IPL Update / IPL ପ୍ରସାରଣ ଉପରେ ଲଗାଇଥିବା ବ୍ୟାନ୍ ହଟାଇଲା ବାଂଲାଦେଶ
·4 days ago·2 min read

Key Points
ଆଜିଠୁ ଆଇପିଏଲ୍ ଆରମ୍ଭ ହେଉଥିବା ବେଳେ ବାଂଲାଦେଶ ପ୍ରସାରଣ ଉପରେ ଲଗାଇଥିବା ପ୍ରତିବନ୍ଧକ ହଟାଇ ନେଇଛି । ଏନେଇ ବାଂଲାଦେଶର ନବନିଯୁକ୍ତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜହୀର ଉଦ୍ଦିନ ସ୍ଵପନ ସୂଚନା ଦେଇଛନ୍ତି ।
ଢାକା: ଭାଙ୍ଗିଲା ଫୁଟାଣି, ୟୁ-ଟର୍ଣ୍ଣ ନେଲା ବାଂଲାଦେଶ । ଦେଶରେ ହେବ ଆଇପିଏଲ୍ର ପ୍ରସାରଣ । ଆଜିଠୁ ଆଇପିଏଲ୍ ଆରମ୍ଭ ହେଉଥିବା ବେଳେ ବାଂଲାଦେଶ ପ୍ରସାରଣ ଉପରେ ଲଗାଇଥିବା ପ୍ରତିବନ୍ଧକ ହଟାଇ ନେଇଛି । ଏନେଇ ବାଂଲାଦେଶର ନବନିଯୁକ୍ତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜହୀର ଉଦ୍ଦିନ ସ୍ଵପନ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, "ବାଂଲାଦେଶରେ ଆଗାମୀ ଆଇପିଏଲ୍ ସଂସ୍କରଣ ପ୍ରସାରଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଆଇପିଏଲ୍ ପ୍ରସାରଣ ପାଇଁ କେହି ଆବେଦନ ବି କରିନାହାନ୍ତି । ଆମେ ଖେଳରେ ରାଜନୀତିକୁ ମିଶ୍ରଣ କରିବାକୁ ଚାହୁଁ ନାହୁଁ । ଏହାକୁ ଆମେ ବ୍ୟବସାୟ ଦୃଷ୍ଟିକୋଣରୁ ଦେଖୁଛୁ । ଯଦି କୌଣସି ଚ୍ୟାନେଲ୍ ଆଇପିଏଲ୍ ପ୍ରସାରଣ ପାଇଁ ଆବେଦନ କରେ ତାହେଲେ ସକାରାତ୍ମକ ଭାବେ ବିଚାରକୁ ନିଆଯିବ ।"
ଏଥିସହ ପଢ଼ନ୍ତୁ: IPL 2026 ପୂର୍ବରୁ ବିରାଟ କୋହଲି ପଦ୍ମ ଫୁଲର ଏକ ଟାଟୁ କରିଛନ୍ତି, କାହିଁକି ଜାଣିଛନ୍ତି କି?
ଟି-ଟ୍ଵେଣ୍ଟି ବିଶ୍ଵକପ୍ ପୂର୍ବରୁ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲ୍ ୨୦୨୬ରୁ ବାଦ୍ ଦିଆ ଯାଇଥିଲା । ଏହି ପ୍ରସଙ୍ଗକୁ ନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସହ ବିସିସିଆଇ ମୁହାଁମୁହିଁ ହୋଇଥିଲେ । ଯାହାପରେ ବାଂଲାଦେଶର ତତ୍କାଳନୀ ମହମ୍ମଦ ୟୁନୁସଙ୍କ ସରକାର ଆଇସିସି ପୁରୁଷ ଟି-ଟ୍ଵେଣ୍ଟି ବିଶ୍ଵକପ୍ ୨୦୨୬ ଖେଳିବା ପାଇଁ ଦଳକୁ ଭାରତ ପଠାଇବାକୁ ମନା କରି ଦେଇଥିଲା ।
ଯାହାକୁ ନେଇ ମାସାଧିକ ସମୟ ଛକାପଞ୍ଝା ଲାଗି ରହିଥିଲା । ଶେଷରେ ବାଂଲାଦେଶ ବଦଳରେ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଖେଳିଥିଲା ସ୍କଟଲାଣ୍ଡ । ଆଉ ସେହି ସମୟରେ ମହମ୍ମଦ ୟୁନୁସଙ୍କ ସରକାର ରାଗରେ ବାଂଲାଦେଶରେ ଆଇପିଏଲ୍ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ବାଂଲାଦେଶର ଏଭଳି ନିଷ୍ପତ୍ତି କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
କାରଣ ଆଇପିଏଲ୍ ଦୁନିଆର ସବୁଠୁ ଅଧିକ ଦେଖା ଯାଉଥିବା ଟି-ଟ୍ଵେଣ୍ଟି ଲିଗ୍ । ତେବେ ବର୍ତ୍ତମାନ ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ଫଳରେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ପୂର୍ବ ସରକାର ନେଇଥିବା ଆଇପିଏଲ୍ ପ୍ରସାରଣ ପ୍ରତିବନ୍ଧକ ନିଷ୍ପତ୍ତି ବଦଳାଇଛି ବାଂଲାଦେଶ ।
ଏଥିସହ ପଢ଼ନ୍ତୁ: ଅବସର ପରେ ଆର ଅଶ୍ୱିନଙ୍କ ଆଇପିଏଲ ୨୦୨୬ରେ ଜବରଦସ୍ତ ଏଣ୍ଟ୍ରି...ନୂଆ ଲୁକରେ ନଜର ଆସିବେ ଏହି ସ୍ପିନର
ବାଂଲାଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜହୀର ଉଦ୍ଦିନ ସ୍ଵପନ କହିଛନ୍ତି, କାହାରିକୁ ବି ପ୍ରସାରଣ ପାଇଁ ବାଧା ଦିଆଯିବ ନାହିଂ । ଯଦି ଷ୍ଟାର ସ୍ପୋର୍ଟସ୍ ଟେଲିକାଷ୍ଟ କରିବାକୁ ଚାହିଁବ, କରିପାରିବ । ଆମେ କାହାରି ଉପରେ ଚାପ ପକାଇବୁ ନାହିଁ ।
ବାଂଲାଦେଶ ଯିବ ଭାରତୀୟ ଦଳ !
ତେବେ ଆଇପିଏଲ୍କୁ ନେଇ କାହିଁକି ମନ ବଦଳାଇ ୟୁ-ଟର୍ଣ୍ଣ ନେଲା ବାଂଲାଦେଶ ? ଭାରତୀୟ ଦଳର ବାଂଲାଦେଶ ଗସ୍ତ ସହ ରହିଛି କି ସମ୍ପର୍କ ? ଚଳିତବର୍ଷ ସେପ୍ଟେମ୍ବରରେ ଭାରତ, ବାଂଲାଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସେଠି ୩ଟି ଦିନିକିଆ ଓ ୩ଟି ଟି-ଟ୍ଵେଣ୍ଟି ମ୍ୟାଚ୍ ଖେଳିବ । ତେବେ କେନ୍ଦ୍ର ସରକାର ଅନୁମତି ଦେଲେ ହିଁ ଭାରତ, ବାଂଲାଦେଶ ଗସ୍ତରେ ଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories