BCCI Plan for Vaibhav / ୧୫ ବର୍ଷର ବୈଭବଙ୍କ ପାଇଁ BCCIର ବଡ଼ ପ୍ଲାନ୍, ହେବେ କି ପରବର୍ତ୍ତୀ ସଚିନ ?
·1 hour ago·2 min read

Key Points
ବୈଭବଙ୍କୁ ନେଇ BCCIର ବଡ଼ ନିଷ୍ପତ୍ତି !
ସଚିନଙ୍କ ଭଳି ଲମ୍ବା କ୍ୟାରିୟର ପାଇଁ ପ୍ରସ୍ତୁତି
ଜାଣନ୍ତୁ କ’ଣ ରହିଛି ପ୍ଲାନ୍

କ୍ରିକେଟ୍ ଜଗତରେ ଏବେ ଚର୍ଚ୍ଚାରେ ୧୫ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ । ତାଙ୍କ ବିସ୍ଫୋରକ ବ୍ୟାଟିଂରେ ଦୁନିଆର ଅନେକ ଲିଜେଣ୍ଡ ମଧ୍ୟ ପ୍ରଭାବିତ ହୋଇଛନ୍ତି । ତେବେ ବୈଭବଙ୍କଠାରୁ ତୁରନ୍ତ ଫଳାଫଳ ଆଶା କରିବା ପରିବର୍ତ୍ତେ ତାଙ୍କୁ ଏକ ଦୀର୍ଘ ଏବଂ ସଫଳ କ୍ୟାରିୟର ପାଇଁ ପ୍ରସ୍ତୁତ କରିବା ଉପରେ BCCI ଗୁରୁତ୍ବ ଦେଉଛି ।
ଗୁରୁବାର ମୁମ୍ବାଇସ୍ଥିତ BCCI ମୁଖ୍ୟାଳୟରେ ହୋଇଥିବା ହାଇ-ଲେଭଲ ରିଭ୍ୟୁ ମିଟିଂରେ ବୈଭବଙ୍କ ଭବିଷ୍ୟତ ନେଇ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର, ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ଶୁବମନ ଗିଲ୍ ଏବଂ ସେଣ୍ଟର ଅଫ୍ ଏକ୍ସଲେନ୍ସର ମୁଖ୍ୟ VVS ଲକ୍ଷ୍ମଣ ଉପସ୍ଥିତ ଥିଲେ । ତେବେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବୈଠକରେ ଉପସ୍ଥିତ ନଥିଲେ ।
ବୈଠକ ପରେ BCCI ସଚିବ ଦେବଜିତ ସାଇକିଆ ସାମ୍ବାଦିକମାନଙ୍କୁ ବୈଭବଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ବୋର୍ଡ ବୈଭବଙ୍କୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଉଛି ଏବଂ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରତ୍ୟେକ ପଦକ୍ଷେପ ଉପରେ ନଜର ରଖାଯାଉଛି ।
BCCI ସଚିବ କହିଛନ୍ତି, “ବୋର୍ଡ ଚାହୁଁଛି ଯେ ବୈଭବ ସୂର୍ଯ୍ୟବଂଶୀ କିମ୍ବା ତାଙ୍କ ଭଳି ଯୁବ ଖେଳାଳିମାନେ ସଚିନ ତେନ୍ଦୁଲକର ଏବଂ ଅନ୍ୟ ମହାନ ଖେଳାଳିଙ୍କ ଭଳି ଦେଶ ପାଇଁ ଦୀର୍ଘ ସମୟ ଧରି ଖେଳନ୍ତୁ । ତେଣୁ ଆମେ ବୈଭବଙ୍କୁ ବହୁତ ଗମ୍ଭୀରତାର ସହ ନେଉଛୁ । ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରତ୍ୟେକ ପଦକ୍ଷେପ ଏବଂ ପ୍ରତ୍ୟେକ ଦିଗ ଉପରେ ବୋର୍ଡ ନଜର ରଖିଛି ।”

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତୁରନ୍ତ ଫଳାଫଳ ନୁହେଁ, ଲମ୍ବା କ୍ୟାରିୟର ଉପରେ ଗୁରୁତ୍ୱ
BCCIର ପ୍ରାଥମିକତା ବୈଭବଙ୍କଠାରୁ ତୁରନ୍ତ ରନ୍ କିମ୍ବା ସଫଳତା ଆଶା କରିବା ନୁହେଁ । ବରଂ ତାଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ସହ ତାଙ୍କୁ ଠିକ୍ ଭାବରେ ଗଢ଼ି ତୋଳିବା ଉପରେ ବୋର୍ଡ ଗୁରୁତ୍ୱ ଦେଉଛି ।
ଦେବଜିତ ସାଇକିଆ କହିଛନ୍ତି, “ଆମେ ବହୁତ ସତର୍କ ଭାବେ ତାଙ୍କ ପ୍ରତ୍ୟେକ ପଦକ୍ଷେପ ନେବାକୁ ଚାହୁଁଛୁ । କାରଣ ଆମେ ଚାହୁଁନାହୁଁ ଯେ ବୈଭବ କେବଳ ୧-୨ଟି ସିରିଜ୍ କିମ୍ବା ଗୋଟିଏ ବର୍ଷ ପାଇଁ ଚର୍ଚ୍ଚାରେ ରୁହନ୍ତୁ ।” BCCI କେବଳ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ନଜର ରଖିନାହିଁ । ତାଙ୍କ ବୟସର ଅନ୍ୟ ପ୍ରତିଭାବାନ ଖେଳାଳିମାନଙ୍କୁ ମଧ୍ୟ ବୋର୍ଡ ଚିହ୍ନଟ କରି ସେମାନଙ୍କ ବିକାଶ ଉପରେ କାର୍ଯ୍ୟ କରୁଛି । ପ୍ରାୟ ୧୦ରୁ ୧୫ ଜଣ ଯୁବ ଖେଳାଳିଙ୍କୁ ସେଣ୍ଟର ଅଫ୍ ଏକ୍ସଲେନ୍ସ ମାଧ୍ୟମରେ ନଜରରେ ରଖାଯାଉଛି। VVS ଲକ୍ଷ୍ମଣ ସେମାନଙ୍କ ଟ୍ରେନିଂ ଏବଂ ସ୍କିଲ୍ ଡେଭଲପମେଣ୍ଟରେ ମଧ୍ୟ ଜଡ଼ିତ ଅଛନ୍ତି ।
ଦୁଲୀପ ଟ୍ରଫି ଫାଇନାଲ ଖେଳିବେ କି ବୈଭବ ?
ବୈଭବ ସୂର୍ଯ୍ୟବଂଶୀ ଆଗାମୀ ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ପାଇଁ ଭାରତୀୟ ଦଳର ଅଂଶ ଅଛନ୍ତି। ଏହା ଭାରତରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ସିରିଜ୍ ହେବ । ସିରିଜର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୩ରେ ଖେଳାଯିବ । ଏହା ପୂର୍ବରୁ ଦୁଲୀପ ଟ୍ରଫିର ଫାଇନାଲ ଖେଳାଯିବ । ବୈଭବଙ୍କ ଦଳ ଇଷ୍ଟ ଜୋନ୍ ଫାଇନାଲରେ ପହଞ୍ଚିଛି । ତେବେ ଫାଇନାଲରେ ବୈଭବ ଖେଳିବେ କି ନାହିଁ, ସେନେଇ ନିଷ୍ପତ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ନେବେ ବୋଲି ସାଇକିଆ ସ୍ପଷ୍ଟ କରିଛନ୍ତି ।

Related Topics
Explore more stories