Videos
|
Sports

BPL Suspended / ବନ୍ଦ ହେଲା ବାଂଲାଦେଶ ପ୍ରିମିୟର ଲିଗ୍‌, BCBର ହଠାତ୍ ନିଷ୍ପତ୍ତିରେ ସମସ୍ତେ ଆଶ୍ଚର୍ଯ୍ୟ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବନ୍ଦ ହେଲା ବାଂଲାଦେଶ ପ୍ରିମିୟର ଲିଗ୍‌, BCBର ହଠାତ୍ ନିଷ୍ପତ୍ତିରେ ସମସ୍ତେ ଆଶ୍ଚର୍ଯ୍ୟ
BPL 2026

Key Points

BPLକୁ ବଡ଼ ଝଟକା !
ହଠାତ୍ ଲିଗ୍‌ ବନ୍ଦ କଲା BCB
ନିଷ୍ପତ୍ତି ପଛରେ ରହିଛି ବଡ଼ କାରଣ

ବାଂଲାଦେଶ କ୍ରିକେଟ୍‌କୁ ବଡ଼ ଝଟକା । ଦେଶର ସବୁଠାରୁ ଲୋକପ୍ରିୟ ଟି-୨୦ ଲିଗ୍‌ ବାଂଲାଦେଶ ପ୍ରିମିୟର ଲିଗ୍‌ ବା BPLକୁ ଏଥର ପାଇଁ ସସ୍‌ପେଣ୍ଡ କରିଦିଆଯାଇଛି । ଯେଉଁ ଲିଗ୍‌କୁ ନେଇ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ସବୁବେଳେ ଉତ୍ସାହ ରହିଥାଏ, ସେହି ଟୁର୍ଣ୍ଣାମେଣ୍ଟ ଏବେ ନିଜେ ଆର୍ଥିକ ସଙ୍କଟରେ ଫସିଯାଇଛି । ଗତ ଦୁଇ ବର୍ଷରେ BPLରୁ ବୋର୍ଡକୁ କୋଟି କୋଟି ଟଙ୍କାର କ୍ଷତି ହୋଇଥିବା ଦାବି କରାଯାଇଛି ।

ବାଂଲାଦେଶ କ୍ରିକେଟ୍‌ ବୋର୍ଡ (BCB) ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇ କୁହାଯାଇଛି ଯେ ଚଳିତ ବର୍ଷ BPL ଆୟୋଜନ ହେବ ନାହିଁ । ଲିଗ୍‌କୁ ନୂଆ ଢଙ୍ଗରେ ଏବଂ ଅଧିକ ସୁବ୍ୟବସ୍ଥିତ ଭାବେ ଫେରାଇ ଆଣିବାକୁ ବୋର୍ଡ ଚାହୁଁଛି ।

ଏହି ନିଷ୍ପତ୍ତି ପଛରେ ମୁଖ୍ୟ କାରଣ ହେଉଛି ଲଗାତାର ଆର୍ଥିକ କ୍ଷତି । BCB ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ତମିମ ଇକବାଲଙ୍କ କହିବା ଅନୁସାରେ, ଗତ ଦୁଇ ବର୍ଷ ମଧ୍ୟରେ BPL ଯୋଗୁଁ ବୋର୍ଡକୁ ପ୍ରାୟ ୩.୩ ମିଲିୟନ୍ ଡଲାର, ଅର୍ଥାତ୍ ପ୍ରାୟ ୩୧.୫ କୋଟି ଟଙ୍କାର କ୍ଷତି ହୋଇଛି ।

ତମିମ ଇକବାଲ କହିଛନ୍ତି ଯେ BPL ଏକ ଭଲ ଟୁର୍ଣ୍ଣାମେଣ୍ଟ ଏବଂ କ୍ରିକେଟ୍‌ପ୍ରେମୀମାନେ ଏହାକୁ ଭଲପାଆନ୍ତି । କିନ୍ତୁ ଫ୍ରାଞ୍ଚାଇଜି କ୍ରିକେଟ୍‌ରୁ ବୋର୍ଡକୁ ଲାଭ ହେବା ଉଚିତ, କ୍ଷତି ନୁହେଁ । ତେଣୁ ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ କ୍ଷତିରେ ଚାଲୁଥିବା ଟୁର୍ଣ୍ଣାମେଣ୍ଟକୁ ସସପେଣ୍ଡ କରିବା ଭୁଲ ନୁହେଁ ବୋଲି ସେ କହିଛନ୍ତି ।

ବିବାଦରେ ରହିଛି BPL

କେବଳ ଆର୍ଥିକ କ୍ଷତି ନୁହେଁ, BPL ଗତ କିଛି ସମୟ ଧରି ବିବାଦରେ ମଧ୍ୟ ରହିଆସିଛି। ଚଳିତ ବର୍ଷ ମେ’ ମାସରେ BCB ଜଣେ ଖେଳାଳି ଏବଂ ଟିମ୍‌ର କିଛି ଅଧିକାରୀଙ୍କୁ ସସ୍‌ପେଣ୍ଡ କରିଥିଲା । ବୋର୍ଡର ଆଣ୍ଟି-କରପ୍ସନ୍‌ ୟୁନିଟ୍‌ ସେମାନଙ୍କୁ ବେଟିଂ ବା ସଟ୍ଟାବାଜି ସହ ଜଡ଼ିତ ଥିବା ନେଇ ଚିହ୍ନଟ କରିଥିଲା ।
ତମିମ ଇକବାଲଙ୍କ କହିବା ଅନୁସାରେ, BPLକୁ ପୁଣି ଠିକ୍‌ ରାସ୍ତାରେ ଫେରାଇ ଆଣିବା ପାଇଁ ବୋର୍ଡ ପ୍ରୟାସ କରିବ। ସମସ୍ୟାଗୁଡ଼ିକର ସମାଧାନ ପରେ ଲିଗ୍‌କୁ ଯଥାଶୀଘ୍ର ପୁଣି ଆରମ୍ଭ କରିବା ହେଉଛି ବୋର୍ଡର ଲକ୍ଷ୍ୟ ।

୨୦୧୨ରେ ହୋଇଥିଲା BPLର ଆରମ୍ଭ

ବାଂଲାଦେଶ ପ୍ରିମିୟର ଲିଗ୍‌ର ଆରମ୍ଭ ୨୦୧୨ ମସିହାରେ ହୋଇଥିଲା । ଗତ ୧୫ ବର୍ଷ ମଧ୍ୟରେ ଏହାର ୧୨ଟି ସିଜନ୍‌ ଖେଳାଯାଇଛି । ୨୦୧୪ରେ ରାଜନୈତିକ ସଙ୍କଟ କାରଣରୁ ଏବଂ ୨୦୨୦ ଓ ୨୦୨୧ରେ କୋଭିଡ୍‌ ମହାମାରୀ କାରଣରୁ BPL ଆୟୋଜନ ହୋଇନଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: