|
logo
Live
Argus News App
GET APP

Argus News - ବିଶ୍ଵକପ୍‌ ପୂର୍ବରୁ ବାଂଲାଦେଶ କ୍ରିକେଟ୍‌ରେ ଝଡ଼; ଖେଳିବାକୁ ମନା କରିଦେଲେ ସବୁ ଖେଳାଳି

Sports

Cricket / ବିଶ୍ଵକପ୍‌ ପୂର୍ବରୁ ବାଂଲାଦେଶ କ୍ରିକେଟ୍‌ରେ ଝଡ଼; ଖେଳିବାକୁ ମନା କରିଦେଲେ ସବୁ ଖେଳାଳି

Sushanta Sahoo
Browse all articles by Sushanta Sahoo
·2 months ago·2 min read
ବିଶ୍ଵକପ୍‌ ପୂର୍ବରୁ ବାଂଲାଦେଶ କ୍ରିକେଟ୍‌ରେ ଝଡ଼; ଖେଳିବାକୁ ମନା କରିଦେଲେ ସବୁ ଖେଳାଳି
Bangladesh Players Boycott Matches

Key Points

ଗୁରୁବାର ବାଂଲାଦେଶ ପ୍ରିମିୟର୍ ଲିଗ୍ ମ୍ୟାଚ୍‌କୁ ସମସ୍ତ ଖେଳାଳି ବୟକଟ୍ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମ୍ୟାଚ୍ ଖେଳିବାକୁ ମନା କରି ଦେଇଛନ୍ତି ସବୁ ଖେଳାଳି ।
ଢାକା: ବାଂଲାଦେଶ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତମିମ ଇକବାଲ ହେଉଛନ୍ତି 'ଭାରତର ଏଜେଣ୍ଟ' । ବିସିବିର ନିର୍ଦ୍ଦେଶକ ଏମ୍. ନଜମୁଲ ଇସଲାମଙ୍କ ଏହି ବୟାନ ଏବେ ବାଂଲାଦେଶ କ୍ରିକେଟ୍ ପାଇଁ ଭାରି ପଡ଼ିଛି ।

ଏମ୍. ନଜମୁଲ ଇସଲାମଙ୍କ 'ଭାରତର ଏଜେଣ୍ଟ' ମନ୍ତବ୍ୟ ପାଇଁ ଦୁଇ ଭାଗ ହୋଇ ଯାଇଛି ବାଂଲାଦେଶ କ୍ରିକେଟ୍ ବୋର୍ଡ ଓ ବାଂଲୋଦେଶୀ ଖେଳାଳି । ବିସିବି ଓ ଖେଳାଳିଙ୍କ ମଧ୍ୟରେ ତିକ୍ତତା ଗମ୍ଭୀର ରୂପ ନେଇଛି ।

ଏଥିସହ ପଢ଼ନ୍ତୁ: ମରିଗଲା ମାଆର ମମତା; ସ୍ଵାମୀ ଫେରିବା ପୂର୍ବରୁ ୫ ଓ ୭ ବର୍ଷୀୟ ପୁଅର ନେଇଗଲା ଜୀବନ

ଖେଳାଳି ନଜମୁଲଙ୍କୁ ପଦରୁ ହଟାଇବା ପାଇଁ କରୁଥିବା ଦାବିକୁ ବାଂଲାଦେଶ କ୍ରିକେଟ୍ ବୋର୍ଡ ମାନି ନେଇଛି । ନମଜୁଲଙ୍କୁ ପଦରୁ ହଟାଇବା ସହ ଦାୟିତ୍ଵମୁକ୍ତ କରିଛି ବିସିବି । 'ଭାରତର ଏଜେଣ୍ଟ' ମନ୍ତବ୍ୟକୁ ନେଇ ବିବାଦ ତେଜୁଥିବା ବେଳେ ମ୍ୟାଚ୍ ଖେଳିବେ ନାହିଁ ବୋଲି କହିଛନ୍ତି ସମସ୍ତ ଖେଳାଳି ।

ଗୁରୁବାର ବାଂଲାଦେଶ ପ୍ରିମିୟର୍ ଲିଗ୍ ମ୍ୟାଚ୍‌କୁ ସମସ୍ତ ଖେଳାଳି ବୟକଟ୍ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ବାଂଲାଦେଶ ପ୍ରିମିୟର୍ ଲିଗ୍‌ର ନୌଖାଲି ଏକ୍ସପ୍ରେସ୍ ବନାମ ଚଟ୍ଟୋଗ୍ରାମ ରୟାଲ୍ସ ମ୍ୟାଚ୍ ପାଇଁ ଟସ୍ ସମୟରେ ପଡ଼ି ପାରିନି ।

ସୂଚନା ଅନୁସାରେ, ଦିନ ଗୋଟାଏରେ ମ୍ୟାଚ୍ ଆରମ୍ଭ ହେବାର ଥିଲା । କିନ୍ତୁ ଖେଳାଳିଙ୍କ ବୟକଟ୍ ପାଇଁ ଅନିଶ୍ଚିତତା ଲାଗି ରହିଛି । ଅନ୍ୟପଟେ ଢାକା କ୍ରିକେଟ୍ ଲିଗ୍‌ରେ ମଧ୍ୟ ଖେଳାଳି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଏମ୍. ନଜମୁଲ ଇସଲାମଙ୍କ ମନ୍ତବ୍ୟକୁ ନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ଦୁଃଖ ପ୍ରକା କରିଛି । ବିସିବି ଏକ କ୍ଷମା ପତ୍ର ଜାରି କରି ଦୁଃଖ ପ୍ରକାଶ କରିଛି । କହିଛି, "ବିସିବି ସବୁବେଶେ କ୍ରିକେଟ ଓ ଖେଳାଳିଙ୍କ ସମ୍ମାନକୁ ସର୍ବୋଚ୍ଚ ପ୍ରାଥମିକତା ଦିଏ ।"

ବୋର୍ଡ ଆହୁରି କହିଛି, "ନଜମୁଲଙ୍କ ବିରୋଧରେ ଔପଚାରିକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତାଙ୍କୁ ୪୮ ଘଣ୍ଟା ଭିତରେ ଲିଖିତ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।" ନଜମୁଲଙ୍କ ମନ୍ତବ୍ୟ ଟି-ଟ୍ଵେଣ୍ଟି ବିଶ୍ଵକପ୍ ୨୦୨୬ ପାଇଁ ପ୍ରସ୍ତୁତି ଉପରେ ଗମ୍ଭୀର ପ୍ରଭାବ ପକାଇଛି ।

ଏଥିସହ ପଢ଼ନ୍ତୁ: ସ୍ତ୍ରୀଙ୍କୁ ଭରଣପୋଷଣ ପାଇଁ ରୋଜଗାରର ୨୫ ପ୍ରତିଶତ ଟଙ୍କା ଦେବେ ସ୍ଵାମୀ: ହାଇକୋର୍ଟ

ଏମ୍. ନଜମୁଲ କହିଥିଲେ, "ଖେଳାଳିଙ୍କୁ କ୍ଷତିପୂରଣ ମିଳିବା କଥା ନୁହେଁ, କାହିଁକି ନା ସେମାନେ ଉଚିତ୍ ସମର୍ଥନ ଦେଇ ନାହାନ୍ତି ।" ଯାହାକୁ ନେଇ ଖେଳାଳିଙ୍କ ଅଭିଯୋଗ ଶାଣିତ ହୋଇଥିଲା । ବାଂଲାଦେଶ ସୁରକ୍ଷା କାରଣ ଦର୍ଶାଇ ଫେବ୍ରୁଆରୀରେ ହେବାକୁ ଥିବା ଟି-ଟ୍ଵେଣ୍ଟି ବିଶ୍ଵକପ୍ ଖେଳିବାକୁ ଭାରତ ନ ଆସିବାକୁ ଘୋଷଣା କରିଛି । ଯାହାକୁ ନେଇ ସ୍ଥିତି ଆହୁରି ଜଟିଳ ହୋଇଛି ।

ବିସିବିର ଏହି ନିଷ୍ପତ୍ତି ଅନ୍ତର୍ଜାତୀୟ ଆୟୋଜନରେ ଦଳର ଭାଗିଦାରୀକୁ ଅନିଶ୍ଚିତତାକୁ ଆଡ଼କୁ ଟାଣି ନେଇଛି । ଦଳ କିଭଳି ମ୍ୟାଚ୍ ଖେଳିବ ତାର ରାସ୍ତା ଖୋଜିବାକୁ ବିସିବି ଉପରେ ଚାପ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cricket: ବିଶ୍ଵକପ୍‌ ପୂର୍ବରୁ ବାଂଲାଦେଶ କ୍ରିକେଟ୍‌ରେ ଝଡ଼; ଖେଳିବାକୁ ମନା କରିଦେଲେ ସବୁ ଖେଳାଳି | Argus News