Gautam Gambhir / ଗମ୍ଭୀରଙ୍କୁ ଆଶ୍ୱସ୍ତି: ଦକ୍ଷିଣ ଆଫ୍ରିକା ସିରିଜ୍ରେ ଲଜ୍ଜାଜନକ ପରାଜୟ ପରେ ବି ଆକ୍ସନ ନେବନି ବିସିସିଆଇ
·9 months ago·2 min read

Key Points
ଏବେ ବିସିସିଆଇ ସ୍ପଷ୍ଟ କରିଛି, ଗମ୍ଭୀର ଟିମ ଇଣ୍ଡିଆର ହେଡ କୋଚ ଭାବରେ ୨୦୨୭ ଟି-୨୦ ବିଶ୍ୱକପ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବେ।
ଗୌହାଟୀ ଟେଷ୍ଟରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୪୦୮ ରନର ଲଜ୍ଜାଜନକ ଭାବରେ ପରାଜୟ ହୋଇଛି। ଏହାପରେ ଏବେ ସାରା ଦେଶରେ କେବଳ ଗୋଟିଏ ଦାବି ହେଉଛି, ତାହା ହେଲା ଗୌତମ ଗମ୍ଭୀର, ଇସ୍ତଫା ଦିଅନ୍ତୁ। ଭାରତୀୟ ହେଡ୍ କୋଚ୍ଙ୍କ ପଦବୀ ବିପଦରେ ଥିବା ଭଳି ଲାଗୁଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜରେ ଭାରତ ସିରିଜ ହାରିବା ପରେ ତାଙ୍କୁ ଟାର୍ଗେଟ କରାଯାଉଥିଲା। ଗମ୍ଭୀରଙ୍କୁ କୋଚ ପଦରୁ ହଟାଇବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ବିସିସିଆଇ ସ୍ପଷ୍ଟ କରିଛି, ଗମ୍ଭୀର ଟିମ ଇଣ୍ଡିଆର ହେଡ କୋଚ ଭାବରେ ୨୦୨୭ ଟି-୨୦ ବିଶ୍ୱକପ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବେ।
ଏହାସହ ପଢ଼ନ୍ତୁ: ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ରିପୋର୍ଟ କାର୍ଡ, ODIରେ ପାସ୍...ଟେଷ୍ଟରେ ଫେଲ୍
ଟିମ୍ ଇଣ୍ଡିଆର ହେଡ୍ କୋଚ୍ ପଦବୀରୁ ଏବେ ହଟିବେନି ଗୌତମ ଗମ୍ଭୀର। ବିସିସିଆଇ ଖେଳାଳି ଏବଂ ପ୍ରଶିକ୍ଷକଙ୍କ ଉପରେ ବିଶ୍ୱାସ ବଜାୟ ରହିଛି। ଦଳର ଖରାପ ପ୍ରଦର୍ଶନ ବିଷୟରେ ଖୁବ୍ ଶୀଘ୍ର ଭାରତୀୟ କ୍ରିକେଟ କନଟ୍ରୋଲ ବୋଡ କୋଚ୍ଙ୍କ ସହ ଦଳର ପ୍ରଦର୍ଶନ ବିଷୟରେ ଆଲୋଚନା କରିବ। ଏନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହା ମଧ୍ୟ ସୂଚନା ମିଳିଛି ଯେ, ଗମ୍ଭୀରଙ୍କ ସହ ଦଳର ପ୍ରଦର୍ଶନରେ ଉନ୍ନତି ଆଣିବା ସମ୍ପର୍କରେ ପ୍ରଶିକ୍ଷକଙ୍କ ସହ ଆଲୋଚନା କରାଯିବ ଏବଂ ଆବଶ୍ୟକୀୟ ନିଷ୍ପତ୍ତି ନିଆଯିବ। ଭାରତ ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ଦ୍ୱିତୀୟ ଘରୋଇ ଟେଷ୍ଟ ସିରିଜ୍ ହାରିଛି। ଏହାପରେ ପରେ ଗମ୍ଭୀରଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଭିଭିଏସ ଲକ୍ଷ୍ମଣ ଗମ୍ଭୀରଙ୍କ ସ୍ଥାନରେ ଟେଷ୍ଟ ଟିମର କୋଚ ହୋଇପାରନ୍ତି । ଏସବୁ ଚର୍ଚ୍ଚା ମଧ୍ୟରେ ବିସିସିଆଇ ଗମ୍ଭୀରଙ୍କ ଉପରେ ବିଶ୍ୱାସ ରଖି ତାଙ୍କୁ ୨୦୨୭ ପର୍ଯ୍ୟନ୍ତ ସୁଯୋଗ ଦେବ ବୋଲି ଜଣାପଡ଼ିଛି।
ଟିମ ଇଣ୍ଡିଆ ଗତ ୧୨ ମାସ ମଧ୍ୟରେ ଦ୍ୱିତୀୟ ଥର ସିରିଜ ହାରିଛି। ୨୦୨୪ରେ ନ୍ୟୁଜିଲାଣ୍ଡ ସିରିଜ ଏବଂ ଦକ୍ଷିଣ ଆଫ୍ରିକା ସିରିଜ ମଧ୍ୟରେ ୭ଟି ମ୍ୟାଚ ମଧ୍ୟରୁ ପାଞ୍ଚଟି ହାରିଛି। ନ୍ୟୁଜିଲାଣ୍ଡ ପରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ହାରିବା ପରେ ଗମ୍ଭୀର କୋଚିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଗମ୍ଭୀର ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଭାରତୀୟ କ୍ରିକେଟ ଗୁରୁତ୍ବପୂର୍ଣ୍ଣ, ମୁଁ ନୁହେଁ। ବିସିସିଆଇ ଯାହା ନିଷ୍ପତ୍ତି ନେବ ତାହା ମୁଁ ଗ୍ରହଣ କରିବି।’

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: IND vs SA: ଗମ୍ଭୀରଙ୍କ ଉପରେ ରାଗିଥିବା ଲୋକଙ୍କୁ ସୁନୀଲ ଗାଭାସ୍କର ଆଇନା ଦେଖାଇଲେ
ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ହାତରୁ 2-0 ରେ ପରାଜୟ ବରଣ କରିଥିଲା। ଗୌହାଟୀରେ ଦଳର ବ୍ୟାଟିଂ କ୍ରମ ତାସ ଘର ପରି ଭାଙ୍ଗି ଯାଇଥିଲା। 25 ବର୍ଷ ପରେ ଦକ୍ଷିଣଆଫ୍ରିକା ଟିମ ଭାରତୀୟ ମାଟିରେ ଏକ ଟେଷ୍ଟ ସିରିଜ ଜିତିବାରେ ସଫଳ ହୋଇଥିଲା। ଏହି ପରାଜୟ ଭାରତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଛି। ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସମାଲୋଚନାର ଶିକାର ହୋଇଛନ୍ତି, ଏବଂ ତାଙ୍କୁ ବହିଷ୍କାର ପାଇଁ ଦାବି ହେଉଛି।

Related Topics
Explore more stories