Babar Azam vs Virat Kohli / ସାମ୍ବାଦିକ ସମ୍ମିଳନୀରେ କୋହଲିଙ୍କ ନାଁ ଶୁଣି ରାଗିଗଲେ ବାବର ଆଜମ, କହିଲେ...
·1 hour ago·2 min read

Key Points
PSL ମ୍ୟାଚ୍ ପରେ ବଡ଼ ବିବାଦ
ବାବରଙ୍କ ଉତ୍ତର ହେଲା ଟ୍ରେଣ୍ଡିଂ
କୋହଲିଙ୍କ ସହ ତୁଳନାରେ ରାଗିଗଲେ ବାବର ଆଜମ
ବାବରଙ୍କ ଉତ୍ତର ହେଲା ଟ୍ରେଣ୍ଡିଂ
କୋହଲିଙ୍କ ସହ ତୁଳନାରେ ରାଗିଗଲେ ବାବର ଆଜମ
ପାକିସ୍ତାନ ସୁପର ଲିଗ୍ ୨୦୨୬ରେ ବୁଧବାର କରାଚିର ନ୍ୟାସନାଲ୍ ଷ୍ଟାଡିୟମ୍ରେ ପେଶାୱାର ଜାଲମି ଓ ହାଇଦ୍ରାବାଦ କିଙ୍ଗ୍ସମେନ୍ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ କିଙ୍ଗ୍ସମେନ୍ ୧୪୫ ରନ୍ କରିଥିଲା । ବାବର ଆଜମଙ୍କ ନେତୃତ୍ୱରେ ପେଶାୱାର ଜାଲମି ୧୪୬ ରନର ଲକ୍ଷ୍ୟକୁ ୬ଟି ୱିକେଟ୍ ହରାଇ ଶେଷ ବଲ୍ରେ ହାସଲ କରିଥିଲା ।
ମ୍ୟାଚ୍ ପରେ ପ୍ରେସ୍ କନଫରେନ୍ସରେ ଗୋଟିଏ ପ୍ରଶ୍ନ ଉପରେ ବାବର ଆଜମ ହଠାତ୍ ରାଗିଯାଇଥିଲେ । ଜଣେ ସାମ୍ବାଦିକ ତାଙ୍କୁ ବିରାଟ କୋହଲି ସହିତ ତୁଳନା କରି ପଚାରିଥିଲେ ଯେ କୋହଲି ମ୍ୟାଚ୍ ଫିନିସ୍ କରିବାରେ ଅଧିକ ସଫଳ ବୋଲି ବିବେଚନା କରାଯାଏ । ଆଉ ଏହି ପ୍ରଶ୍ନ ଶୁଣିବାମାତ୍ରେ ବାବର ରାଗିଯାଇଥିଲେ ଆଉ କହିଥିଲେ— “ଏହି କଥା ଏଇଠି ଶେଷ କରନ୍ତୁ, ତୁଳନା ବନ୍ଦ କରନ୍ତୁ । ଏହା ଆପଣଙ୍କ ଭ୍ରାନ୍ତି ଯେ ମୁଁ ମ୍ୟାଚ୍ ଫିନିସ୍ କରିନାହିଁ ।” ବାବରଙ୍କ ଏହି ଉତ୍ତର ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।
ବୁଧବାର ଖେଳାଯାଇଥିବା ମ୍ୟାଚରେ, ବାବର ଆଜମ ପେଶାୱାର ଜାଲମିକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ । ବାବର ୩୭ ବଲ୍ରେ ୪୩ ରନ କରିଥିଲେ, ଯେଉଁଥିରେ ଛଅ ଚୌକା ମଧ୍ୟ ସାମିଲ ଥିଲା । ବାବର ଆଜମ ଏବଂ କୁସଲ ମେଣ୍ଡିସ୍ ଦ୍ୱିତୀୟ ୱିକେଟ ପାଇଁ ୫୧ ରନର ପାର୍ଟନରସିପ୍ କରିଥିଲେ । ୧୫ତମ ଓଭରର ଶେଷ ବଲ୍ରେ ବାବର ଆଜମ ଆଉଟ୍ ହେବା ପରେ ମ୍ୟାଚ୍ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଥିଲା । ଶେଷରେ ଇଫତିଖାର ଅହମ୍ମଦଙ୍କ ଚମତ୍କାର ବ୍ୟାଟିଂ ବଳରେ ପେଶାଓ୍ବାର ଏହି ମ୍ୟାଚ୍ରେ ବିଜୟଲାଭ କରିଥିଲା ।
ପାକିସ୍ତାନ ସୁପର ଲିଗର ଚଳିତ ସିଜିନରେ ବାବର ଆଜମ ଦୁଇଟି ମ୍ୟାଚ୍ରେ ୪୧.୦୦ ହାର ଏବଂ ୧୨୬.୧୫ ଷ୍ଟ୍ରାଇକ୍ ରେଟ୍ରେ ୮୨ ରନ୍ କରିଛନ୍ତି । ଏହି ବିଜୟ ସହିତ ପେଶାୱାର ଜାଲମି ପଏଣ୍ଟ ଟେବୁଲ୍ରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି ।
ବାବର ଆଜମ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ବହୁ ଦିନ ଧରି ତୁଳନା କରାଯାଉଛି । ଉଭୟ ବ୍ୟାଟ୍ସମ୍ୟାନ୍ ସେମାନଙ୍କର କ୍ଲାସିକ୍ ବ୍ୟାଟିଂ, ସ୍ଥିରତା ଏବଂ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ପାଇଁ ଜଣାଶୁଣା । ୨୦୨୧ ମସିହାରେ ବାବର ଏକଦିବସୀୟ ରାଙ୍କିଙ୍ଗରେ କୋହଲିଙ୍କୁ ପଛରେ ପକାଇ ଦେଇଥିଲେ । ତା’ପରେ, ୨୦୨୩ ମସିହାରେ ସେ ୫,୦୦୦ ଏକଦିବସୀୟ ରନ୍ ହାସଲ କରିବାରେ ଦ୍ରୁତତମ ବ୍ୟାଟସମ୍ୟାନ୍ ହୋଇଥିଲେ । ତଥାପି ବାବର ବାରମ୍ବାର କୋହଲିଙ୍କ ପ୍ରତି ସମ୍ମାନ ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ମଧ୍ୟରୁ ଜଣେ ବୋଲି ମାନିଛନ୍ତି ।

🚨 BABAR RESPONDED TO A QUESTION ON KOHLI-BABAR COMPARISON 🚨
— Abdullah. (@Abdullahh_56) April 8, 2026
• Journalist - "Virat Kohli comes with the same shot of game as you but he finishes the match which you lack. People compare him with you what are your views on the comparison?"
• Babar Azam - "Let these things to… pic.twitter.com/A69fIV9urI
ବୁଧବାର ଖେଳାଯାଇଥିବା ମ୍ୟାଚରେ, ବାବର ଆଜମ ପେଶାୱାର ଜାଲମିକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ । ବାବର ୩୭ ବଲ୍ରେ ୪୩ ରନ କରିଥିଲେ, ଯେଉଁଥିରେ ଛଅ ଚୌକା ମଧ୍ୟ ସାମିଲ ଥିଲା । ବାବର ଆଜମ ଏବଂ କୁସଲ ମେଣ୍ଡିସ୍ ଦ୍ୱିତୀୟ ୱିକେଟ ପାଇଁ ୫୧ ରନର ପାର୍ଟନରସିପ୍ କରିଥିଲେ । ୧୫ତମ ଓଭରର ଶେଷ ବଲ୍ରେ ବାବର ଆଜମ ଆଉଟ୍ ହେବା ପରେ ମ୍ୟାଚ୍ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଥିଲା । ଶେଷରେ ଇଫତିଖାର ଅହମ୍ମଦଙ୍କ ଚମତ୍କାର ବ୍ୟାଟିଂ ବଳରେ ପେଶାଓ୍ବାର ଏହି ମ୍ୟାଚ୍ରେ ବିଜୟଲାଭ କରିଥିଲା ।
ପାକିସ୍ତାନ ସୁପର ଲିଗର ଚଳିତ ସିଜିନରେ ବାବର ଆଜମ ଦୁଇଟି ମ୍ୟାଚ୍ରେ ୪୧.୦୦ ହାର ଏବଂ ୧୨୬.୧୫ ଷ୍ଟ୍ରାଇକ୍ ରେଟ୍ରେ ୮୨ ରନ୍ କରିଛନ୍ତି । ଏହି ବିଜୟ ସହିତ ପେଶାୱାର ଜାଲମି ପଏଣ୍ଟ ଟେବୁଲ୍ରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି ।
ବାବର ଆଜମ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ବହୁ ଦିନ ଧରି ତୁଳନା କରାଯାଉଛି । ଉଭୟ ବ୍ୟାଟ୍ସମ୍ୟାନ୍ ସେମାନଙ୍କର କ୍ଲାସିକ୍ ବ୍ୟାଟିଂ, ସ୍ଥିରତା ଏବଂ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ପାଇଁ ଜଣାଶୁଣା । ୨୦୨୧ ମସିହାରେ ବାବର ଏକଦିବସୀୟ ରାଙ୍କିଙ୍ଗରେ କୋହଲିଙ୍କୁ ପଛରେ ପକାଇ ଦେଇଥିଲେ । ତା’ପରେ, ୨୦୨୩ ମସିହାରେ ସେ ୫,୦୦୦ ଏକଦିବସୀୟ ରନ୍ ହାସଲ କରିବାରେ ଦ୍ରୁତତମ ବ୍ୟାଟସମ୍ୟାନ୍ ହୋଇଥିଲେ । ତଥାପି ବାବର ବାରମ୍ବାର କୋହଲିଙ୍କ ପ୍ରତି ସମ୍ମାନ ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ମଧ୍ୟରୁ ଜଣେ ବୋଲି ମାନିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories