Cricket / ଦ୍ଵିତୀୟ ଦିନିକିଆ ପୂର୍ବରୁ ହଠାତ୍ ବୈଠକ ଡାକିଲା BCCI; ଯୋଗଦେବେ ଗମ୍ଭୀର, ଅଗରକର
·7 months ago·2 min read

Key Points
ବୁଧବାର ରାୟପୁରରେ ଦ୍ଵିତୀୟ ଦିନିକିଆ ଖେଳାଯିବାକୁ ଥିବାବେଳେ ସେହି ଦିନ ହିଁ ବସିବ ଗୁରୁତ୍ଵପୂର୍ଣ୍ଣ ବୈଠକ । ଯେଉଁ ବୈଠକରେ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ବିସିସିଆଇ ଆଲୋଚନା କରିବ ।
ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଦିନିକିଆ ପୂର୍ବରୁ ବିସିସିଆଇ ହଠାତ୍ ବୈଠକ ଡାକିଛି । ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ଚୟନ କମିଟି ମୁଖ୍ୟ ଅଜିତ ଅଗରକରଙ୍କ ସହ ଶୀର୍ଷ ଅଧିକାରୀଙ୍କୁ ବୈଠକ ପାଇଁ ଡକାଯାଇଛି ।
ଷ୍ଟାର ସ୍ପୋର୍ଟ୍ସର ରିପୋର୍ଟ ଅନୁସାରେ, ବୁଧବାର ରାୟପୁରରେ ଦ୍ଵିତୀୟ ଦିନିକିଆ ଖେଳାଯିବାକୁ ଥିବାବେଳେ ସେହି ଦିନ ହିଁ ବସିବ ଗୁରୁତ୍ଵପୂର୍ଣ୍ଣ ବୈଠକ । ଯେଉଁ ବୈଠକରେ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ବିସିସିଆଇ ଆଲୋଚନା କରିବ ।
ଏଥିସହ ପଢ଼ନ୍ତୁ: ପ୍ରଥମ ଦିନିକିଆ ଜିତିଲା ଭାରତ, କୋହଲିଙ୍କ ଶତକ ପରେ କମାଲ କଲେ କୁଲଦୀପ
ଭାରତୀୟ ଦଳର ଅନୁଭବୀ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି । ବିଗତ ମ୍ୟାଚ୍ ଗୁଡ଼ିକରେ ବିରାଟ ଓ ରୋହିତ ଉଭୟ ଉତ୍ତମ ପ୍ରଦର୍ଶନ କରି ଫର୍ମକୁ ଫେରିଛନ୍ତି ।
କୁହାଯାଉଛି, ବୁଧବାର ବୈଠକରେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ, ଯୁଗ୍ମ ସମ୍ପାଦକ ପ୍ରଭତେଜ ସିଂହ ଭାଟିଆ, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ଜାତୀୟ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ସାମିଲ୍ ହେବେ ।
ତେବେ ଏହି ବୈଠକରେ ବିସିସିଆଇର ନବ ନିଯୁକ୍ତ ସଭାପତି ମିଥୁନ ମାନହସ ସାମିଲ୍ ହେବେ କି ନା ସ୍ପଷ୍ଟ ହୋଇନାହିଁ । ଦ୍ଵିତୀୟ ଦିନିକିଆ ଦିନ ବୈଠକ ଥିବାରୁ ଏଥିରେ କୋହଲି, ବିରାଟଙ୍କ ଭଳି ଅନ୍ୟ ବରିଷ୍ଠ ଖେଳାଳିଙ୍କୁ ବିସିସିଆଇ ଡାକିବା ସମ୍ଭାବନା କମ୍ ରହିଛି ।
କୁହାଯାଉଛି, ଦଳରେ ଖେଳାଳି ଚୟନ ସ୍ଥିରତା ଉପରେ ଗୁରୁତ୍ଵ ଦେବାକୁ ବିସିସିଆଇ ଏହି ବୈଠକ ଡାକିଛି । ଲମ୍ବା ସମୟକୁ ଦୃଷ୍ଟିରେ ରଖି ଦଳ ଓ ଖେଳାଳିଙ୍କ ପ୍ରଦର୍ଶନ ଭିତ୍ତିରେ ଟିମ୍ ଗଠନ କରାଯିବ ।
ଏଥିସହ ପଢ଼ନ୍ତୁ: ରାଞ୍ଚିର 'ରାଜା' ବିରାଟ କୋହଲି, ୫ ମ୍ୟାଚ୍ରେ କରିଛନ୍ତି ୫୦୦ରୁ ଅଧିକ ରନ୍
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ଘରୋଇ ମାଟିରେ ଭାରତ ହାରିଛି । ବିସିସିଆଇ ବୈଠକରେ ଏହା ଉପରେ ବି ଆଲୋଚନା ହୋଇପାରେ । ଗୌତମ ଗମ୍ଭୀର ଓ ଅଜିତ ଅଗରକର ଉଭୟ ଏହି ବୈଠକରେ ରହିବେ । ଯେଉଁଥିରେ ଦଳର ପରବର୍ତ୍ତୀ ପଦକ୍ଷେପ ଓ ପରିଚାଳନା ନେଇ ଆଲୋଚନା ହୋଇପାରେ ।
ଘରୋଇ ଟେଷ୍ଟରେ ଭାରତର ପ୍ରଦର୍ଶନ ଖରାପ ରହିବାକୁ ନେଇ ବିସିସିଆଇ ଚିନ୍ତା ପ୍ରକଟ କରିଛି । ଆଗକୁ ଟିମ୍ କ'ଣ ପ୍ଲାନିଂ କରୁଛି ତା ଉପରେ ବି ଗୁରୁତ୍ଵ ଦେଇଛି ବିସିସିଆଇ । ଆଗକୁ ଟି-ଟ୍ଵେଣ୍ଟି ବିଶ୍ଵକପ୍ ରହିଥିବାରୁ ବିସିସିଆଇ କୌଣସି ରିସ୍କ ନେବାକୁ ଚାହୁଁ ନାହିଁ । ତେବେ ବୁଧବାର ବିସିସିଆଇର ବୈଠକ ପରେ ହିଁ ଜଣାପଡ଼ିବ ଭାରତୀୟ ଦଳ ଓ ଖେଳାଳିଙ୍କୁ ନେଇ ନିଆଗଲା କେଉଁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories