Rohit Sharma Retirement / ରୋହିତଙ୍କୁ ନେଇ ସବୁ ଗୁଜବ ମିଛ, ହିଟମ୍ୟାନ୍ଙ୍କ ଅବସର ଖବରକୁ ଖାରଜ କଲା BCCI
·1 month ago·2 min read

Key Points
ରୋହିତଙ୍କ ଅବସର ଖବର ମିଛ
BCCI କଲା ବଡ଼ ଘୋଷଣା
ରୋହିତଙ୍କୁ ନେଇ ସବୁ ଗୁଜବ ଖାରଜ
BCCI କଲା ବଡ଼ ଘୋଷଣା
ରୋହିତଙ୍କୁ ନେଇ ସବୁ ଗୁଜବ ଖାରଜ
ଲର୍ଡସରେ ରୋହିତ ଶର୍ମା ଖେଳିବେ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ? ଗତ କିଛି ଦିନ ଧରି ଏହି ଚର୍ଚ୍ଚା କ୍ରିକେଟ୍ ମହଳରେ ଜୋର ଧରିଥିଲା । ରୋହିତଙ୍କ ଦିନିକିଆ କ୍ରିକେଟରୁ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟୀକରଣ ଦେଇଛି ବିସିସିଆଇ । BCCI ସମସ୍ତ ଗୁଜବରେ ପୂର୍ଣ୍ଣବିରାମ ଲଗାଇ ସ୍ପଷ୍ଟ କରିଛି—'ହିଟମ୍ୟାନ୍' ଏବେ ବି ଟିମ୍ ଇଣ୍ଡିଆ ପାଇଁ ଖେଳ ଜାରି ରଖିବେ ।
ଗତ କିଛି ଦିନ ଧରି ରୋହିତଙ୍କ ଅବସରକୁ ନେଇ ଜାରି ରହିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି ବିସିସିଆଇ । ବୋର୍ଡ ସଚିବ ଦେବଜିତ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ, ଇଂଲଣ୍ଡ ବିପକ୍ଷ ଲର୍ଡସରେ ହେବାକୁ ଥିବା ତୃତୀୟ ଦିନିକିଆ ପରେ ରୋହିତ ଶର୍ମା ଅବସର ନେଉନାହାନ୍ତି । ସେ ଆଗାମୀ ଦିନରେ ମଧ୍ୟ ଭାରତ ପାଇଁ ଖେଳ ଜାରି ରଖିବେ । ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ଇଂଲଣ୍ଡ ବିପକ୍ଷ ତୃତୀୟ ODI ପରେ ରୋହିତ ଶର୍ମା ଦିନିକିଆ ଫର୍ମାଟରୁ ଅବସର ନେବେ, କିନ୍ତୁ BCCI ଏହି ରିପୋର୍ଟଗୁଡ଼ିକୁ ମିଥ୍ୟା ବୋଲି ଖାରଜ କରିଛି ।
ନ୍ୟୁଜ୍ ଏଜେନ୍ସି PTI ସହିତ ଆଲୋଚନା କରି BCCI ସଚିବ ଦେବଜିତ ସାଇକିଆ କହିଛନ୍ତି, "ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଗଣମାଧ୍ୟମରେ ବହୁତ କଳ୍ପନାଜଳ୍ପନା ଚାଲିଛି । ମୁଁ ପୂର୍ଣ୍ଣ ବିଶ୍ୱାସର ସହିତ କହିପାରିବି ଯେ ରବିବାର ଲର୍ଡସ୍ରେ ରୋହିତ ତାଙ୍କର ଶେଷ ମ୍ୟାଚ୍ ଖେଳିବେ ବୋଲି କୌଣସି ଆଲୋଚନା ହୋଇନାହିଁ ।"
ଅଧିକ ପଢ଼ନ୍ତୁ: ଯେଉଁ ମଇଦାନରୁ ରୋହିତଙ୍କ ଓପନିଂ ଆରମ୍ଭ, ସେହିଠାରୁ ଆରମ୍ଭ ହେଲା ଅବସର ଚର୍ଚ୍ଚା ?
ଦେବଜିତ ସାଇକିଆଙ୍କ ବୟାନ ଏପରି ସମୟରେ ଆସିଛି ଯେତେବେଳେ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ଚୟନକର୍ତ୍ତା ଏବଂ ପ୍ରଶିକ୍ଷକ ଗୌତମ ଗମ୍ଭୀର ୨୦୨୭ ODI ବିଶ୍ୱକପ୍ ଯୋଜନାରୁ ରୋହିତ ଶର୍ମାଙ୍କୁ ବାଦ ଦେଇଛନ୍ତି । ଏପରି କଳ୍ପନାଜଳ୍ପନା ଥିଲା ଯେ ଟିମ୍ ମ୍ୟାନେଜମେଣ୍ଟ ଯୁବପିଢ଼ିଙ୍କୁ ସୁଯୋଗ ଦେବାକୁ ଚାହୁଁଥିଲା ଏବଂ ରୋହିତ ଶର୍ମାଙ୍କ ଅବସର ପରେ ଯଶସ୍ୱୀ ଜୟସ୍ୱାଲଙ୍କୁ ଇନିଂସ ଓପନ କରିବାର ସୁଯୋଗ ଦିଆଯାଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରୋହିତ ଶର୍ମା ଖେଳିବା ଜାରି ରଖିବେ
ବିସିସିଆଇ ସଚିବ ଆହୁରି କହିଛନ୍ତି, "ରୋହିତ ଶର୍ମା ଭାରତୀୟ ଦିନିକିଆ ଦଳର ଜଣେ ନିୟମିତ ସଦସ୍ୟ । ଯେପର୍ଯ୍ୟନ୍ତ ସେ ଭବିଷ୍ୟତ ଯୋଜନାର ଅଂଶ ଅଛନ୍ତି, ସେପର୍ଯ୍ୟନ୍ତ ସେ ଦେଶ ପାଇଁ ଖେଳ ଜାରି ରଖିବେ। ଅର୍ଥାତ୍ ଲର୍ଡସର ମ୍ୟାଚ୍ ତାଙ୍କର ଶେଷ ଦିନିକିଆ ନୁହେଁ ।"
ଅନ୍ୟପଟେ, ଭାରତ-ଇଂଲଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ବର୍ତ୍ତମାନ ରୋମାଞ୍ଚକ ସ୍ଥିତିରେ ରହିଛି । ଦୁଇଟି ମ୍ୟାଚ୍ ଶେଷ ହେବା ପରେ ଉଭୟ ଦଳ ୧-୧ରେ ସମାନ ସ୍ଥିତିରେ ଅଛନ୍ତି । ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲା ଜୁଲାଇ ୧୯ରେ ଐତିହାସିକ ଲର୍ଡସ ମଇଦାନରେ ଖେଳାଯିବ । ଆଉ ଏହି ମ୍ୟାଚ୍ ହିଁ ନିର୍ଣ୍ଣୟ କରିବ କଦିନିକିଆ ସିରିଜ୍କୁ ହାତେଇବ କିଏ ।

Related Topics
Explore more stories