Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Team India Practice Session / ବାରବାଟୀରେ ଅଭ୍ୟାସ କରିବେ ଦୁଇ ଦେଶର ଖେଳାଳି, ମାଗଣାରେ ଦେଖିପାରିବେ ଦର୍ଶକ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ବାରବାଟୀରେ ଅଭ୍ୟାସ କରିବେ ଦୁଇ ଦେଶର ଖେଳାଳି, ମାଗଣାରେ ଦେଖିପାରିବେ ଦର୍ଶକ
Hardik Pandya

Key Points

ବାରବାଟୀ ଲଢେଇ ପାଇଁ କାଉଣ୍ଟଡାଉନ
ଆଜି ଦୁଇ ଦେଶର ଖେଳାଳି କରିବେ ଅଭ୍ୟାସ
ସୁରକ୍ଷା ବ୍ୟବସ୍ଥା କଡାକଡି
ଆସନ୍ତାକାଲି ବାରବାଟୀରେ ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଦୁଇ ଦଳର ଖେଳାଳି ମଧ୍ୟ ଓଡ଼ିଶାରେ ପହଞ୍ଚି ସାରିଛନ୍ତି ।

ସେପଟେ ଆସନ୍ତାକାଲି ମ୍ୟାଚ୍‌ ହେବାକୁ ଥିବା ବେଳେ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ । ଭାରତୀୟ ଦଳ ଅପରାହ୍ମ ୧:୩୦ରୁ ୪:୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବ । ସେହିପରି ଦକ୍ଷିଣ ଆଫ୍ରିକା ଦଳ ସନ୍ଧ୍ୟା ୫:୩୦ରୁ ରାତି ୮:୩୦ ପର୍ଯ୍ୟନ୍ତ ବାରବାଟୀରେ ଅଭ୍ୟାସ କରିବ । ଭୁବନେଶ୍ବର ହୋଟେଲ ମେ'ଫେୟାରରୁ କଟକ ବାରବାଟୀ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରଯାଇଛି । ସେପଟେ ଅଭ୍ୟାସ ଦେଖିବା ପାଇଁ ଦର୍ଶକ ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ । ଗ୍ୟାଲେରୀ ନମ୍ବର ୬ ଓ ୭ ସାଧାରଣ ଦର୍ଶକ ପାଇଁ ଖୋଲା ରହିବ । ଆଉ ଯଦି ଭିଡ଼ ଅଧିକ ହୁଏ ତେବେ ଗ୍ୟାଲେରୀ ନମ୍ବର ୧ ଓ ୨ ଖୋଲିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।


ଅନ୍ୟପକ୍ଷରେ ଗତକାଲି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକାକୀ ବାରବାଟୀ ଯାଇ ଅଭ୍ୟାସ କରିଛନ୍ତି । ବିନା ଦର୍ଶକରେ ସେ ଅଭ୍ୟାସ କରିଥିଲେ । ୨୦ ମିନିଟ୍‌ ଧରି ବୋଲିଂ କରିବା ସହ ୩୦ ମିନିଟ୍ ବ୍ୟାଟିଂ କରିଥିଲେ ପାଣ୍ଡ୍ୟା ।



ସେପଟେ ଗତକାଲି ଅପରାହ୍ମରେ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସହ ସପୋର୍ଟ ଷ୍ଟାଫ୍‌ ଏବଂ କିଛି ଖେଳାଳି ଭୁବନେଶ୍ବରରେ ପହଞ୍ଚିଥିଲେ । ଏହା ପୂର୍ବରୁ ଶନିବାର ସନ୍ଧ୍ୟାରେ ହାର୍ଦ୍ଦିକ ପାଣ୍ଡ୍ୟ ପହଞ୍ଚିଥିଲେ । ସେହିପରି ରବିବାର ସନ୍ଧ୍ୟାରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ସମେତ ପାଞ୍ଚଜଣ ସାଥୀ ଖେଳାଳୀ ଶୁବମନ୍ ଗିଲ୍, ଶିବମ ଦୁବେ, ଜିତେଶ ଶର୍ମା, ଅଭିଷେକ ଶର୍ମା ଓ ଅକ୍ଷର ପଟେଲ ଭୁବନେଶ୍ବରରେ ପହଞ୍ଚିଥିଲେ ।
ତେବେ ମ୍ୟାଚ୍‌ କମିଶନରେଟ୍ ପୋଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାରବାଟୀରେ ୫୦ ପ୍ଲାଟୁନ୍‌ ପୋଲିସ, ୩୦୦ ଅଫିସର ଏବଂ ଖେଳାଳି ଆସିବା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟି ଟି-୨୦ ମ୍ୟାଚ ଖେଳାଯାଇଛି । ଏହି ଦୁଇଟି ମ୍ୟାଚରେ ଭାରତ ହାରିଥିଲା । ଆସନ୍ତାକାଲି ହେବାକୁ ଥିବା ମ୍ୟାଚ ନାଲି ମାଟିର ପିଚରେ ଖେଳାଯିବ । ତେଣୁ ହାଇ ସ୍କୋରିଂ ମ୍ୟାଚ ହେବା ନେଇ ଆକଳନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India-SA Practice at Barabati: Free Entry for Fans Today | Argus News