Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IND vs PAK / ୨ ପାକ୍ କ୍ରିକେଟରଙ୍କ ନାଁରେ BCCIର ଅଭିଯୋଗ, ICC ନେବ କଡ଼ା ଆକ୍ସନ !

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
୨ ପାକ୍ କ୍ରିକେଟରଙ୍କ ନାଁରେ BCCIର ଅଭିଯୋଗ, ICC ନେବ କଡ଼ା ଆକ୍ସନ !

Key Points

୨ ପାକିସ୍ତାନୀ କ୍ରିକେଟରଙ୍କ ବିରୋଧରେ BCCIର ଅଭିଯୋଗ । ହାରିସ୍ ରୌଫ୍ ଓ ସାହିବଜାଦା ଫରହାନଙ୍କ ନାଁରେ ଅଭିଯୋଗ କଲା BCCI। ଆଇସିସି ନିକଟରେ ଆଧିକାରିକ ଭାବେ ଅଭିଯୋଗ କଲା ବିସିସିଆଇ।

ଗନ୍ ସେଲିବ୍ରେସନ୍ କରି ଫସିଯିବ ପାକିସ୍ତାନ । ୨ ପାକିସ୍ତାନୀ କ୍ରିକେଟରଙ୍କ ବିରୋଧରେ ଆଇସିସି ନିକଟରେ ଅଭିଯୋଗ କରିଛି ବିସିସିଆଇ । ଏସିଆ କପ୍-୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଭାରତ ବିପକ୍ଷ ସୁପର ଫୋର୍ ମ୍ୟାଚ୍ ସମୟରେ ଅର୍ଦ୍ଧଶତକ ହାସଲ କରିବା ପରେ ଗନ୍ ସେଲିବ୍ରେସନ୍ କରିଥିଲେ ସାହିବଜାଦା ଫରହାନ । ଆଉ ଫରହାନଙ୍କ ଏଭଳି ଆଚରଣ ବିରୋଧରେ ବିସିସିଆଇ ICC (ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ) ନିକଟରେ ଅଭିଯୋଗ ଦାଖଲ କରିଛି ।


କେବଳ ସାହିବଜାଦା ଫରହାନ ନୁହନ୍ତି ହାରିସ୍ ରୌଫଙ୍କ ବିରୋଧରେ ମଧ୍ୟ ଆଇସିସି ନିକଟରେ ଅଭିଯୋଗ କରିଛି ବିସିସିଆଇ । ଭାରତ ବିପକ୍ଷ ମ୍ୟାଚ୍ ସମୟରେ ରୌଫ ଦର୍ଶକଙ୍କୁ ଦେଖି ୬-୦ ଇଙ୍ଗିତ କରିଥିଲେ । କେବଳ ଏତିକି ନୁହେଁ, ସେ ତାଙ୍କ ହାତରେ ଏକ ବିମାନ ଖସି ପଡ଼ୁଥିବାର ନକଲ ମଧ୍ୟ କରିଥିଲେ । ଆଉ ଏଭଳି ଆଚରଣ ପରେ ବିସିସିଆଇ ହାରିସ୍ ରୌଫଙ୍କ ବିରୋଧରେ ଆଇସିସି ନିକଟରେ ଅଭିଯୋଗ କରିଛି ।


ଅଧିକ ପଢ଼ନ୍ତୁ: ଓ୍ବେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ରବୀନ୍ଦ୍ର ଜାଡେଜା ଉପ-ଅଧିନାୟକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତୀୟ କ୍ରିକେଟ୍ ବୋର୍ଡ ବୁଧବାର ଦୁଇ ଜଣଙ୍କ ବିରୁଦ୍ଧରେ ଇମେଲ୍ ଜରିଆରେ ଅଭିଯୋଗ ଦାଖଲ କରିଛି । ଯଦି ସାହିବଜାଦା ଏବଂ ରୌଫ ଏହି ଅଭିଯୋଗ ସମ୍ପର୍କରେ ଲିଖିତ ଭାବେ ଆଇସିସି ନିକଟରେ ସେମାନଙ୍କ ପକ୍ଷ ନ ରଖନ୍ତି ତେବେ ସେମାନଙ୍କୁ ଶୁଣାଣି ପାଇଁ ଆଇସିସି ଏଲିଟ୍ ପ୍ୟାନେଲ୍ ରେଫରୀ ରିଚି ରିଚାର୍ଡସନଙ୍କ ନିକଟରେ ହାଜର ହେବାକୁ ପଡ଼ିପାରେ ।


ତେବେ ଯଦି ଉଭୟ ପାକିସ୍ତାନୀ ଖେଳାଳି ସେମାନଙ୍କର ଭୁଲ୍ ସ୍ୱୀକାର କରନ୍ତି, ତେବେ ରିଚି ରିଚାର୍ଡସନ ସେମାନଙ୍କ ବିରୋଧରେ ଜରିମାନା ଲଗାଇବେ । ନଚେତ୍, ରିଚାର୍ଡସନଙ୍କ ଅଧ୍ୟକ୍ଷତାରେ ଏକ ଆନୁଷ୍ଠାନିକ ତଦନ୍ତ କରାଯିବ । ପିସିବି ଅଧିକାରୀମାନେ ମଧ୍ୟ ଏହି ତଦନ୍ତର ଅଂଶ ହେବେ ବୋଲି ସୂଚନା ମିଳିଛି ।


ସେପଟେ ଭାରତୀୟ ଦଳ ଏସିଆ କପ -୨୦୨୫ର ଫାଇନାଲରେ ପ୍ରବେଶ କରିଛି । ବୁଧବାର ସୁପର-୪ ମ୍ୟାଚରେ ବାଂଲାଦେଶକୁ ୪୧ ରନରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ଭାରତ ଫାଇନାଲକୁ ଯିବା ସହ ଶ୍ରୀଲଙ୍କା ଦଳ ଏସିଆ କପ୍ ଫାଇନାଲ ରେସରୁ ବିଦା ହୋଇଛି । ତେବେ ଗୁରୁବାର ଏସିଆ କପରେ ମୁହାଁମୁହିଁ ହେବେ ବାଂଲାଦେଶ-ପାକିସ୍ତାନ । ତେବେ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଏକ ପ୍ରକାର ସେମିଫାଇନାଲ ସଦୃଶ । କାହିଁକି ନା ଯେଉଁ ଦଳ ଜିତିବ ସେହି ଦଳ ଫାଇନାଲରେ ପ୍ରବେଶ କରିବ ।


ଯଦି ପାକିସ୍ତାନ ଏହି ମ୍ୟାଚରେ ବିଜୟଲାଭ କରେ ତେବେ ଫାଇନାଲରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ । ଏହା ପୂର୍ବରୁ ଚଳିତ ଏସିଆ କପରେ ଦୁଇ ଥର ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି । ଆଉ ଦୁଇ ଥର ଭାରତ ଏକତରଫା ଭାବେ ପାକିସ୍ତାନ ବିପକ୍ଷରେ ବିଜୟଲାଭ କରିଥିଲା । ଆଉ ଯଦି ପୁଣି ଫାଇନାଲରେ ପାକିସ୍ତାନ ସହ ଖେଳିବ ତେବେ ଭାରତ ପୁଣି ଥରେ ପାକିସ୍ତାନକୁ ଏକ ତରଫା ଭାବେ ପରାସ୍ତ କରି ଏସିଆ କପ୍ ଟାଇଟଲ ଜିତିବାକୁ ଚେଷ୍ଟା କରିବ ।

Related Topics

Explore more stories

Sponsored
BCCI Files Complaint Against 2 Pakistan Players in Asia Cup 2025 | Argus News