|
logo
Live
Argus News App
GET APP

Argus News - 'ଗଦି କ୍ୟାଚ୍' ହାତଛଡ଼ା କରି ଟ୍ରୋଲ୍ ହେଉଛନ୍ତି ବାବର ଆଜମ

Sports

Cricket News / 'ଗଦି କ୍ୟାଚ୍' ହାତଛଡ଼ା କରି ଟ୍ରୋଲ୍ ହେଉଛନ୍ତି ବାବର ଆଜମ

Sushanta Sahoo
Browse all articles by Sushanta Sahoo
·4 days ago·2 min read
'ଗଦି କ୍ୟାଚ୍' ହାତଛଡ଼ା କରି ଟ୍ରୋଲ୍ ହେଉଛନ୍ତି ବାବର ଆଜମ
Viral Moment

Key Points

ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ପଡ଼ିଆରେ ଏକ ଗଦି ପଡ଼ିଥିବା ବେଳେ ବାବର ଆଜମ କ୍ୟାମେରା ଆଗରେ ଏକ କ୍ୟାଚ୍ ନେବାକୁ ଡେଉଁଛନ୍ତି । ବଲ୍ ବାବରଙ୍କ ହାତରେ ନ ରହି ଖସୁଥିବା ବେଳେ ସେ ଗଦିରେ ପଡ଼ି ଯାଉଛନ୍ତି ।
ନୂଆଦିଲ୍ଲୀ: ପାକିସ୍ତାନ ସୁପର୍ ଲିଗ୍‌ରେ ୧୧ତମ ସଂସ୍କରଣ ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇଛି । ହେଲେ କାହାରି ମଧ୍ୟରେ ଏହି ଟି-ଟ୍ଵେଣ୍ଟି ଲିଗ୍‌କୁ ନେଇ ଉତ୍ସାହ ନାହିଁ । ଏହାରି ଭିତରେ ପାକିସ୍ତାନ କ୍ରିକେଟର ସୁପରଷ୍ଟାର ଖେଳାଳି କୁହା ଯାଉଥିବା ବାବର ଆଜମଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଜୋର୍ ଭାଇରାଲ୍ ହେଉଛି ।

ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ପଡ଼ିଆରେ ଏକ ଗଦି ପଡ଼ିଥିବା ବେଳେ ବାବର ଆଜମ କ୍ୟାମେରା ଆଗରେ ଏକ କ୍ୟାଚ୍ ନେବାକୁ ଡେଉଁଛନ୍ତି । ବଲ୍ ବାବରଙ୍କ ହାତରେ ନ ରହି ଖସୁଥିବା ବେଳେ ସେ ଗଦିରେ ପଡ଼ି ଯାଉଛନ୍ତି । ଏବେ ଏହି ଭିଡିଓକୁ ନେଇ ସମସ୍ତେ ଟ୍ରୋଲ୍ କରିବା ସହ ମେମେ ବି କଲେଣି ।


ପିଏସଏଲ୍ ୨୦୨୬ରେ ବାବର ଆଜମ ପେଶାୱର ଜାଲମି ଟିମ୍‌ର ନେତୃତ୍ଵ ନେଉଛନ୍ତି । ଦଳ ପ୍ରଥମ ମୁକାବିଲା ଖେଳିବା ପୂର୍ବରୁ ଏବେ ବାବର ଆଜମ କ୍ୟାଚ୍ ଛାଡ଼ିବା ଭିଡିଓ ଆସିଛି । ଯାହାକୁ ନେଇ ସେ ଟ୍ରୋଲ୍ ହେବାରେ ଲାଗିଛନ୍ତି ।

ଏଥିସହ ପଢ଼ନ୍ତୁ: IPL ପ୍ରସାରଣ ଉପରେ ଲଗାଇଥିବା ବ୍ୟାନ୍ ହଟାଇଲା ବାଂଲାଦେଶ

ଗଦିରେ ପଡ଼ିଲେ, ବଲ୍ ଧରି ପାରିଲେନି

ମିଳିଥିବା ଅନୁସାରେ, ଭାଇରାଲ୍ ଭିଡିଓଟି ଗୋଟିଏ ବିଜ୍ଞାପନ ସୁଟିଂର । ଯେଉଁଥିରେ ବାବରଙ୍କୁ ଡେଇଁ କରି କ୍ୟାଚ୍ ଧରିବାର ଥିଲା । ସେ ତଳେ ପଡ଼ିଲେ ଯେଭଳି ଆହତ ନ ହେବେ ସେଥିପାଇଁ ଗଦି ରଖା ଯାଇଥିଲା ।

ଯୋଜନା ଅନୁସାରେ, ବାବର କ୍ୟାଚ୍ ଧରିବା ପାଇଁ ଡାଇବ ମାରିଥିଲେ । ଗୋଟିଏ ହାତରେ କ୍ଯାଚ୍ ଧରିବାକୁ ଚେଷ୍ଟା କରିଥିଲେ । ହେଲେ ସେ ବଲ୍‌କୁ ନ ଧରି ସିଧା ଗଦିରେ ପଡ଼ିଥିଲେ । ଏହାପରେ ସେ ଅଳ୍ପ ନିରାଶ ମଧ୍ୟ ନଜର ଆସିଥିଲେ ।

ହେଲେ ବାବର ଆଜମ କ୍ୟାଚ୍ ଧରି ନ ପାରିବା ତାଙ୍କ ଫିଟନେସ୍ ଉପରେ ପ୍ରଶ୍ନବାଚୀ ଲଗାଇଛି । ଏହାପୂର୍ବରୁ ବାବର ଆଜମ ବାଂଲାଦେଶ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜ୍ ପାଇଁ ଦଳରେ ଚୟନ ହୋଇ ନଥିଲେ । ସେତେବେଳେ ପିସିବି କହିଥିଲା ସେ ଫିଟ୍ ନାହାନ୍ତି । ୨୦୨୬ ଟି-ଟ୍ଵେଣ୍ଟି ବିଶ୍ଵକପ୍‌ ସମୟରେ ବାବର ଆଜମଙ୍କ ଫିଟନେସ୍ ସମସ୍ୟା ଆସିଥିଲା । ତଥାପି ସେ ଦଳରେ ଥିଲେ ।

ଏଥିସହ ପଢ଼ନ୍ତୁ: ଇଦରେ ବାବର ଆଜମଙ୍କ ରୋଷେଇ ଭିଡିଓ ଭାଇରାଲ...ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ...ପ୍ରବଳ ଟ୍ରୋଲ

ଶନିବାର ବାବରଙ୍କ ନେତୃତ୍ଵାଧିନ ପେଶାୱର ଜାଲମି ଲାହୋରର ଗଦ୍ଦାଫି ଷ୍ଟାଡିୟମ୍‌ରେ ରାୱଲପିଣ୍ଡି ସହ ମୁହାଁମୁହିଁ ହେଉଛି । ଆଉ ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ରହିଛି ବାବର ଆଜମଙ୍କ ଉପରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cricket News: 'ଗଦି କ୍ୟାଚ୍' ହାତଛଡ଼ା କରି ଟ୍ରୋଲ୍ ହେଉଛନ୍ତି ବାବର ଆଜମ | Argus News