Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Team India arrival Odisha / ବାରବାଟୀ ଟି-୨୦: ଆଜି ଆସିବେ ଭାରତୀୟ ଖେଳାଳି, ବିମାନବନ୍ଦରରେ କଡ଼ା ସୁରକ୍ଷା

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ବାରବାଟୀ ଟି-୨୦: ଆଜି ଆସିବେ ଭାରତୀୟ ଖେଳାଳି, ବିମାନବନ୍ଦରରେ କଡ଼ା ସୁରକ୍ଷା
Team India

Key Points

ବାରବାଟୀ ଟି-୨୦ । ଆଜି ଭୁବନେଶ୍ବରରେ ପହଞ୍ଚିବେ ଭାରତୀୟ ଖେଳାଳି । ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।
ଶନିବାର ବିଶାଖାପାଟଣାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଅନ୍ତିମ ଦିନିକିଆ ମ୍ୟାଚ୍‌ । ଏହି ମ୍ୟାଚ୍‌ ପରେ ଡିସେମ୍ବର ୯ରୁ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଅନୁଷ୍ଠିତ ହେବ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଯାହାକୁ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ବାରବାଟୀ ଟି-୨୦ ପାଇଁ ଶୁକ୍ରବାର ୫ ଜଣ ଦକ୍ଷିଣ ଆଫ୍ରିକା ଖେଳାଳା ଭୁବନେଶ୍ବରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିଲା । ଏହା ପରେ କଡ଼ା ସୁରକ୍ଷା ମଧ୍ୟରେ ୫ ଖେଳାଳିଙ୍କୁ ହୋଟେଲ ମେ' ଫେୟାରକୁ ନିଆଯାଇଛି । ସାଉଥ ଆଫ୍ରିକ ଟିମ୍‌ର ଡେଭିଡ୍‌ ମିଲର, ଜର୍ଜ ଲିଣ୍ଡେ, ଆର୍.ହେଣ୍ଡ୍ରିକସ୍, ଡୋନଭାନ ଫରେଇରା ଓ କେୱାନ ମାଫାଖା ଓଡ଼ିଶାରେ ପହଞ୍ଚିଛନ୍ତି ।
ତେବେ ଶନିବାର ଟିମ୍ ଇଣ୍ଡିଆର କିଛି ଖେଳାଳି ଭୁବନେଶ୍ବର ପହଞ୍ଚିବେ ବୋଲି ସୂଚନା ମିଳିଛି । ତେବେ କେଉଁମାନେ ଆଜି ଆସି ପହଞ୍ଚିବେ ତା'ର କିଛି ସ୍ପଷ୍ଟ ସୂଚନା ମିଳିନି । ଅନ୍ୟପଟେ ଆଜି ବିଶାଖାପାଟଣାରେ ଦିନିକିଆ ମ୍ୟାଚ୍‌ ଶେଷ ହେବା ପରେ ଆସନ୍ତକାଲି ଦୁଇ ଦଳର ବାକି ଥିବା ସମସ୍ତ ଖେଳାଳି ଭୁବନେଶ୍ବରରେ ପହଞ୍ଚିବେ ।

ସେପଟେ ବାରବାଟୀ ଟି-୨୦ ପାଇଁ ସବୁ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ବାରବାଟୀରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍‌ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବମ୍‌ ସ୍କ୍ବାଡ ସହ ସୁରକ୍ଷା ବଳୟକୁ ଯାଞ୍ଚ କରିବେ ସ୍ପେଶାଲ ଟାକ୍ଟିକାଲ ୟୁନିଟ । କଟକରେ ୭୪ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୨ ପ୍ଲାଟୁନ ଫୋର୍ସ ରହିବେ । ଏୟାରଫୋର୍ଟଠାରୁ ଆରମ୍ଭ କରି ହୋଟେଲ ଓ ହୋଟେଲରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ପୋଲିସ୍‌ କମିଶନର କହିଛନ୍ତି ।

ଯିବା ଆସିବା ବାଟ, ଷ୍ଟାଡିୟମ ଓ ଷ୍ଟାଡିୟମ ବାହାରେ ଡ୍ରୋନ୍‌ ନଜର ରଖିବ । ଏହି କ୍ୟାମେରାଗୁଡ଼ିକ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯାଇ ସେଠାରୁ ନିୟନ୍ତ୍ରଣ କରାଯିବ । ପୋଲିସ ସହିତ ମେଡିକାଲ୍ ଟିମ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହେବେ । ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ୍ ନିୟୋଜିତ ହେବେ । ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ । ହଜାର ହଜାର କ୍ରୀଡ଼ା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ୍ ସଜାଗ ରହିଥିବା ନେଇ ପୋଲିସ୍‌ କମିଶନର ସୂଚନା ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Barabati T20: Indian Players Arriving Today Amid Heavy Security in Bhubaneswar | Argus News