Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup Trophy / ଅଲାଜୁକ ଦେଶ ! ହାରିବା ପରେ ବି ଟ୍ରଫି ଦେବାକୁ ନାରାଜ ପାକିସ୍ତାନ...

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଅଲାଜୁକ ଦେଶ ! ହାରିବା ପରେ ବି ଟ୍ରଫି ଦେବାକୁ ନାରାଜ ପାକିସ୍ତାନ...

Key Points

ବିସିସିଆଇର ପ୍ରତିନିଧି ଦୁବାଇ ଆସି ଏସିସି ମୁଖ୍ୟାଳୟରୁ ଟ୍ରଫି ସଂଗ୍ରହ କରିପାରିବେ ବୋଲି ଇମେଲରେ ଉତ୍ତର ଦେଇଛନ୍ତି ମୋହସିନ୍ ନକଭି । କିନ୍ତୁ ଏହାକୁ ଭାରତୀୟ ବୋର୍ଡ ମନା କରିଦେଇଛି।

ଏସିଆ କପ୍ ଟ୍ରଫିକୁ ନେଇ ଥମୁନି ବିବାଦ । BCCIର ଇମେଲ ପରେ ବି ଏସିସି ମୁଖ୍ୟ ମୋହସିନ୍ ନକଭି ଟ୍ରଫି ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ବିସିସିଆଇ ଏସିସିକୁ ଇମେଲ୍ କରି ଏସିଆ କପ୍ ଟ୍ରଫି ଭାରତକୁ ଫେରାଇବାକୁ ଅନୁରୋଧ କରିଥିଲା । ଶ୍ରୀଲଙ୍କା ଓ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡରୁ ବିସିସିଆଇକୁ ସମର୍ଥନ କରାଯାଇଥିଲେ ବି ଏସୀୟ କ୍ରିକେଟ୍ ପରିଷଦର ପାକିସ୍ତାନୀ ମୁଖ୍ୟ ମୋହସିନ ନକଭି ହାର ମାନିବାକୁ ନାରାଜ ।

ବିସିସିଆଇର ପ୍ରତିନିଧି ଦୁବାଇ ଆସି ଏସିସି ମୁଖ୍ୟାଳୟରୁ ଟ୍ରଫି ସଂଗ୍ରହ କରିପାରିବେ ବୋଲି ଇମେଲରେ ଉତ୍ତର ଦେଇଛନ୍ତି ମୋହସିନ୍ ନକଭି । କିନ୍ତୁ ଏହାକୁ ଭାରତୀୟ ବୋର୍ଡ ମନା କରିଦେଇଛି। ଆସନ୍ତା ମାସରେ ଆଇସିସି ବୈଠକରେ ଏହି ପ୍ରସଙ୍ଗକୁ ପୁଣିଥରେ ବିସିସିଆଇ ଉଠାଇବ ବୋଲି କହିଛି । ବିସିସିଆଇ ସଚିବ ଦେବଜିତ ସାଇକିଆ, ଏସିସିରେ ବିସିସିଆଇ ପ୍ରତିନିଧି ରାଜୀବ ଶୁକ୍ଳା ଏବଂ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ସମେତ ଅନ୍ୟାନ୍ୟ ସଦସ୍ୟ ବୋର୍ଡର ପ୍ରତିନିଧିମାନେ ଗତ ସପ୍ତାହରେ ଏସିସିକୁ ଚିଠି ଲେଖି ଭାରତକୁ ଟ୍ରଫି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ।

ICC ଅଧ୍ୟକ୍ଷ ତଥା ପୂର୍ବତନ BCCI ସଚିବ ଜୟ ଶାହ, ICC ବୈଠକରେ ସାମିଲ ହେବେ । ସେପ୍ଟେମ୍ବର ୨୮ ତାରିଖରେ ଏସିଆ କପ୍ ଫାଇନାଲ୍ ପରେ ଭାରତୀୟ ଦଳ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା ।

ଏହାସହ ପଢ଼ନ୍ତୁ:- ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍‌ରେ ଯୁବତୀଙ୍କୁ ଏକା ପାଇ...

ଅନ୍ୟପଟେ ବିସିସିଆଇ ସଚିବ ଦେବଜିତ ସାଇକିଆଙ୍କ ଅନୁଯାୟୀ, ବିସିସିଆଇ ଏବେ ନକବୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଯଦି ତାଙ୍କ ପକ୍ଷରୁ କୌଣସି ଉତ୍ତର ନମିଳେ, ତେବେ ସେମାନେ ଏକ ସରକାରୀ ଇମେଲ୍ ମାଧ୍ୟମରେ ଆଇସିସିରେ ଅଭିଯୋଗ କରି ମାମଲାକୁ ଆଗକୁ ବଢାଇବେ।

ସାଇକିଆ ଆହୁରି କହିଥିଲେ ଯେ, "ଆମେ ପାକିସ୍ତାନର ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଜଣେ ତଥା ଏସିସି ଅଧ୍ୟକ୍ଷ ମୋହସିନ୍ ନକବୀଙ୍କଠାରୁ ଏସିଆ କପ୍ ୨୦୨୫ଟ୍ରଫି ନନେବାକୁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ସେ ଭଦ୍ରଲୋକ ଜଣଙ୍କ ପଦକ ସହିତ ଟ୍ରଫି ମଧ୍ୟ ନିଜ ସାଙ୍ଗରେ ନେଇଯିବେ। ତେଣୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଆମେ ଆଶା କରୁଛୁ ଯେ, ଟ୍ରଫି ଏବଂ ପଦକ ଯଥାଶୀଘ୍ର ଭାରତକୁ ଫେରସ୍ତ କରାଯିବ।"

ଏହାସହ ପଢ଼ନ୍ତୁ:- ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!

ବିସିସିଆଇର କେହି ଜଣେ ପ୍ରତିନିଧି ଦୁବାଇ ଆସି ତାଙ୍କ ଠାରୁ ଟ୍ରଫି ଗ୍ରହଣ କରନ୍ତୁ ବୋଲି ନକଭୀ ଚାହୁଁଛନ୍ତି। ତେଣୁ ପୂରା ଘଟଣା ଯଥାପୂର୍ବଂ ତଥା ପରଂମ ସ୍ଥିତିରେ ରହିଛି। ବିସିସିଆଇ ନକଭୀଙ୍କ ଠାରୁ ଟ୍ରଫି ଗ୍ରହଣ କରିବ ନାହିଁ ବୋଲି ରୋକଠୋକ ମନା କରିଦେଇଛି। ତେଣୁ ପ୍ରସଙ୍ଗ ଆଇସିସି ବୈଠକରେ ଉଠିବା ଏକ ପ୍ରକାରର ନିଶ୍ଚିତ ହୋଇଛି ବୋଲି ଏସିସି ସୂତ୍ରରୁ ଜଣାପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Asia Cup Trophy | BCCI Finds Support In Sri Lanka And Afghanistan Against Pakistan's Mohsin Naqvi | Argus News