Videos
|
Sports

Virat Kohli / ବଡ଼ ଘୋଷଣା କରିବ ବିସିସିଆଇ, ଏଣିକି କମ୍‌ ଟଙ୍କା ପାଇବେ ରୋ-କୋ...

Banajyotshna Ray
Browse all articles by Banajyotshna Ray
·9 months ago·3 min read
ବଡ଼ ଘୋଷଣା କରିବ ବିସିସିଆଇ, ଏଣିକି କମ୍‌ ଟଙ୍କା ପାଇବେ ରୋ-କୋ...
Virat Kohli

Key Points

କୋହଲି, ରୋହିତଙ୍କ କଟିବ ଦରମା!
ଏଣିକି କମ ଟଙ୍କା ପାଇବେ ରୋ-କୋ ଯୋଡ଼ି !
ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ରୋହିତ ଶର୍ମା ଆଉ ବିରାଟ କୋହଲି । ଦୁଇ ଖେଳାଳି ଏବେ ଟେଷ୍ଟ ଆଉ ଟି-୨୦ରୁ ଅବସର ନେଇସାରିଛନ୍ତି । କିନ୍ତୁ ପୁଣି ଥରେ ନିଜର ଫର୍ମକୁ ଫେରିଛନ୍ତି ବିରାଟ କୋହଲି। ଦିନିକିଆରେ ନମ୍ୱର-୨ ବ୍ୟାଟର ହେଲେ ବିରାଟ କୋହଲି। ରୋହିତ ଶର୍ମା ଦିନିକିଆରେ ବିଶ୍ୱର ନମ୍ବର-୧ ବ୍ୟାଟର ରହିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଦ୍ୱାରା ପ୍ରକାଶିତ ସଦ୍ୟତମ ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ବଡ଼ ଫାଇଦା ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ ଦୁଇଟି ଶତକ ସହ ୩୦୨ ରନ କରିଥିବା କୋହଲି ଏବେ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଦ୍ଵିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ହେଲେ ଟିମ୍ ଇଣ୍ଡିଆର ଏହି ଦୁଇ ଲିଜେଣ୍ଡ ଏବେ ବି ଓ୍ୱାନଡେ ଫର୍ମାଟରେ ଭଲ ପ୍ରଦର୍ଶନ ଦେଖାଉଥିବାବେଳେ, ନିକଟରେ ସାଉଥ୍ ଆଫ୍ରିକା ବିପକ୍ଷରେ ରନ ବର୍ଷା କରିଥିଲେ । ହେଲେ ଆଗକୁ କିନ୍ତୁ ରୋହିତ ଶର୍ମା ଆଉ ବିରାଟ କୋହଲିଙ୍କୁ ନେଇ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ । କୁହାଯାଉଛି କି, କୋହଲି ରୋହିତଙ୍କ କଟିବ ଦରମା। କମିବାକୁ ଯାଉଛି ରୋହିତ ଶର୍ମା ଆଉ ବିରାଟ କୋହଲିଙ୍କ ଦରମା । ଡିସେମ୍ବର ୨୨ ତାରିଖରେ ବିସିସିଆଇର ମିଟିଂ ବସିବାକୁ ଯାଉଛି । ଆଉ ଏହି ମିଟିଂରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ । କୁହାଯାଉଛି, ଅମ୍ପାୟାର ଆଉ ମ୍ୟାଚ୍ ରେଫରିଙ୍କ ଦରମାକୁ ନେଇ ମଧ୍ୟ ବିସିସିଆଇ ବଡ଼ ଘୋଷଣା କରିପାରେ ।

ତେଣୁ ଦେଖିବାକୁ ବାକି ରହିଲା ବିରାଟ କୋହଲିଙ୍କ ସହିତ ରୋହିତ ଶର୍ମାଙ୍କୁ ବିସିସିଆଇ କେଉଁ ଗ୍ରେଡରେ ରଖୁଛି, ଆଉ ତାଙ୍କୁ ବର୍ଷକୁ ଏବେ କେତେ ଟଙ୍କା ମିଳୁଛି । ଏହି ବୈଠକରେ ବିରାଟ କୋହଲି ଆଉ ରୋହିତ ଶର୍ମାଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ ନିଷ୍ପତ୍ତି ନିଆଯାଇପାରେ । ବର୍ତ୍ତମାନ ସମୟରେ ଏହି ଦୁଇ ଖେଳାଳି ବିସିସିଆଇର ଏ+ କାଟାଗୋରିରେ ଆସୁଛନ୍ତି । ହେଲେ ଏବେ ଏହାକୁ କମେଇ ଏ ଗ୍ରେଡ୍ କରିବାକୁ ବିସିସିଆଇ ଚିନ୍ତା କରୁଥିବା ଜଣାପଡ଼ିଛି । ବିସିସିଆଇ ପୂର୍ବ ଲିଷ୍ଟରେ ଏ+ ଗ୍ରେଡରେ ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲି, ବୁମରା ଆଉ ରବୀନ୍ଦ୍ର ଜାଡେଜା ରହିଥିଲେ । ସେହିପରି ଏ ଗ୍ରେଡରେ ସିରାଜ, କେ ଏଲ ରାହୁଲ, ଶୁଭମନ୍ ଗିଲ୍, ପାଣ୍ଡ୍ୟା, ସାମି ଆଉ ପନ୍ତ ଥିଲେ ।

ଏଥିସହ ପଢ଼ନ୍ତୁ: ଭୁଷୁଡ଼ିଗଲା କୋଠା: ଚାପି ହୋଇ ଚାଲିଗଲା ୨୨ ଜୀବନ, ଏବେ ବି ଫସିଛନ୍ତି...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହେଲେ ଖୁବଶୀଘ୍ର ଏହି ଲିଷ୍ଟରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ । ମିଳିଥିବା ସୂଚନା ଅନୁସାରେ, ଟିମ୍ ଇଣ୍ଡିଆର କ୍ୟାପଟେନ୍ ଶୁଭମନ୍ ଗିଲଙ୍କୁ ଏ+ ଗ୍ରେଡରେ ରଖାଯାଇପାରେ । ଆଉ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଏ+ ଗ୍ରେଡରୁ ଖସାଇ ଏ ଗ୍ରେଡରେ ରଖାଯାଇପାରେ । ରୋହିତ ଶର୍ମା ଆଉ ବିରାଟ କୋହଲି ଏବେ କେବଳ ଓ୍ୱାନଡେ ମ୍ୟାଚ୍ ଖେଳୁଛନ୍ତି । ହେଲେ ବିସିସିଆଇ କିନ୍ତୁ ଏହି ଦୁଇ ଖେଳାଳିଙ୍କୁ ଏ+ ଗ୍ରେଡରେ ରଖିଥିବାରୁ, ଦୁହେଁ ବର୍ଷକୁ ବିସିସିଆଇଠାରୁ ୭ କୋଟି ଟଙ୍କା ଦରମା ପାଉଛନ୍ତି । ହେଲେ ଦୁହିଁଙ୍କ ଦରମାକୁ କମାଇ ଏବେ ୫ କୋଟି କରିବାକୁ ବିସିସିଆଇ ନିଷ୍ପତ୍ତି ନେଇପାରେ ବୋଲି ଜଣାପଡ଼ିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ ସୂଚନା ମିଳିପାରିନାହିଁ। ଆଗାମୀ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପଟେ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଶ୍ରେଷ୍ଠ ୧୦ରେ ଚାରି ଜଣ ଭାରତୀୟ କ୍ରିକେଟର ଅଛନ୍ତି। ରୋହିତ ଶର୍ମା ଏବଂ ବିରାଟ କୋହଲି ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଖେଳି ନଥିବା ଶୁଭମନ ଗିଲ୍ ପଞ୍ଚମ ସ୍ଥାନ ବଜାୟ ରଖିଛନ୍ତି । କିନ୍ତୁ ତାଙ୍କ ରେଟିଂ ପଏଣ୍ଟ ବାବର ଆଜମଙ୍କଠାରୁ ମାତ୍ର ଗୋଟିଏ ପଏଣ୍ଟ ବ୍ୟବଧାନ ରହିଛି। ଶ୍ରେଷ୍ଠ ୧୦ରେ ଚତୁର୍ଥ ଭାରତୀୟ ହେଉଛନ୍ତି ଶ୍ରେୟସ ଆୟର, ଯିଏ ଗୋଟିଏ ସ୍ଥାନ ଖସି ୧୦ମ ସ୍ଥାନରେ ଅଛନ୍ତି। କେଏଲ ରାହୁଲ ମଧ୍ୟ ଦୁଇଟି ସ୍ଥାନ ବୃଦ୍ଧି ପାଇ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଦ୍ୱାଦଶ ସ୍ଥାନକୁ ଉଠିଛନ୍ତି।

ଅଧିକ ପଢ଼ନ୍ତୁ ଖେଳ ଖବର: 

Related Topics

Explore more stories