Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

New Rule in Cricket / କ୍ରିକେଟ୍‌ରେ ବଡ଼ ପରିବର୍ତ୍ତନ, ଆଉ ଫିଲ୍ଡିଂ କରିବେନି ବ୍ୟାଟ୍ସମ୍ୟାନ୍

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
କ୍ରିକେଟ୍‌ରେ ବଡ଼ ପରିବର୍ତ୍ତନ, ଆଉ ଫିଲ୍ଡିଂ କରିବେନି ବ୍ୟାଟ୍ସମ୍ୟାନ୍
New Rule in Cricket

Key Points

ବେସବଲ୍ ଷ୍ଟାଇଲ୍ ନିୟମ କ୍ରିକେଟ୍‌ରେ
T-20 କ୍ରିକେଟ୍‌ରେ Designated Hitter ନିୟମ
ବ୍ୟାଟ୍ସମ୍ୟାନ୍ ଫିଲ୍ଡିଂ କରିବେନି
ଅଷ୍ଟ୍ରେଲିଆର ଲୋକପ୍ରିୟ T-୨୦ ଲିଗ୍ ବିଗ୍ ବାସ୍ ଲିଗ୍ (BBL) ୨୦୨୬-୨୭ ସିଜିନରୁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଅନନ୍ୟ ନିୟମ ଲାଗୁ ହେବାକୁ ଯାଉଛି । ଏହି ନୂଆ ନିୟମ ଅନୁଯାୟୀ, ଦଳଗୁଡ଼ିକୁ "ନିର୍ଦ୍ଦିଷ୍ଟ ହିଟର୍(Designated hitter)" (ଯେ କେବଳ ବ୍ୟାଟିଂ କରନ୍ତି) ଏବଂ "ନିର୍ଦ୍ଦିଷ୍ଟ ଫିଲ୍ଡର୍ (Designated Fielder)" (ଯେ କେବଳ ଫିଲ୍ଡିଂ କରନ୍ତି) ଚୟନ କରିବାକୁ ଅନୁମତି ଦିଆଯିବ ।

ଏହି ନିୟମର ଉଦ୍ଦେଶ୍ୟ ହେଉଛି କ୍ରିକେଟର ବଡ଼ ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ଅଧିକ ସମୟ ପାଇଁ ଲିଗ୍‌ରେ ରଖିବା, ଯାହା ଦ୍ଵାରା ସେମାନେ ଫିଲ୍ଡିଂ ସମୟରେ ଆଘାତରୁ ରକ୍ଷା ପାଇପାରିବେ ଏବଂ କେବଳ ସେମାନଙ୍କର ବ୍ୟାଟିଂ ଦକ୍ଷତା ଉପରେ ଧ୍ୟାନ ଦେଇପାରିବେ । ଏହି ନିୟମ ବେସବଲ୍‌ରୁ ଆସିଛି ।

ଏହି ପରିବର୍ତ୍ତନ ଆଡିଲେଡ୍ ଷ୍ଟ୍ରାଇକର୍ସର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନ୍ ଏବଂ ପର୍ଥ ସ୍କର୍ଚର୍ସର ଷ୍ଟାର ମିଚେଲ୍ ମାର୍ଶଙ୍କ ଭଳି ଖେଳାଳିଙ୍କ କ୍ୟାରିଅର୍ ଲମ୍ବା କରିପାରେ । ବୟସ ସହିତ ଫିଲ୍ଡିଂ ଆଘାତର ବିପଦ ବୃଦ୍ଧି ପାଏ, ଯାହାକୁ ଏହି ନିୟମ ହ୍ରାସ କରିବ ।

BBL ଲିଡରମାନେ ଆଶା କରୁଛନ୍ତି ଯେ ଏହି ନିୟମ ଟ୍ରାଭିସ୍ ହେଡ୍ ଭଳି କ୍ଳାନ୍ତ ଟେଷ୍ଟ ଖେଳାଳିଙ୍କୁ ମଧ୍ୟ ଲିଗ୍‌ରେ ଖେଳିବାକୁ ଉତ୍ସାହିତ କରିବ । ହେଡ୍ ସମ୍ପ୍ରତି ଆସେସ୍ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ, କିନ୍ତୁ ଚଳିତ BBL ସିଜିନ୍‌ରେ ଅଂଶଗ୍ରହଣ କରୁନାହାଁନ୍ତି । ଟି-୨୦ ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ହେଡ୍‌ ବିଗ୍‌ ବାସ୍‌ ଲିଗ୍‌ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅଷ୍ଟ୍ରେଲିୟ କ୍ରିକେଟ କିମ୍ବଦନ୍ତୀ ରିକି ପଣ୍ଟିଂ ଏହି ନିୟମକୁ ଏକ ବୁଦ୍ଧିମାନ ପଦକ୍ଷେପ ବୋଲି କହିଛନ୍ତି । ସେ କହିଛନ୍ତି, "କିଛି ଖେଳାଳି ସେମାନଙ୍କ କ୍ୟାରିୟରର ଏପରି ଏକ ପର୍ଯ୍ୟାୟରେ ଥାଆନ୍ତି ଯେତେବେଳେ ସେମାନେ ଫିଲ୍ଡିଂରେ ଅଧିକ ପ୍ରଭାବ ପକାଇପାରନ୍ତି ନାହିଁ । ସେମାନଙ୍କଠାରେ ଆଘାତର ଆଶଙ୍କା ମଧ୍ୟ ଥାଏ । ତେଣୁ ଯଦି ଏହି ନିୟମ ସେମାନଙ୍କୁ ଖେଳିବାରେ ସାହାଯ୍ୟ କରେ, ତେବେ ଏହା ଚମତ୍କାର ।"

ନିର୍ଦ୍ଦିଷ୍ଟ ବ୍ୟାଟ୍ସମ୍ୟାନ୍ (Designated Hitter) ଏବଂ ନିର୍ଦ୍ଦିଷ୍ଟ ଫିଲ୍ଡର (Designated Fielder) ଉଭୟଙ୍କୁ ବୋଲିଂ କରିବାକୁ ଅନୁମତି ଦିଆଯିବ ନାହିଁ । ତଥାପି ଡେଜିନେଟେଡ୍ ଫିଲ୍ଡର ୱିକେଟକିପର ହୋଇପାରିବେ । ଯଦି କୌଣସି ଦଳ ଏହି ନିୟମ ବ୍ୟବହାର କରିବାକୁ ଚାହୁଁନାହିଁ, ତେବେ ସେମାନେ ସେମାନଙ୍କର ସାଧାରଣ ପ୍ଲେଇଂ ଇଲେଭେନ ସହିତ ଖେଳିପାରିବେ ।

ମେଲବୋର୍ଣ୍ଣ ଷ୍ଟାର୍ସ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ଏହି ନିୟମ ବିଷୟରେ କହିଛନ୍ତି, "ଏହା ଟୁର୍ଣ୍ଣାମେଣ୍ଟରେ ଏକ ନୂତନ ଉତ୍ସାହ ଯୋଡିବ । ଦଳଗୁଡ଼ିକ ଏହାକୁ କିପରି ବ୍ୟବହାର କରନ୍ତି ତାହା ଦେଖିବା ଆକର୍ଷଣୀୟ ହେବ ।" BBL ପରାମର୍ଶଦାତା ଟ୍ରେଣ୍ଟ ଉଡହିଲ୍ କହିଛନ୍ତି ଯେ ଏହି ନିୟମ ଦଳଗୁଡ଼ିକର ରଣନୀତିରେ ଏକ ନୂତନ ସ୍ତର ଯୋଡିବ । ସେ କହିଛନ୍ତି ଯେ ବିଶ୍ୱବ୍ୟାପୀ ଖେଳାଳିମାନଙ୍କଠାରୁ ଏହି ନିୟମ ଉପରେ ସକାରାତ୍ମକ ମତାମତ ମିଳିଛି ଏବଂ ଏହା ପରବର୍ତ୍ତୀ ସିଜିନରେ BBLକୁ ଅଧିକ ବଡ଼ ନାମ ଆସିପାରେ। ବର୍ତ୍ତମାନ, ମହିଳା ବିଗ୍ ବ୍ୟାସ୍ ଲିଗ୍ (WBBL) ରେ ଏହି ନିୟମ ପ୍ରଯୁଜ୍ୟ ହେବ ନାହିଁ, କିନ୍ତୁ ଭବିଷ୍ୟତରେ ଏହାକୁ ବିଚାର କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Big Bash League’s New Rule Allows Batsmen to Skip Fielding | Argus News