Online Ticket Booking / ବାରବାଟୀ ଟି-୨୦: କାଲିଠୁ ଅନଲାଇନ୍ରେ ବିକ୍ରି ହେବ ଟିକେଟ୍, ଜାଣନ୍ତୁ କେମିତି କରିବେ ବୁକ୍
·7 months ago·2 min read

Key Points
ବାରବାଟୀ T-20 ମ୍ୟାଚ୍ ପାଇଁ କାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି
ଏନେଇ ସୂଚନା ଦେଲେ OCA ସମ୍ପାଦକ ସଞ୍ଜୟ ବେହେରା
‘ଅନଲାଇନରେ କେବଳ ୨ ହଜାର ଟିକେଟ୍ ବିକ୍ରି କରାଯିବ’

ଡିସେମ୍ବର ୯ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଏଥିପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ଟିକେଟ୍ ବିକ୍ରି । ତେବେ ଏଥର ଅନଲାଇନ୍ ମାତ୍ର ୨ ହଜାର ଟିକେଟ୍ ବିକ୍ରି କରାଯିବ । ତେବେ ଆସନ୍ତା ୩ ଓ ୪ ତାରିଖରେ ଓସିଏ ଅନୁବନ୍ଧିତ ସଂସ୍ଥା ବା କ୍ଲବ୍ମାନଙ୍କ ପାଇଁ ଟିକେଟ୍ ବିକ୍ରି ହେବ । ୫ ତାରିଖ ଦିନ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରେ ଟିକେଟ୍ ବିକ୍ରି ହେବ । ତେବେ ଏଥର କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ମାତ୍ର ୧୦ ହଜାର ଟିକେଟ୍ ବିକ୍ରି ହେବ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା।
ସୂଚନା ଅନୁସାରେ, ବାରବାଟୀରେ ପୂର୍ବରୁ ସିଟ୍ ସଂଖ୍ୟା ୪୪ ହଜାର ୫୦୦ ଥିଲା । କିନ୍ତୁ ଚଳିତ ମ୍ୟାଚ୍ରେ ସେଥିରୁ ୨୫୦୦ ସିଟ୍ କମିବ ।
ତେବେ ଡିସେମ୍ବର ୯ରେ ଅର୍ଥାତ ମ୍ୟାଚ୍ ଦିନ DMX ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ' ହେବ । ମ୍ୟାଚ ପାଇଁ ୫୦ କୋଟିର ବୀମା ରହିଛି । ତେବେ ଡିସେମ୍ବର ୮ ତାରିଖରେ ଉଭୟ ଦଳ ଅଭ୍ୟାସ କରିବାକୁ ଷ୍ଟାଡିୟମ ଯିବେ । ୮ ତାରିଖ ଦିନ ୧:୩୦ରୁ ୪:୩୦ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାରବାଟୀରେ ଅଭ୍ୟାସ କରିବ । ସେହିପରି ସନ୍ଧ୍ୟା ୫:୩୦ରୁ ୮:୩୦ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଅଭ୍ୟାସ କରିବ । ମ୍ୟାଚର ତିନି ଘଣ୍ଟା ପୂର୍ବରୁ ଦର୍ଶକଙ୍କ ପାଇଁ ଷ୍ଟାଡିଅମ ଗେଟ୍ ଖୋଲାଯିବ ବୋଲି ଓସିଏ ସଂପାଦକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
କେତେ ରହିଛି ଟିକେଟ୍ ଦର୍
ଗ୍ୟାଲେରୀ ନମ୍ବର ୧ ଓ ୩: ୧୧୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୨ ଓ ୪: ୯୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୫: ୧୨୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୭: ୭୦୦ ଟଙ୍କା
କର୍ପୋରେଟର ବକ୍ସ: ୨୦ ହଜାର ଟଙ୍କା
AC ବକ୍ସ: ୮ ହଜାର ଟଙ୍କା
ସ୍ପେଶାଲ ଏନକ୍ଲୋଜର: ୬ ହଜାର ଟଙ୍କା
ସେପଟେ ବାରବାଟୀ ମ୍ୟାଚ୍ ପୂର୍ବରୁ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ନିମନ୍ତ୍ରିତ କରିବା ସହ ପ୍ରଥମ ଟିକେଟ ସମର୍ପଣ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ମହାପ୍ରଭୁଙ୍କ ଦର୍ଶନ କରିବା ସହ ବାରବାଟୀରେ ଅନୁଷ୍ଠିତ ଟି-୨୦ ମ୍ୟାଚ୍ କିଭଳି ସୁରୁଖୁରୁରେ ସମ୍ପାଦିତ ହେବ ସେନେଇ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତେବେ ଟି-୨୦ ମ୍ୟାଚ୍ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବା ବେଳେ ଆଉ ଯାହା କିଛି କାମ ରହିଛି, ତାହା ୨-୩ ଦିନ ମଧ୍ୟରେ ଶେଷ ହେବ ବୋଲି ଓସିଏ ସମ୍ପାଦକ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories