Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Gambhir Report Card / ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ରିପୋର୍ଟ କାର୍ଡ, ODIରେ ପାସ୍‌...ଟେଷ୍ଟରେ ଫେଲ୍‌

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ରିପୋର୍ଟ କାର୍ଡ, ODIରେ ପାସ୍‌...ଟେଷ୍ଟରେ ଫେଲ୍‌

Key Points

ଗୌତମ ଗମ୍ଭୀରଙ୍କ ରିପୋର୍ଟ କାର୍ଡ । ଦିନିକିଆ, ଟି-୨୦ରେ ପାସ୍‌ । ଟେଷ୍ଟରେ ଫେଲ୍‌ ।
ପ୍ରଥମେ କୋଲକାତାର ଇଡେନ୍ ଗାର୍ଡେନ୍ସ । ପରେ ଗୌହାଟୀ । ଦକ୍ଷିଣ ଆଫ୍ରିକା ଘରୋଇ ମାଟିରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆକୁ ୨-୦ରେ ପରାସ୍ତ କରିଥିଲା । ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଘରୋଇ ମାଟିରେ ଭାରତକୁ ୩-୦ରେ କ୍ଲିନ୍ ସୁଇପ୍ କରିଥିଲା । ତେବେ ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ନେଇଛନ୍ତି । ଆଉ ଏବେ ସେ ତିନୋଟି ଫର୍ମାଟରେ ଭାରତୀୟ ଦଳର କୋଚ୍ ଅଛନ୍ତି । ଆସନ୍ତୁ ଗୌତମ ଗମ୍ଭୀରଙ୍କ ରିପୋର୍ଟ କାର୍ଡ ଉପରେ ନଜର ପକାଇବା...

ଗୌତମ ଗମ୍ଭୀରଙ୍କ କୋଚିଂ ରେକର୍ଡକୁ ହ୍ବାଇଟ୍‌ ବଲ୍ ଏବଂ ରେଡ୍‌ ବଲ୍ ଉଭୟ ଫର୍ମାଟ ପାଇଁ ପୃଥକ ପୃଥକ ଭାବରେ ବିଶ୍ଳେଷଣ କରାଯାଇପାରିବ । ହ୍ବାଇଟ୍‌ ବଲ୍ କ୍ରିକେଟରେ ପ୍ରଶିକ୍ଷକ ଭାବରେ ଗମ୍ଭୀରଙ୍କ ରେକର୍ଡ ଭଲ ରହିଛି । କିନ୍ତୁ ଟେଷ୍ଟ କ୍ରିକେଟରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶଜନକ ରହିଛି ।

ଅଧିକ ପଢ଼ନ୍ତୁ: 'ବିରାଟ କୋହଲିଙ୍କୁ କଲ୍‌ କରନ୍ତୁ PM ମୋଦି, ଗମ୍ଭୀରଙ୍କ ପୂର୍ବରୁ ଚୟନ କମିଟିକୁ ହଟାଅ'

କୋଚ୍‌ ଭାବେ ଗମ୍ଭୀରଙ୍କ ଦିନିକିଆ ଡେବ୍ୟୁ ସିରିଜ୍‌ ଭଲ ନଥିଲା । ଭାରତ ଘରୋଇ ମାଟିରେ ଶ୍ରୀଲଙ୍କାଠାରୁ ୨-୦ରେ ପରାସ୍ତ ହୋଇଥିଲା । କିନ୍ତୁ ଏହା ପରେ ଦମଦାର କମ୍‌ବ୍ୟାକ୍‌ କରିଥିଲେ ଗୌତମ । ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଗମ୍ଭୀର ଲଗାତର ୮ଟି ମ୍ୟାଚ୍‌ରେ ବିଜୟଲାଭ କରି ଟ୍ରଫି ହାତେଇଥିଲେ । ଗମ୍ଭୀର କୋଚ୍‌ ଭାବେ ଦାୟିତ୍ବ ନେବା ପରେ ମୋଟ ୧୪ ଦିନିକିଆରୁ ଭାରତ ୯ଟିରେ ବିଜୟଲାଭ କରିଥିବା ବେଳେ ୪ଟି ପରାଜୟ ଓ ଗୋଟିଏରେ ଡ୍ର' ରହିଥିଲା । ଦିନିକିଆରେ ତାଙ୍କ ବିଜୟ ପ୍ରତିଶତ ହେଉଛି ୬୪.୨୮ ।

ସେହିପରି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଟି-୨୦ରୁ ଅବସର ନେବା ପରେ ଗମ୍ଭୀର ଶ୍ରୀଲଙ୍କାରେ ତାଙ୍କର କାର୍ଯ୍ୟକାଳ ଆରମ୍ଭ କରିଥିଲେ । ଏହା ତାଙ୍କର ପ୍ରଥମ ଟି-୨୦ ସିରିଜ ଥିଲା । ସେ ତାଙ୍କର ପ୍ରଥମ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଭାରତ ତିନୋଟି ମ୍ୟାଚ୍ ଜିତିଥିଲା । ପରବର୍ତ୍ତୀ ୧୯ ମ୍ୟାଚ୍‌ରେ ଗମ୍ଭୀର କେବଳ ୨ଟି ମ୍ୟାଚରେ ପରାଜୟ ବରଣ କରିଛନ୍ତି । ମୋଟ ୨୨ ମ୍ୟାଚ୍‌ରେ ୨୦ ବିଜୟ ଏବଂ ୨ଟି ପରାଜୟ ସହିତ ତାଙ୍କର ବିଜୟ ହାର ୯୦.୯୦ ରହିଛି ।

କିନ୍ତୁ ଟେଷ୍ଟ ପ୍ରଶିକ୍ଷକ ଭାବରେ ଗମ୍ଭୀରଙ୍କ ରେକର୍ଡ ନିରାଶାଜନକ ରହିଛି । ଘରୋଇ ପରିବେଶରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ଗୋଟିଏ ବି ମ୍ୟାଚ୍‌ ଜିତିପାରିନଥିଲା । ସେହିପରି ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ସମସ୍ତ ତିନୋଟି ମ୍ୟାଚ୍ ହାରିଥିଲା । ଇଂଲଣ୍ଡ ବିପକ୍ଷ ସିରିଜ୍ ୨-୨ ଡ୍ର'ରେ ଶେଷ ହୋଇଥିଲା । ତା’ପରେ ଭାରତ ଘରୋଇ ପରିବେଶରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । କିନ୍ତୁ ତା’ପରେ ଭାରତର ଆଉ ଏକ ଲଜ୍ଜାଜନକ ପରାଜୟ ହୋଇଥିଲା । ​ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨-୦ରେ ସିରିଜ୍‌ ହାରିଛି । ତେବେ ଟେଷ୍ଟରେ ଗୌତମ ଗମ୍ଭୀରଙ୍କ ବିଜୟ ହାର ୩୬.୮୪ ରହିଛି ।

ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍‌ ହାରିବା ପରେ ଟିମ୍ ଇଣ୍ଡିଆ ଏବେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଖସିଯାଇଛି । ଏପରିକି ପାକିସ୍ତାନ ମଧ୍ୟ ଭାରତକୁ ପଛରେ ପକାଇ ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gautam Gambhir’s Report Card: Strong in ODIs & T20Is but Fails in Tests as India Slip in WTC Rankings | Argus News