RTI Free BCCI / କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ବଡ଼ ନିଷ୍ପତ୍ତି; RTIରେ ତଥ୍ୟ ଦେବନି BCCI
·1 month ago·2 min read

Key Points
ଘରୋଇ ସଂସ୍ଥା ନୁହେଁ BCCI । ଆରଟିଆଇ ଆବେଦନରେ ଦେବାକୁ ପଡ଼ିବନି କୌଣସି ତଥ୍ୟ । ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରୀୟ ସୂଚନା ଆୟୋଗ ।
ମୁମ୍ବାଇ: ସୂଚନା ଅଧିକାର ଅଧିନିୟମ, ୨୦୦୫ ଅଧିନରେ ଆସିବ ନାହିଁ ବିବିସିଆଇ (BCCI) । ଆରଟିଆଇ ଆଇନ୍ ବଳରେ ତଥ୍ୟ ଦେବାକୁ ବାଧ୍ୟ ହେବ ନାହିଁ ବିସିସିଆଇ । ଭାରତୀୟ ଖେଳ ପ୍ରଶାସନ ଜଡ଼ିତ ଆଇନ୍ଗତ ଘଟଣାକ୍ରମରେ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରୀୟ ସୂଚନା ଆୟୋଗ ।
କେନ୍ଦ୍ରୀୟ ସୂଚନା କମିଶନର ପି.ଆର୍ ରମେଶଙ୍କ ନିର୍ଦ୍ଦେଶ ଅନୁସାରେ, ଦୁନିଆର ସବୁଠୁ ଧନୀ କ୍ରିକେଟ୍ ବୋର୍ଡ ଆରଟିଆଇ (RTI)ରେ ସୂଚନା ଦେବାରୁ ମୁକ୍ତ ହୋଇଛି । ଆଉ ପୂର୍ବରୁ କେନ୍ଦ୍ରୀୟ ସୂଚନା ଆୟୋଗ ଦେଇଥିବା ନିଷ୍ପତ୍ତି ଓଲଟି ଯାଇଛି ।
ଏଥିସହ ପଢ଼ନ୍ତୁ: କୋଲକାତା ନାଇଟ୍ ରାଇଡର୍ସ ପାଇଁ ବଢ଼ିପାରେ ଅଡ଼ୁଆ; BCCI ନେଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ
ପୂର୍ବରୁ କ'ଣ କହିଥିଲେ କେନ୍ଦ୍ରୀୟ ସୂଚନା ଆୟୋଗ ?
ସୂଚନାଯୋଗ୍ୟ ଯେ, ୨୦୧୮ରେ ତତ୍କାଳୀନ ସୂଚନା କମିଶନର ଏମ୍ ଶ୍ରୀଧର ବିସିସିଆଇକୁ ସାଧାରଣ କର୍ତ୍ତୃପକ୍ଷ (Public Authority) ଘୋଷଣା କରିଥିଲେ । ଆରଟିଆଇ ଅଧିକାରୀ ନିଯୁକ୍ତ କରିବାକୁ ବିସିସିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା ।
କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ଏହି ନିଷ୍ପତ୍ତିକୁ ସେତେବେଳେ ମାଡ୍ରାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ବିସିସିଆଇ । ପରେ ମାଡ୍ରାସ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନଜରରେ ରଖି ମାମଲାର ପୁନଃବିଚାର ଲାଗି କେନ୍ଦ୍ରୀୟ ସୂଚନା ଆୟୋଗକୁ ପଠାଇଥିଲା ।
ଏବେ କେନ୍ଦ୍ରୀୟ ସୂଚନା ଆୟୋଗ କହିଛନ୍ତି, ବିସିସିଆଇ ଧାରା ୨(h) ପରିଭାଷାରେ ଆସୁ ନାହିଁ । ଏହା ତାମିଲନାଡ଼ୁ ସୋସାଇଟିଜ୍ ପଞ୍ଜୀକରଣ ଆକ୍ଟରେ ପଞ୍ଜୀକରଣ ହୋଇଥିବା ଏକ ସଂସ୍ଥା । ଯାହା ସମ୍ବିଧାନ ଦ୍ଵାରା ସ୍ଥାପିତ ହୋଇନାହିଁ କିମ୍ବା ସଂସଦର କାନୁନ୍ ଦ୍ଵାରା ପ୍ରତିଷ୍ଠା ହୋଇଛି । ବରଂ ଏହାକ ଘରୋଇ ସ୍ଵୟଂଚାଳିତ ସଂସ୍ଥା ।
RTIରୁ ମୁକ୍ତିର କାରଣ
ଆୟୋଗଙ୍କ ଅନୁସାରେ, ବିସିବିଆଇ ଉପରେ ସରକାରଙ୍କ ଗମ୍ଭୀର ଅଥବା ବ୍ୟାପକ ନିୟନ୍ତ୍ରଣ ନାହିଁ । ଏହି ବୋର୍ଡ ମିଡିଆ ଅଧିକାର, ପ୍ରାୟୋଜନ ଓ ଟିକେଟ୍ ବିକ୍ରିରୁ ନିଜେ ରାଜସ୍ଵ ଆଦାୟ କରୁଛି ।
ଏଥିସହ ପଢ଼ନ୍ତୁ: IPLରେ ଫ୍ଲପ୍ ଶୋ ପରେ ରିଷଭ ପନ୍ତଙ୍କ ପାଇଁ ଖରାପ ଖବର….BCCI ତାଙ୍କୁ ବଡ଼ ଦାୟିତ୍ବରୁ ମୁକ୍ତ କରିବ
ଏବେ ବିସିସିଆଇ ଏକ ଔପନିବେଶକ ସଂସ୍ଥାରୁ ବିକଶିତ ହୋଇ ବିଶ୍ଵ କ୍ରିକେଟ୍ର ଆର୍ଥିକ କେନ୍ଦ୍ର ଭାବେ ଉଭା ହୋଇଛି । ଯାହାର ଆଧାର ଭାରତୀୟ ବଜାର ଏବଂ ଆଇପିଏଲ୍ର ସଫଳତା । ଏହା ଉପରେ ସରକାରୀ ନିୟନ୍ତ୍ରଣ ଲାଗୁ କରିବା ଅର୍ଥ ସନ୍ତୁଳିତ ଆର୍ଥିକ ଢାଞ୍ଚାକୁ ପ୍ରଭାବିତ କରିବା ବୋଲି କହିଛନ୍ତି କେନ୍ଦ୍ରୀୟ ସୂଚନା କମିଶନର ।
ପୂରା ମାମଲା କ'ଣ ?
ଖେଳ ମନ୍ତ୍ରଣାଳୟକୁ ଏକ ଆରଟିଆଇ ଆବେଦନ ମିଳିଥିଲା । ସେତେବେଳେ ଉତ୍ତରରେ ମନ୍ତ୍ରଣାଳୟ ପାଖେ ତଥ୍ୟ ନଥିବା କୁହାଯିବା ସହ ବିସିସିଆଇ ଏକ ଘରୋଇ ସଂସ୍ଥା ଉଲ୍ଲେଖ କରାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories