India Asia Cup Trophy / ଭାରତକୁ କେବେ ମିଳିବ ଏସିଆ କପ୍ ଟ୍ରଫି ? BCCI ସଚିବ ଦେଲେ ବଡ଼ ବୟାନ
·1 hour ago·2 min read

Key Points
ମୋହସିନ୍ ନକଭିଙ୍କଠାରୁ କେବେ ଟ୍ରଫି ଫେରାଇବ ଟିମ୍ ଇଣ୍ଡିଆ ?
BCCI ଦେଲା ବଡ଼ ଜବାବ
BCCI କହିଲା- ଖୁବଶୀଘ୍ର ଭାରତକୁ ମିଳିବ
BCCI ଦେଲା ବଡ଼ ଜବାବ
BCCI କହିଲା- ଖୁବଶୀଘ୍ର ଭାରତକୁ ମିଳିବ
ଟିମ୍ ଇଣ୍ଡିଆ ଏସିଆ କପ୍ ଜିତିଲା । ପଡ଼ିଆ ମଝିରେ ବିଜୟ ଉତ୍ସବ ମନାଇଲେ ଟିମ୍ ଇଣ୍ଡିଆର ଖେଳାଳି । କିନ୍ତୁ ଟ୍ରଫି କେଉଁଠି ? ବିଜୟର ଏକ ବର୍ଷ ପରେ ବି ଭାରତୀୟ ପୁରୁଷ ଦଳକୁ ମିଳିନି ଟ୍ରଫି । ଆଉ ଏବେ ମହିଳା ଦଳ ମଧ୍ୟ ଟ୍ରଫି ଜିତିବା ପରେ ହାତରେ ନାହିଁ ଏସିଆ କପ୍ ଟ୍ରଫି ।
ଟିମ୍ ଇଣ୍ଡିଆ ମହିଳା ଏସିଆ କପ୍ ୨୦୨୬ର ଚାମ୍ପିଅନ୍ ହୋଇଛି । ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନ୍ରେ ପରାସ୍ତ କରି ଭାରତ ୮ମ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି । ତେବେ ଚାମ୍ପିଅନ୍ ହେବା ସତ୍ତ୍ୱେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଟ୍ରଫି ପାଇନାହିଁ । ଏହାକୁ ନେଇ ଏବେ ବଡ଼ ଅପଡେଟ୍ ଆସିଛି ।
ଭାରତୀୟ ଦଳ ଏସିଆନ୍ କ୍ରିକେଟ୍ କାଉନସିଲ୍ (ACC) ମୁଖ୍ୟ ତଥା ପାକିସ୍ତାନର କ୍ୟାବିନେଟ୍ ମନ୍ତ୍ରୀ ମୋହସିନ୍ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଥିଲା । ଏହାପୂର୍ବରୁ ଗତ ବର୍ଷ ଭାରତୀୟ ପୁରୁଷ ଦଳ ଏସିଆ କପ୍ ଜିତିଥିଲେ ମଧ୍ୟ ନକଭୀଙ୍କ ହାତରୁ ଟ୍ରଫି ନ ନେବା ପାଇଁ ସିଧା ସିଧା ମନା କରିଦେଇଥିଲେ । ଏବେ ଉଭୟ ଟ୍ରଫି କେବେ ଭାରତକୁ ମିଳିବ, ସେନେଇ BCCI ସଚିବ ଦେବଜିତ ସାଇକିଆ ବଡ଼ ସୂଚନା ଦେଇଛନ୍ତି ।
ଖୁବଶୀଘ୍ର ମିଳିବ ଉଭୟ ଏସିଆ କପ୍ ଟ୍ରଫି
ନ୍ୟୁଜ୍ ଏଜେନ୍ସି PTIକୁ ଦେଇଥିବା ସାକ୍ଷାତକାରରେ BCCI ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ ଭାରତୀୟ ଦଳକୁ ଖୁବଶୀଘ୍ର ଉଭୟ ପୁରୁଷ ଓ ମହିଳା ଏସିଆ କପ୍ ଟ୍ରଫି ମିଳିବ । ଏଥିରୁ ଟ୍ରଫି ଭାରତକୁ ଫେରାଇ ଆଣିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ସଙ୍କେତ ମିଳୁଛି । ବିସିସିଆଇ ସଚିବ କହିଛନ୍ତି, ଆଶା କରୁଛୁ ଖୁବଶୀଘ୍ର କେବଳ ମହିଳା ଏସିଆ କପ୍ ଟ୍ରଫି ନୁହେଁ, ବରଂ ଗତ ଏକ ବର୍ଷ ଧରି ଭାରତ ପାଖରେ ନଥିବା ପୁରୁଷ ଏସିଆ କପ୍ ଟ୍ରଫି ମଧ୍ୟ ମିଳିଯିବ । ଉଭୟ ଟ୍ରଫି ଖୁବଶୀଘ୍ର ଭାରତକୁ ଆଣିବାକୁ ଚେଷ୍ଟା କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟ୍ରଫି ଦେବାକୁ ନେଇ ଥିଲା ବିବାଦ
ଦେବଜିତ ସାଇକିଆଙ୍କ ଅନୁସାରେ, BCCI ପକ୍ଷରୁ ଏସିଆନ୍ କ୍ରିକେଟ୍ କାଉନସିଲ୍ର ଡେପୁଟି ଚେୟାରମ୍ୟାନ୍ ତଥା ଏମିରେଟ୍ସ କ୍ରିକେଟ୍ ବୋର୍ଡର ଅଧିକାରୀ ଖାଲିଦ ଅଲ୍ ଜରୁନିଙ୍କ ହାତରୁ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।
ସାଇକିଆ କହିଥିଲେ ଯେ BCCIର ଆଭିମୁଖ୍ୟ ସ୍ପଷ୍ଟ ଥିଲା । ଯେଉଁ ବ୍ୟକ୍ତି ଭାରତର ସ୍ୱାର୍ଥ ବିରୋଧରେ କାମ କରୁଛନ୍ତି, ତାଙ୍କଠାରୁ ଭାରତ ଟ୍ରଫି ଗ୍ରହଣ କରିବ ନାହିଁ । କିନ୍ତୁ BCCIର ପ୍ରସ୍ତାବ ଗ୍ରହଣ କରାଯାଇନଥିଲା । ଏହି କାରଣରୁ ଟ୍ରଫି ବୟକଟ୍ କରିବା ବ୍ୟତୀତ ଭାରତ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା ।
ମୋହସିନ୍ ନକଭିଙ୍କୁ ନେଇ ବିବାଦ
ଗତ ବର୍ଷ ପୁରୁଷ ଏସିଆ କପ୍ରେ ଭାରତ ଚାମ୍ପିଅନ୍ ହେବା ପରେ ମୋହସିନ୍ ନକଭି ଟ୍ରଫି ନିଜ ସହ ନେଇଯାଇଥିବା ନେଇ ବିବାଦ ଦେଖାଦେଇଥିଲା । ଏହା ପରେ ସୋସିଆଲ୍ ମିଡିଆରେ ତାଙ୍କୁ ‘ଟ୍ରଫି ଚୋର’ ବୋଲି କୁହାଯାଇଥିଲା ।
ମହିଳା ଏସିଆ କପ୍ ୨୦୨୬ରେ ମଧ୍ୟ BCCI ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରାଯାଇଥିଲେ ମଧ୍ୟ ମୋହସିନ୍ ନକଭି ନିଜେ ଟ୍ରଫି ପ୍ରଦାନ କରିବାକୁ ଜିଦ୍ରେ ରହିଥିବା ଦାବି କରାଯାଇଛି । ତେଣୁ ଭାରତୀୟ ଦଳ ଚାମ୍ପିଅନ୍ ହେବା ପରେ ନକଭିଙ୍କଠାରୁ ଟ୍ରଫି ନେବାକୁ ଯାଇନଥିଲା ।
ଯାହାଫଳରେ ଷ୍ଟାଡିୟମରେ ନକଭି ପ୍ରାୟ ୪୫ ମିନିଟ୍ ଧରି ଅପେକ୍ଷା କରିଥିବା ରିପୋର୍ଟରେ କୁହାଯାଇଛି । ପରେ ସେ ଷ୍ଟାଡିୟମ୍ ଛାଡ଼ି ଚାଲିଯାଇଥିଲେ । ଏହି ଘଟଣା ସମ୍ପର୍କିତ ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ଯେଉଁଥିରେ କିଛି ଭାରତୀୟ ପ୍ରଶଂସକ ନକଭିଙ୍କୁ ‘ଟ୍ରଫି ଚୋର’ ବୋଲି ଚିଡ଼ାଉଥିବା ଦେଖାଯାଉଛି ।

Related Topics
Explore more stories