Barabati Stadium Match / ଟି-୨୦ ମ୍ୟାଚ ପାଇଁ ସଜେଇ ହେଉଛି ବାରବାଟୀ: ସମସ୍ତ ଗ୍ୟାଲେରୀର ସ୍ଥିତି ସମୀକ୍ଷା କଲେ ବିଶେଷଜ୍ଞ ଟିମ
·9 months ago·2 min read

Key Points
ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି କ୍ରିକେଟ୍ ମ୍ୟାଚ୍ ପାଇଁ ବିଭିନ୍ନ ଗ୍ୟାଲେରୀର ନିରାପତ୍ତା ନିରୀକ୍ଷଣ କରିଛି ବିଶେଷଜ୍ଞ ଟିମ୍।
ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି କ୍ରିକେଟ୍ ମ୍ୟାଚ୍ ପାଇଁ ବିଭିନ୍ନ ଗ୍ୟାଲେରୀର ନିରାପତ୍ତା ନିରୀକ୍ଷଣ କରିଛି ବିଶେଷଜ୍ଞ ଟିମ୍।ଓସିଏର ଟେକ୍ନିକାଲ କମିଟି ସହ ଭୁବନେଶ୍ୱର ଆଇଆଇଟିର ବିଶେଷଜ୍ଞ ଓ ଆର ଆଣ୍ଡ ବି ବିଭାଗର ଯନ୍ତ୍ରୀ ମାନେ ବାରବାଟୀ ଷ୍ଟାଡିୟମର ୫, ୬ ଓ ୭ ନମ୍ବର ଗ୍ୟାଲେରୀର ସ୍ଥିତି ଓ ମରାମତି କାମ ନିରୀକ୍ଷଣ କରିଛନ୍ତି । କମିଟି ଆସନ୍ତା ୬ ତାରିଖ ସୁଦ୍ଧା ନିଜର ରିପୋର୍ଟ ଓସିଏ ସହ ରାଜ୍ୟ ସରକାରଙ୍କୁ ଦେଶ ବୋଲି ଓସିଏ ବୈଷୟିକ କମିଟି ମୁଖ୍ୟ କହିଛନ୍ତି।
ଏହାସହ ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଗୌହାଟୀ ଟେଷ୍ଟରୁ ବାଦ୍ ପଡ଼ିଲେ ଗିଲ୍...ପନ୍ତ ନୂଆ କ୍ୟାପଟେନ୍
ତେବେ ଚଳିତ ଥର ୭ ନମ୍ବର ଗ୍ୟାଲେରୀର କାନାଡା ଓ ଥାଇଲାଣ୍ଡର ବିଶେଷଜ୍ଞ ମାନଙ୍କ ଦ୍ଵାରା କରାଯାଇଛି ଓ ଗ୍ୟାଲେରୀ ସମ୍ପୂର୍ଣ୍ଣ ନିରାପଦ ଅଛି ବୋଲି ଓସିଏ ବୈଷୟିକ କମିଟି ମୁଖ୍ୟ କହିଛନ୍ତି। ସେପଟେ ତିନି ଗ୍ୟାଲେରୀରେ ଦର୍ଶକଙ୍କ ନିରାପତ୍ତା ନିଶ୍ଚିତ କରାଇବା ପାଇଁ ସ୍ଵତନ୍ତ୍ର କରିଡର ବ୍ୟବସ୍ଥା ହୋଇଥିବା କମିଟି କହିଛି।
ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି। ପିଚ୍ ଏବଂ ଆଉଟ୍ ଫିଲ୍ଡକୁ ପ୍ରସ୍ତୁତ ରଖିବା ଲାଗି କାମ ଚାଲିଛି । ସୁହାଉଛି ଅନୁକୂଳ ପାଗ । ସ୍ଥିତି କହୁଛି ବାରବାଟୀର ଷ୍ଟାଡିୟମର ସବୁଜ ଆଉଟଫିଲ୍ଡ ଏବେ ଟି-ଟ୍ୱେଣ୍ଟି ମ୍ୟାଚ୍ ଅପେକ୍ଷାରେ । ଅନୁକୂଳ ପାଗ ଯୋଗୁଁ ଦୈନିକ ଦୁଇ ଥର ଆଉଟଫିଲ୍ଡ କାମରେ ଲାଗିଛନ୍ତି ଗ୍ରାଉଣ୍ଡସମ୍ୟାନ । ତେଣେ ମ୍ୟାଚ୍ ଲାଗି ପ୍ରସ୍ତୁତ ହେଉଛି ବାରବାଟୀ ପିଚ୍ । ପ୍ରତ୍ୟେକ ରୋଲିଂ ସହିତ ଆବଶ୍ୟକୀୟ ପାଣି ସିଞ୍ଚନ କରାଯାଉଛି । ମ୍ୟାଚ୍ ଲାଗି ୨ଟି ମେନ୍ ପିଚ୍ ରହିଛି । ଯେହେତୁ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳ ହେବ, ତେଣୁ ପିଚ୍ ଏବଂ ଆଉଟଫିଲ୍ଡ ଫାଷ୍ଟ ହେବା ଆବଶ୍ୟକ । କାମ ମଧ୍ୟ ସେହି ମୁତାବକ ହେଉଛି।
ଏହାସହ ପଢ଼ନ୍ତୁ: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ T20 ପାଇଁ ଆସିଲା ଟିକେଟ୍ ବିକ୍ରି ତାରିଖ, ଏହି ୨ ଦିନ କାଉଣ୍ଟରରେ ମିଳିବ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୪୫ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ବାରବାଟୀ ଷ୍ଟାଡିଅମରେ ଏଥର ୫ ହଜାରରୁ ସିଟ୍ କଟିବ। ପୋଲିସ୍ର ପରାମର୍ଶରେ ଗ୍ୟାଲେରୀର ସିଟ୍ ମାପ ବୃଦ୍ଧି କରାଯାଇଛି। ଗ୍ୟାଲେରୀରେ ଦର୍ଶକମାନେ ଆରାମରେ ବସି ମ୍ୟାଚ ଉପଭୋଗ ଦୃଷ୍ଟିରେ ରଖି ଦେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇ ସିଟ ଗୁଡିକକୁ ୧୯ ଇଞ୍ଚ ରୁ ୨୨ ଇଞ୍ଚ୍ ବୃଦ୍ଧି କରାଯାଉଛି।
ଏ ସିଟ୍ ସଂଖ୍ୟା ସିଧାସଳଖ ଦର୍ଶକଙ୍କ ଭାଗରୁ କଟିବ ବୋଲି ଜଣା ପଡିଛି। ଫଳରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରକୁ ଆସୁଥିବା ଟିକେଟର ପରିମାଣ ପୂର୍ଵ ଅପେକ୍ଷା ୫ ହଜାର କମିବ ବୋଲି କୁହାଯାଉଛି।

Related Topics
Explore more stories