Team India Revenge / ୧୦ ବର୍ଷ ପରେ ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ, ୨୦୧୫ ଅପମାନର ବଦଲା ୨୦୨୫ରେ...
·9 months ago·2 min read

Key Points
୧୦ ବର୍ଷ ପରେ ବଦଲା
ବାରବାଟୀରେ ୨୦୧୫ ଅପମାନର ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ
୭୪ରେ ଅଲଆଉଟ୍ ହେଲା ଦକ୍ଷିଣ ଆଫ୍ରିକା

ବାରବାଟୀରେ ଟିମ୍ ଇଣ୍ଡିଆ ବଡ଼ ବିଜୟ । ୧୦ ବର୍ଷ ପରେ ପ୍ରତିଶୋଧ ନେଲା ଭାରତ । ୨୦୧୫ରେ ବାରବାଟୀ ଷ୍ଟାଡିୟମରେ ଭାରତ ଶୋଚନୀୟ ପରାଜୟ ବରଣ କରିଥିଲା । ଆଉ ୨୦୨୫ରେ ଏହାର ବଦଲା ନେଇଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟି-୨୦ରେ ଶୋଚନୀୟ ଭାବେ ପରାସ୍ତ କରିଛି ସୂର୍ଯ୍ୟ ବ୍ରିଗେଡ୍ ।
ତାରିଖ ଥିଲା ୫ ଅକ୍ଟୋବର ୨୦୧୫ । ସ୍ଥାନ- ବାରବାଟୀ ଷ୍ଟାଡିୟମ, କଟକ । ଟି-୨୦ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ଭାରତ-ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ଅର୍ଥାତ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ଆଉ ମାତ୍ର ୯୨ ରନ୍ କରି ଅଲଆଉଟ୍ ହୋଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ଓ ସୁରେଶ ରାଇନା ସର୍ବାଧିକ ୨୨ ରନ୍ କରିଥିଲେ। ଭାରତର ୭ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନଥିଲା । ସେହିପରି ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଲବି ମୋର୍କେଲ ସର୍ବାଧିକ ୩ଟି ଓ୍ବିକେଟ୍ ନେଇଥିଲେ ।
୯୩ ରନ୍ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଏହି ଲକ୍ଷ୍ୟକୁ ଅତି ସହଜରେ ହାସଲ କରି ନେଇଥିଲା । ଋ ଓ୍ବିକେଟରେ ଭ୍ରମଣକାରୀ ଦଳ ଏହି ମ୍ୟାଚକୁ ନିଜ ନାମରେ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଜେପି ଡୁମୁନି ସର୍ବାଧିକ ୩୦ ରନ୍ କରିଥିଲେ । ଆଉ ଘରୋଇ ମାଟିରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା ଧୋନିଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ।
୨୦୧୫ରେ ହୋଇଥିବା ଏହି ଲଜ୍ଜାଜନକ ପରାଜୟର ବଦଲା ୨୦୨୫ରେ ନେଇଛି ଟିମ୍ ଇଣ୍ଡିଆ । ୯ ଡିସେମ୍ବରରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ବ୍ୟାଟିଂ କରି ଏଥର କିନ୍ତୁ ଭାରତ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୭୫ ରନ୍ର ବଡ଼ ସ୍କୋର ରଖିଥିଲା । ଯଦିଓ ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । କିନ୍ତୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫୯ ରନ୍ ବଳରେ ଭାରତ ୧୭୫ ରନ୍ କରିବାରେ ସଫଳ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୭୬ ରନ୍ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାକଫୁଟରେ ରହିଥିଲା । ଭାରତୀୟ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂର ସାମ୍ନା କରିପାରିନଥିଲେ ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନ୍ । ଯାହାଫଳରେ ମାତ୍ର ୭୪ ରନ୍ରେ ଅଲଆଉଟ୍ ହୋଇଥିଲା ଦକ୍ଷିଣ ଆଫ୍ରିକା । ଯାହାଫଳରେ ଭାରତ ୧୦୧ ରନ୍ର ବଡ଼ ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ବୁମ୍ରା, ଅର୍ଶଦୀପ, ବରୁଣ ଓ ଅକ୍ସର ପଟେଲ ଦୁଇଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ । ଏହି ବିଜୟ ସହ ଭାରତ ୨୦୧୫ରେ ବାରବାଟୀରେ ହୋଇଥିବା ଲଜ୍ଜାଜନକ ପରାଜୟର ପ୍ରତିଶୋଧ ସେହି ବାରବାଟୀରେ ନେଇଛି ।
Related Topics
Explore more stories