IPL 2027 Mini Auction / BCCIର ବଡ଼ ନିଷ୍ପତ୍ତି, ଏଥର ବିଦେଶରେ ହେବନି IPL ମିନି ନିଲାମ
·1 hour ago·2 min read

Key Points
IPL 2027 ପୂର୍ବରୁ ବଡ଼ ପରିବର୍ତ୍ତନ
ବିଦେଶ ଯିବେନି ଫ୍ରାଞ୍ଚାଇଜି !
IPL ନିଲାମକୁ ନେଇ BCCIର ନୂଆ ନିଷ୍ପତ୍ତି
ବିଦେଶ ଯିବେନି ଫ୍ରାଞ୍ଚାଇଜି !
IPL ନିଲାମକୁ ନେଇ BCCIର ନୂଆ ନିଷ୍ପତ୍ତି
ଏଥର ଆଉ ବିଦେଶରେ ହେବ ନାହିଁ ଆଇପିଏଲ ନିଲାମ । ଚଳିତ ଥର ମିନି ନିଲାମ ଭାରତରେ ହେବ । ଏନେଇ ବଡ଼ ନିଷ୍ପତ୍ତି ନେଇଛି ବିସିସିଆଇ । ଅର୍ଥାତ୍ ଗତ କିଛି ବର୍ଷ ଭଳି ନିଲାମ ପାଇଁ ଫ୍ରାଞ୍ଚାଇଜିଗୁଡ଼ିକୁ ବିଦେଶ ଯିବାକୁ ପଡ଼ିବ ନାହିଁ ।
ସେପ୍ଟେମ୍ବର ୧୫ ତାରିଖରେ ହୋଇଥିବା IPL ଗଭର୍ଣ୍ଣିଂ କାଉନସିଲ୍ର ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଭାରତର କେଉଁ ସହରରେ ନିଲାମ ଆୟୋଜିତ ହେବ, ସେନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ ।
ଦୁବାଇ, ଜେଦ୍ଦା ପରେ ଏଥର ଭାରତରେ ଅକ୍ସନ୍
ଗତ କିଛି ବର୍ଷ ଧରି IPL ନିଲାମ ଭାରତ ବାହାରେ ଆୟୋଜିତ ହୋଇଆସୁଛି । ୨୦୨୩ରେ କୋଚିରେ ନିଲାମ ହୋଇଥିଲା । ଏହାପରେ ଦୁବାଇ, ଜେଦ୍ଦା ଓ ଆବୁଧାବି ଭଳି ସହର IPL ଅକ୍ସନ୍ର ଆୟୋଜନ ହୋଇଥିଲା ।
ତେବେ ୨୦୨୭ର ମିନି ଅକ୍ସନ୍ ପାଇଁ ଏହି ଧାରା ବଦଳାଇବାକୁ BCCI ନିଷ୍ପତ୍ତି ନେଇଛି । ତେବେ ଆସନ୍ତା ବର୍ଷ ହେବାକୁ ଥିବା ମେଗା ଅକ୍ସନ୍ ପୁଣିଥରେ ବିଦେଶରେ ଆୟୋଜିତ ହୋଇପାରେ । ଅର୍ଥାତ୍ ଭାରତରେ ନିଲାମ କରିବାର ନିଷ୍ପତ୍ତି ବର୍ତ୍ତମାନ କେବଳ IPL 2027ର ମିନି ଅକ୍ସନ୍ ପାଇଁ ଲାଗୁ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫ୍ରାଞ୍ଚାଇଜିଙ୍କ ଚିନ୍ତା ପରେ BCCIର ନିଷ୍ପତ୍ତି
ବିଦେଶରେ ମିନି ଅକ୍ସନ୍ ଆୟୋଜନ କରିବାକୁ ନେଇ IPL ଫ୍ରାଞ୍ଚାଇଜିଗୁଡ଼ିକ ନିଜ ଚିନ୍ତା ପ୍ରକାଶ କରିଥିଲେ। ଏକ ବଡ଼ ଟିମ୍ ଡେଲିଗେସନ୍କୁ ବିଦେଶ ନେବା ଲଜିଷ୍ଟିକ୍ସ ଓ ଅପରେସନାଲ୍ ସ୍ତରରେ ଚ୍ୟାଲେଞ୍ଜିଂ ହେଉଥିବା ଟିମ୍ଗୁଡ଼ିକ କହିଥିଲେ ।
ଗତବର୍ଷ ଆବୁଧାବିରେ ହୋଇଥିବା ନିଲାମ ସମୟରେ ମଧ୍ୟ ଏଭଳି ସମସ୍ୟା ନେଇ ଫ୍ରାଞ୍ଚାଇଜିଗୁଡ଼ିକ ନିଜ ମତ ରଖିଥିଲେ । ଏହାପରେ BCCI ଫ୍ରାଞ୍ଚାଇଜିଙ୍କ ମତାମତକୁ ଗୁରୁତ୍ୱ ଦେଇ ଏଥର ଭାରତରେ ହିଁ ମିନି ଅକ୍ସନ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ।
ହୋଟେଲ୍ ଉପଲବ୍ଧତା ଉପରେ ନିର୍ଭର କରିବ ସହର ଚୟନ
IPL 2027 ମିନି ଅକ୍ସନ୍ର ତାରିଖ ଓ ସହରର ନାମ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ସହର ଚୟନରେ ହୋଟେଲ୍ ଉପଲବ୍ଧତା ଉପରେ ନିର୍ଭର କରିବ ବୋଲି ଜଣାପଡ଼ିଛି ।
ଭାରତରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ବିବାହ ଋତୁ ଥିବାରୁ ବଡ଼ ସହରଗୁଡ଼ିକର ଫାଇଭ୍-ଷ୍ଟାର୍ ହୋଟେଲ୍ରେ ରୁମ୍ ଉପଲବ୍ଧତା ଏକ ଚ୍ୟାଲେଞ୍ଜ ହୋଇପାରେ । BCCIକୁ ନିଲାମ ପାଇଁ ଅତି କମ୍ରେ ଦୁଇ ରାତି ଲାଗି ୧୦୦ରୁ ଅଧିକ ରୁମ୍ର ଆବଶ୍ୟକତା ରହିବ । ତେଣୁ ହୋଟେଲ୍ ଉପଲବ୍ଧତାକୁ ଧ୍ୟାନରେ ରଖି ନିଲାମ ସହର ଚୟନ କରାଯିବ ।
Impact Player ନିୟମ ଉପରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନାହିଁ
IPL ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ Impact Player ନିୟମକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ତେବେ ଏହି ନିୟମ ଜାରି ରହିବ କି ନାହିଁ, ସେନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ପ୍ରାୟ ଏକ ମାସ ପରେ IPL ଗଭର୍ଣ୍ଣିଂ କାଉନସିଲ୍ର ପରବର୍ତ୍ତୀ ବୈଠକ ଡକାଯିବ । ସେହି ବୈଠକରେ Impact Player ନିୟମର ଭବିଷ୍ୟତ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବାର ଆଶା ରହିଛି । କିଛି ଫ୍ରାଞ୍ଚାଇଜି ଏହି ନିୟମକୁ ଆଗକୁ ଜାରି ରଖିବା ସପକ୍ଷରେ ନଥିବା ଜଣାପଡ଼ିଛି ।

Related Topics
Explore more stories