India Practice Session Barabati / ବାରବାଟୀ ଟି-୨୦: ଅଭ୍ୟାସ ପାଇଁ ଷ୍ଟାଡିୟମରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ୩ ଘଣ୍ଟା କରିବେ ପ୍ରାକ୍ଟିସ୍
·7 months ago·2 min read

Key Points
ବାରବାଟୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ
୩ ଘଣ୍ଟା ଧରି କରିବେ ଅଭ୍ୟାସ
ମାଗଣାରେ ଦେଖିପାରିବେ ଦର୍ଶକ
୩ ଘଣ୍ଟା ଧରି କରିବେ ଅଭ୍ୟାସ
ମାଗଣାରେ ଦେଖିପାରିବେ ଦର୍ଶକ
ଆସନ୍ତାକାଲି ବାରବାଟୀରେ ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଦୁଇ ଦଳର ଖେଳାଳି ମଧ୍ୟ ଓଡ଼ିଶାରେ ପହଞ୍ଚି ସାରିଛନ୍ତି ।
ଆସନ୍ତାକାଲି ମ୍ୟାଚ୍ ହେବାକୁ ଥିବା ବେଳେ ଆଜି ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛି ଟିମ୍ ଇଣ୍ଡିଆ । କଡ଼ା ସୁରକ୍ଷାରେ ହୋଟେଲରୁ ଷ୍ଟାଡିୟମ ଯାଇଛନ୍ତି ଟିମ୍ ଇଣ୍ଡିଆ ଖେଳାଳି । ଭାରତୀୟ ଦଳ ଅପରାହ୍ମ ୧:୩୦ରୁ ୪:୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବ । ସେହିପରି ଦକ୍ଷିଣ ଆଫ୍ରିକା ଦଳ ସନ୍ଧ୍ୟା ୫:୩୦ରୁ ରାତି ୮:୩୦ ପର୍ଯ୍ୟନ୍ତ ବାରବାଟୀରେ ଅଭ୍ୟାସ କରିବ । ଭୁବନେଶ୍ବର ହୋଟେଲ ମେ'ଫେୟାରରୁ କଟକ ବାରବାଟୀ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରଯାଇଛି । ସେପଟେ ଅଭ୍ୟାସ ଦେଖିବା ପାଇଁ ଦର୍ଶକ ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ । ଗ୍ୟାଲେରୀ ନମ୍ବର ୬ ଓ ୭ ସାଧାରଣ ଦର୍ଶକ ପାଇଁ ଖୋଲା ରହିବ । ଆଉ ଯଦି ଭିଡ଼ ଅଧିକ ହୁଏ ତେବେ ଗ୍ୟାଲେରୀ ନମ୍ବର ୧ ଓ ୨ ଖୋଲିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ଗତକାଲି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକାକୀ ବାରବାଟୀ ଯାଇ ଅଭ୍ୟାସ କରିଛନ୍ତି । ବିନା ଦର୍ଶକରେ ସେ ଅଭ୍ୟାସ କରିଥିଲେ । ୨୦ ମିନିଟ୍ ଧରି ବୋଲିଂ କରିବା ସହ ୩୦ ମିନିଟ୍ ବ୍ୟାଟିଂ କରିଥିଲେ ପାଣ୍ଡ୍ୟା ।
ସେପଟେ ଗତକାଲି ଅପରାହ୍ମରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ସପୋର୍ଟ ଷ୍ଟାଫ୍ ଏବଂ କିଛି ଖେଳାଳି ଭୁବନେଶ୍ବରରେ ପହଞ୍ଚିଥିଲେ । ଏହା ପୂର୍ବରୁ ଶନିବାର ସନ୍ଧ୍ୟାରେ ହାର୍ଦ୍ଦିକ ପାଣ୍ଡ୍ୟ ପହଞ୍ଚିଥିଲେ । ସେହିପରି ରବିବାର ସନ୍ଧ୍ୟାରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ସମେତ ପାଞ୍ଚଜଣ ସାଥୀ ଖେଳାଳୀ ଶୁବମନ୍ ଗିଲ୍, ଶିବମ ଦୁବେ, ଜିତେଶ ଶର୍ମା, ଅଭିଷେକ ଶର୍ମା ଓ ଅକ୍ଷର ପଟେଲ ଭୁବନେଶ୍ବରରେ ପହଞ୍ଚିଥିଲେ ।
ତେବେ ମ୍ୟାଚ୍ କମିଶନରେଟ୍ ପୋଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାରବାଟୀରେ ୫୦ ପ୍ଲାଟୁନ୍ ପୋଲିସ, ୩୦୦ ଅଫିସର ଏବଂ ଖେଳାଳି ଆସିବା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟି ଟି-୨୦ ମ୍ୟାଚ ଖେଳାଯାଇଛି । ଏହି ଦୁଇଟି ମ୍ୟାଚରେ ଭାରତ ହାରିଥିଲା । ଆସନ୍ତାକାଲି ହେବାକୁ ଥିବା ମ୍ୟାଚ ନାଲି ମାଟିର ପିଚରେ ଖେଳାଯିବ । ତେଣୁ ହାଇ ସ୍କୋରିଂ ମ୍ୟାଚ ହେବା ନେଇ ଆକଳନ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories