Ashes Test in India / ଭାଙ୍ଗିବ ଦୀର୍ଘ ବର୍ଷର ପରମ୍ପରା, ଭାରତରେ ପ୍ରଥମ ଥର ହୋଇପାରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ଆସେସ୍ ସିରିଜ୍ !
·1 hour ago·2 min read

Key Points
୧୪୦ ବର୍ଷର ପରମ୍ପରା ଭାଙ୍ଗିବ ?
ଭାରତରେ ହୋଇପାରେ ଆସେସ୍ ସିରିଜ୍ !
ଭାରତକୁ ମିଳିପାରେ ଐତିହାସିକ ସୁଯୋଗ
ଭାରତରେ ହୋଇପାରେ ଆସେସ୍ ସିରିଜ୍ !
ଭାରତକୁ ମିଳିପାରେ ଐତିହାସିକ ସୁଯୋଗ
ଭାରତରେ ଖେଳାଯିବ କି କ୍ରିକେଟ୍ ଜଗତର ସବୁଠୁ ପୁରୁଣା ଏବଂ ସମ୍ମାନଜନକ ଟେଷ୍ଟ ଲଢ଼େଇ 'ଦି ଆସେସ୍' ? ଦଶନ୍ଧି ଧରି କେବଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ହୋଇଆସୁଥିବା ଏହି ଐତିହାସିକ ସିରିଜ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କ୍ରିକେଟ୍ ଅଷ୍ଟ୍ରେଲିଆର ସିଇଓଙ୍କ ଏକ ବୟାନ ପରେ ପ୍ରଥମ ଥର ପାଇଁ ଭାରତରେ ଆସେସ୍ ଆୟୋଜନର ସମ୍ଭାବନା ସାମ୍ନାକୁ ଆସିଛି ।
ବିଶ୍ୱ କ୍ରିକେଟ୍ର ସବୁଠାରୁ ପୁରୁଣା ଓ ପ୍ରତିଷ୍ଠିତ ଟେଷ୍ଟ ସିରିଜ୍ ‘ଆସେସ୍’କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଦୀର୍ଘ ଦିନ ଧରି କେବଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଆସୁଥିବା ଏହି ଐତିହାସିକ ସିରିଜ୍ ଭବିଷ୍ୟତରେ ପ୍ରଥମ ଥର ପାଇଁ ଭାରତରେ ଆୟୋଜନ ହୋଇପାରେ । ଏହାକୁ ନେଇ କ୍ରିକେଟ୍ ଅଷ୍ଟ୍ରେଲିଆ (CA)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟଡ୍ ଗ୍ରିନବର୍ଗ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ।
ପ୍ରତି ଦୁଇ ବର୍ଷରେ ଆୟୋଜିତ ହେଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଆସେସ୍ ଟେଷ୍ଟ ସିରିଜ୍ର ଆୟୋଜନ ଏପର୍ଯ୍ୟନ୍ତ କେବଳ ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆରେ ହୋଇଆସିଛି । କିନ୍ତୁ ଏହି ପରମ୍ପରାରେ ପରିବର୍ତ୍ତନ ଆସିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
ଅର୍ନ୍ତଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଟଡ୍ ଗ୍ରିନବର୍ଗ କହିଛନ୍ତି ଯେ, ଭବିଷ୍ୟତରେ ଭାରତରେ ଆସେସ୍ ସିରିଜ୍ ଆୟୋଜନ ନେଇ ବିଚାର କରାଯାଇପାରେ । ସେ କହିଛନ୍ତି, “ଆମେ ସବୁ ସମ୍ଭାବନା ପାଇଁ ଖୋଲା ମନୋଭାବ ରଖିବା ଉଚିତ। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ଏବଂ ଭାରତୀୟ କ୍ରିକେଟ୍ ବୋର୍ଡ (BCCI) ସହ ଆମର ସମ୍ପର୍କ ବହୁତ ଭଲ । ଭାରତରେ କ୍ରିକେଟ୍ ପାଇଁ ନୂଆ ସୁଯୋଗ ରହିଛି ଏବଂ ଭବିଷ୍ୟତରେ ଏହା ଉପରେ ବିଚାର କରାଯାଇପାରେ । ତେବେ ବର୍ତ୍ତମାନ ପାଇଁ ଏଭଳି କୌଣସି ଯୋଜନା ନାହିଁ ।”
ସେ ଆହୁରି ମଧ୍ୟ କହିଛନ୍ତି, "ଇଂଲଣ୍ଡ ଏବଂ ଭାରତରେ ଟେଷ୍ଟ କ୍ରିକେଟ୍ ଅତ୍ୟନ୍ତ ଲୋକପ୍ରିୟ ରହିଛି, ଯାହା ବିଶ୍ୱର ଅନ୍ୟ ଅନେକ ଅଂଶଠାରୁ ଭିନ୍ନ । ଆମର ଲକ୍ଷ୍ୟ ଏହି ଫର୍ମାଟକୁ ଆହୁରି ମଜବୁତ କରିବା । ବିଶ୍ୱ କ୍ରିକେଟ୍ ସାମ୍ନାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଯେ ଗୋଟିଏ ବର୍ଷରେ କେବଳ ୩୬୫ ଦିନ ଥାଏ । ଯଦି ଆମେ ସମସ୍ତ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଏବଂ ଦ୍ୱିପାକ୍ଷିକ ସିରିଜ୍ ଆୟୋଜନ କରିବାକୁ ଚାହୁଁ, ତେବେ ଆମକୁ ଅତିରିକ୍ତ ଏକ କିମ୍ବା ଦୁଇ ମାସ ଆବଶ୍ୟକ ହୋଇପାରେ ।"
ସୂଚନା ଅନୁସାରେ, ବିଗ୍ ବାସ୍ ଲିଗ୍ 2026-27 ସିଜିନ୍ ଭାରତରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଡିସେମ୍ବର ୧୨ ତାରିଖରେ ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ମେଲବୋର୍ଣ୍ଣ ରେନେଗେଡ୍ସ ଏବଂ ପର୍ଥ ସ୍କର୍ଚର୍ସ ମଧ୍ୟରେ ଖେଳାଯିବ । ଏହା ଅଷ୍ଟ୍ରେଲିଆ ବାହାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବିଗ୍ ବାସ୍ ଲିଗ୍ ମ୍ୟାଚ୍ ହେବ । ଏହା କ୍ରିକେଟ୍ ଅଷ୍ଟ୍ରେଲିଆ ଏବଂ ବିସିସିଆଇ ମଧ୍ୟରେ ଦୃଢ଼ କ୍ରିକେଟ୍ ସମ୍ପର୍କକୁ ପ୍ରତିଫଳିତ କରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories