ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ଆଇପିଏଲର ପୂର୍ଣ୍ଣସୂଚୀ ବିସିସିଆଇ ଜାରି

ଅର୍ଗସ ବ୍ୟୁରୋ: IPL ମ୍ୟାଚ୍ ସୂଚୀ ଜାରି । ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ଆଇପିଏଲର ପୂର୍ଣ୍ଣସୂଚୀ ବିସିସିଆଇ ଜାରି କରିଛି। ଲୋକସଭା ନିର୍ବାଚନ ପାଇଁ ଫେବୃଆରୀ ୨୨ରେ ବିସିସିଆଇ ପ୍ରଥମ ପର୍ଯ୍ୟାୟ ଅର୍ଥାତ ପ୍ରଥମ ୧୭ ଦିନର ମ୍ୟାଚ୍ ସୂଚୀ ଜାରି କରିଥିଲା। ବିଦେଶରେ ମ୍ୟାଚ ହେବା ଚର୍ଚ୍ଚାରେ ଅନ୍ତ ଘଟାଇବା ସହ ବିସିସିଆଇ ଦ୍ବିତୀୟ ସୂଚୀ ଜାରି କରିଛି । କ୍ବାଲିଫାୟର ୧ ଓ ଏଲିମିନେଟର ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଯଥାକ୍ରମେ ମେ’ ୨୧ ଓ ୨୨ରେ ଖେଳାଯିବ।
ଆଇପିଏଲ-୨୦୨୪: ପଞ୍ଜାବକୁ ୪ ୱିକେଟ୍ରେ ପରାସ୍ତ କଲା ବେଙ୍ଗାଲୁରୁ
ଚେନ୍ନାଇର ଚେପକ ଷ୍ଟାଡିୟମରେ ୨୦୨୪ ଆଇପିଏଲ ଫାଇନାଲ ଅନୁଷ୍ଠିତ ହେବ ବୋଲି ବିସିସିଆଇ ଜାରି କରିଥିବା ମ୍ୟାଚ୍ ସୂଚୀରୁ ସ୍ପଷ୍ଟ ହୋଇଛି। ଆଇପିଏଲର ୧୭ତମ ସଂସ୍କରଣ ମେ’ ୨୬ ଯାଏ ଚାଲିବ। ପ୍ରଥମ ପର୍ଯ୍ୟାୟର ଶେଷ ମ୍ୟାଚ୍ ଏପ୍ରିଲ ୭ରେ ଲକ୍ଷ୍ନୌ ଓ ଗୁଜରାଟ ମଧ୍ୟରେ ଖେଳାଯିବ। ଏପ୍ରିଲ ୮ରୁ ହିଁ ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେବ। ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଚେପକରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ରେ କେକେଆରର ଓ ଚେନ୍ନାଇ ମୁହାଁମୁହିଁ ହେବେ।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର....
