Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ODI World Cup / ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ଦିନିକିଆ ମ୍ୟାଚ୍ ସଂଖ୍ୟା ବଢ଼ାଇବ BCCI

Sushanta Sahoo
Browse all articles by Sushanta Sahoo
·4 months ago·2 min read
ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ଦିନିକିଆ ମ୍ୟାଚ୍ ସଂଖ୍ୟା ବଢ଼ାଇବ BCCI
Big Update for Cricket Fans

Key Points

ବିସିସିଆଇକୁ ବିଦେଶରୁ ଆସିଛି ବଡ଼ ପ୍ରସ୍ତାବ । ଯଦି ବିଦେଶରୁ ଆସିଥିବା ପ୍ରସ୍ତାବ ଉପରେ ବିସିସିଆଇ ହଁ ଭରେ, ତାହେଲେ କୋହଲି ଓ ରୋହିତଙ୍କୁ ବିଶ୍ଵକପ୍ ପ୍ରସ୍ତୁତି ସମୟରେ ଅତିରିକ୍ତ ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିପାରେ ।
ନୂଆଦିଲ୍ଲୀ: ମେ ଶେଷରେ ଆଇପିଏଲ୍ ୨୦୨୬ ସରିବା ପରେ ଭାରତର ଫୋକସ୍ ରହିବ ୨୦୨୭ ଦିନିକିଆ ବିଶ୍ଵକପ୍‌ ଉପରେ । ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳିଙ୍କୁ ନେଇ ଟି-ଟ୍ଵେଣ୍ଟି ଆକ୍ସନ୍ ଦେଖିବାକୁ ମିଳୁଛି । ଏହାପରେ ୫୦ ଓଭର୍ ଫର୍ମାଟ ଦିନିକିଆ ଖେଳାଯିବ ।

ଯେଉଁଥିରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ବରିଷ୍ଠ ଯୋଡ଼ି ଆକର୍ଷିତ କରିବ କ୍ରିକେଟ୍ ପ୍ରେମୀଙ୍କୁ । ସୂଚନା ଅନୁସାରେ, ଆଇପିଏଲ୍ ପରେ ଭାରତ ବିଭିନ୍ନ ଦେଶ ସହ ଦ୍ଵି-ପାକ୍ଷିକ ମ୍ୟାଚ୍ ଖେଳିବ । ବର୍ଷ ଶେଷ ସୁଦ୍ଧା ଭାରତୀୟ ଦଳ ୧୯ଟି ଦିନିକିଆ ଖେଳିବାକୁ ନିର୍ଦ୍ଧାରିତ ହୋଇଛି ।

ଏଥିସହ ପଢ଼ନ୍ତୁ: ସେମିଫାଇନାଲ ପୂର୍ବରୁ ସାମ୍‌ କରନ୍‌ଙ୍କ ବଡ଼ ବୟାନ, ଓ୍ବାଙ୍ଖେଡେ ଷ୍ଟାଡିୟମକୁ ନୀରବ କରିଦେବୁ

ତେବେ ଏହାରି ଭିତରେ ବିସିସିଆଇକୁ ବିଦେଶରୁ ଆସିଛି ବଡ଼ ପ୍ରସ୍ତାବ । ଯଦି ବିଦେଶରୁ ଆସିଥିବା ପ୍ରସ୍ତାବ ଉପରେ ବିସିସିଆଇ ହଁ ଭରେ, ତାହେଲେ କୋହଲି ଓ ରୋହିତଙ୍କୁ ବିଶ୍ଵକପ୍ ପ୍ରସ୍ତୁତି ସମୟରେ ଅତିରିକ୍ତ ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିପାରେ ।

କ୍ରିକ୍‌ବଜର ଏକ ରିପୋର୍ଟ ଅନୁସାରେ, ଭାରତ ଚଳିତ ବର୍ଷ ଶେଷ ଆଡ଼କୁ ନ୍ୟୁଜିଲାଣ୍ଡ ସହ ଦିନିକିଆ ସିରିଜ୍‌ ଖେଳିବ । ଆଉ ଏହି ସିରିଜ୍‌ରେ ଦିନିକିଆ ମ୍ୟାଚ୍ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ଏଭଳି ହେଲେ ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟି ମ୍ୟାଚ୍ ସଂଖ୍ୟା ହ୍ରାସ ପାଇବ । ଏହି ପଦକ୍ଷେପ ୨୦୨୭ ଦିନିକିଆ ବିଶ୍ଵକପ୍ ପାଇଁ ରଣନୀତିକ ପ୍ରାଥମିକତାକୁ ଦର୍ଶାଉଛି ।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ, ଭାରତ ଅକ୍ଟୋବର ଓ ନଭେମ୍ବରରେ ୫ଟି ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟ, ୨ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ । ତେବେ ନ୍ୟୁଜିଲାଣ୍ଡର ପ୍ରସ୍ତାବ ଅନୁସାରେ, ଆଉ ୨ଟି ଦିନିକିଆ ମ୍ୟାଚ୍‌କୁ ଯୋଡ଼ା ଯାଉ । ଯାହା ଫଳରେ ଟି-ଟ୍ଵେଣ୍ଟି ମ୍ୟାଚ୍ ସଂଖ୍ୟା ୩କୁ ଖସି ଆସିବ ।

ଏଥିସହ ପଢ଼ନ୍ତୁ:  ୨୦୨୭ ବିଶ୍ୱକପ ମିଶନ୍ ଆରମ୍ଭ! ଆଫଗାନିସ୍ତାନ ସିରିଜରେ ରୋହିତ-ବିରାଟ ଖେଳିବେ ଏତିକିଟା ମ୍ୟାଚ

ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ପକ୍ଷରୁ ବିସିସିଆଇକୁ ପ୍ରସ୍ତାବ ଦିଆଯାଇଛି । ଯାହାଦ୍ଵାରା ଭାରତ ଦିନିକିଆ ବିଶ୍ଵକପ୍ ପାଇଁ ପ୍ରସ୍ତୁତ ହୋଇ ପାରିବ । ସେଭଳି ଏହି ପଦକ୍ଷେପ ନ୍ୟୁଜିଲାଣ୍ଡକୁ ବ୍ୟବସାୟିକ ଦୃଷ୍ଟିରୁ ଲାଭ ଦେବ । କାରଣ କୋହଲି ଓ ରୋହିତ ଶର୍ମାଙ୍କୁ ଦିନିକିଆରେ ଦେଖିବାକୁ ଦର୍ଶକଙ୍କ ଭିଡ଼ ରହିବ ।

ତେବେ ନ୍ୟୁଜିଲାଣ୍ଡ ଦେଇଥିବା ପ୍ରସ୍ତାବ ନେଇ ବିସିସିଆଇ କିମ୍ବା ନ୍ୟୁଜିଲାଣ୍ଡ କ୍ରିକେଟ୍ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ସଂକେତ ମିଳୁଛି ଯେ, ଶୀଘ୍ର ନିର୍ଦ୍ଧାରିତ ମ୍ୟାଚ୍ ସୂଚୀରେ ପରିବର୍ତ୍ତନ କରାଯାଇ ବିଧିବଦ୍ଧ ଘୋଷଣା କରାଯାଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BCCI Plans More ODI Matches for Virat Kohli and Rohit Sharma | Argus News | Argus News