Barabati Stadium Tickets / 'ଟିକେଟ୍ ପାଇଁ ଆସିଛି...କିନ୍ତୁ ଏ ଭିଡ଼ ଦେଖି ମୁଣ୍ଡ ବୁଲାଇଲାଣି'
·9 months ago·2 min read

Key Points
ବାରବାଟୀରେ ଅଫଲାଇନ୍ ଟିକେଟ୍ ବିକ୍ରି
ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ଟିକେଟ୍ ବିକ୍ରି
କାଲିଠାରୁ ଲାଗିଛି ଅସମ୍ଭାଳ ଭିଡ଼
ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ଟିକେଟ୍ ବିକ୍ରି
କାଲିଠାରୁ ଲାଗିଛି ଅସମ୍ଭାଳ ଭିଡ଼
ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଡିସେମ୍ବର ୧ ତାରିଖରେ ଅନଲାଇନ୍ରେ ଟିକେଟ୍ ବିକ୍ରି ହୋଇଥିଲା । ଆଉ ଆଜି ଅର୍ଥାତ ଡିସେମ୍ବର ୫ରେ ଅଫଲାଇନ୍ରେ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକେଟ୍ ବିକ୍ରି ହେବ ।
କିନ୍ତୁ କାଉଣ୍ଟରରୁ ଖଣ୍ଡେ ଟିକେଟ୍ ପାଇବା ପାଇଁ ଗତକାଲି ସନ୍ଧ୍ୟାରେ କ୍ରିକେଟ୍ ପ୍ରେମୀ ଭିଡ଼ ଲଗାଇଛନ୍ତି । ଏମିତିକି ପୋଲିସ୍ର ବାରଣ ସତ୍ତ୍ବେ ଗୁରୁବାର ସନ୍ଧ୍ୟାରେ ହଠାତ୍ ହଜାର ହଜାର ଲୋକ ବାରବାଟୀ ଷ୍ଟାଡିୟମ ଆଡ଼କୁ ମାଡ଼ି ଆସିଥିଲେ । ପୋଲିସ୍ ଯେତେ ଘଉଡ଼ାଇଲେ ବି ସେମାନେ ସେଠାରୁ ଯାଇନଥିଲେ । ଟିକେଟ୍ ପାଇଁ ଲାଇନ୍ରେ ଠିଆ ହେବାକୁ ଠେଲାପେଲା ଓ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା । ସାରା ରାତି ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ୍ ନାକେଦମ୍ ହୋଇଛି ।
ତେବେ ଗତକାଲି ସନ୍ଧ୍ୟାରୁ ଲାଇନ୍ରେ ଠିଆ ହେବା ପରେ ମଧ୍ୟ କିଛି ଦର୍ଶକ ଟିକେଟ୍ ନପାଇ ନିରାଶ ହୋଇଛନ୍ତି । ଜଣେ କ୍ରିକେଟ୍ ପ୍ରେମୀ କହିଛନ୍ତି, କାଲି ସନ୍ଧ୍ୟା ୭ଟାରୁ ଆସିଛି । ଲୋକ ଗତକାଲି ୨ଟାରୁ ଆସିଛନ୍ତି । ଏତେ ଲମ୍ବା ଲାଇନ୍ ଓ ଭିଡ଼ ଦେଖି ଆମେ ହାରିଗଲୁ ଆଜ୍ଞା । ଆମେ ଟିକେଟ୍ ନପାଇ ହତାଶ ହୋଇଗଲୁ । ବହୁତ ଆଶା ଥିଲା ଟିମ୍ ଇଣ୍ଡିଆକୁ ଚିୟର୍ କରିବାକୁ । କିନ୍ତୁ ମୋ ଆଶା ଆଶାରେ ରହିଗଲା ।

ଅଧିକ ପଢ଼ନ୍ତୁ: ଶୀତ କାକରକୁ ହରାଇଲା କ୍ରିକେଟ ନିଶା: ବାରବାଟୀ ଷ୍ଟାଡିୟମ ବାହାରେ ଅସମ୍ଭାଳ ସ୍ଥିତି
ତେବେ ଗତକାଲି ସନ୍ଧ୍ୟାରୁ ଲାଇନ୍ରେ ଠିଆ ହେବା ପରେ ମଧ୍ୟ କିଛି ଦର୍ଶକ ଟିକେଟ୍ ନପାଇ ନିରାଶ ହୋଇଛନ୍ତି । ଜଣେ କ୍ରିକେଟ୍ ପ୍ରେମୀ କହିଛନ୍ତି, କାଲି ସନ୍ଧ୍ୟା ୭ଟାରୁ ଆସିଛି । ଲୋକ ଗତକାଲି ୨ଟାରୁ ଆସିଛନ୍ତି । ଏତେ ଲମ୍ବା ଲାଇନ୍ ଓ ଭିଡ଼ ଦେଖି ଆମେ ହାରିଗଲୁ ଆଜ୍ଞା । ଆମେ ଟିକେଟ୍ ନପାଇ ହତାଶ ହୋଇଗଲୁ । ବହୁତ ଆଶା ଥିଲା ଟିମ୍ ଇଣ୍ଡିଆକୁ ଚିୟର୍ କରିବାକୁ । କିନ୍ତୁ ମୋ ଆଶା ଆଶାରେ ରହିଗଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଆଉ ଜଣେ ମହିଳା ଦର୍ଶକ କହିଛନ୍ତି, କାଲି ସନ୍ଧ୍ୟା ୫ଟାରୁ ଆସିଛୁ । କିନ୍ତୁ ଏ ଭିଡ଼ ଦେଖି ମୁଣ୍ଡ ବୁଲାଇଲାଣି । ଏପଟୁ ସେପଟ ଖାଲି ଠେଲାପେଲା ହେଉଛନ୍ତି । ଲୋକମାନେ ଏ ଭିଡ଼ ଦେଖି ଫେରି ପଳାଉଛନ୍ତି । ଆମେ କିନ୍ତୁ ଟିକେଟ୍ ନେଇକି ଯିବୁ ।
ବାରବାଟୀ ଷ୍ଟାଡିୟମ ଟିକେଟ୍ ମୂଲ୍ୟ
ଗ୍ୟାଲେରୀ ନମ୍ବର ୧ ଓ ୩: ୧୧୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୨ ଓ ୪: ୯୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୫: ୧୨୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୭: ୭୦୦ ଟଙ୍କା
ସ୍ପେଶାଲ ଏନକ୍ଲୋଜର: ୬,୦୦୦ ଟଙ୍କା
ଏସି ବକ୍ସ: ୮,୦୦୦ ଟଙ୍କା
ନ୍ୟୁ ପାଭିଲିୟନ୍: ୧୦,୦୦୦ ଟଙ୍କା
କର୍ପୋରେଟ୍ ବକ୍ସ: ୨୦,୦୦୦ ଟଙ୍କା
ବାରବାଟୀ ଷ୍ଟାଡିୟମ ଟିକେଟ୍ ମୂଲ୍ୟ
ଗ୍ୟାଲେରୀ ନମ୍ବର ୧ ଓ ୩: ୧୧୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୨ ଓ ୪: ୯୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୫: ୧୨୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୭: ୭୦୦ ଟଙ୍କା
ସ୍ପେଶାଲ ଏନକ୍ଲୋଜର: ୬,୦୦୦ ଟଙ୍କା
ଏସି ବକ୍ସ: ୮,୦୦୦ ଟଙ୍କା
ନ୍ୟୁ ପାଭିଲିୟନ୍: ୧୦,୦୦୦ ଟଙ୍କା
କର୍ପୋରେଟ୍ ବକ୍ସ: ୨୦,୦୦୦ ଟଙ୍କା
Related Topics
Explore more stories