବାକୁ ପଡ଼ିବ ।

ସେପଟେ ସେମିଫାଇନାଲ ମ୍ୟାଚ୍‌ରେ ଭାରତୀୟ ଦଳ ତିନୋଟି ପରିବର୍ତ୍ତନ କରିଛି। କ୍ରାନ୍ତି ଗୌଡ, ରିଚା ଘୋଷ ଏବଂ ଶେଫାଲି ବର୍ମାଙ୍କୁ ପ୍ଲେଇଂ ୧୧ରେ ସାମିଲ କରାଯାଇଛି। ପ୍ରତୀକା ଆଘାତ ଯୋଗୁଁ ଉପଲବ୍ଧ ନଥିଲେ। ହାରଲିନ୍ ଦେଓଲ ଏବଂ ଉମା ଛେତ୍ରୀଙ୍କୁ ବିଶ୍ରାମ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Australia All Out for 338, India Need 339 to Reach ICC Women’s World Cup Final | Argus News