Shubman Gill / ୨୦୨୬ ଟି-ଟ୍ଵେଣ୍ଟି ବିଶ୍ଵକପ୍ ପୂର୍ବରୁ ଗିଲ୍ଙ୍କୁ ନେଇ ଚିନ୍ତାରେ BCCI, ହରାଇବେ କି ଉପଅଧିନାୟକ ପଦ ?
·6 months ago·2 min read

Key Points
କେବଳ ଗିଲ୍ ନୁହନ୍ତି, ଦଳର ଅଧିନାୟକ ସୂର୍ଯ୍ୟକୁମାରଙ୍କୁ ନେଇ ମଧ୍ୟ ବିସିସିଆଇ ଚିନ୍ତାରେ ପଡ଼ିଛି । ହେଲେ ଖୋଲାଖୋଲି କେହି ମୁହଁ ଖୋଲୁ ନାହାନ୍ତି ।
ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟର ଶୁବମନ ଗିଲ୍ । ଏବେ ତାଙ୍କ ଫର୍ମକୁ ନେଇ ବିସିସିଆଇ (BCCI)କୁ ଚିନ୍ତା ଘାରିଛି । ୨୦୨୬ ଟି-ଟ୍ଵେଣ୍ଟି ବିଶ୍ଵକପ୍ ପୂର୍ବରୁ ଗିଲ୍ଙ୍କ ପ୍ରଦର୍ଶନ ନେଇ ବିସିସିଆଇ ଚୟନକର୍ତ୍ତା ଚିନ୍ତାରେ ପଡ଼ିଛନ୍ତି ।
ଏକ ରିପୋର୍ଟ ଅନୁସାରେ, ୧୫ ଜଣିଆ ଟିମ୍ରୁ ଗିଲ୍ଙ୍କୁ ବାଦ୍ ଦେବା ସମ୍ଭାବନା ବହୁତ କମ୍ । କିନ୍ତୁ ବିଗତ ମ୍ୟାଚ୍ ଗୁଡ଼ିକରେ ଗିଲ୍ଙ୍କ ଖରାପ ପ୍ରଦର୍ଶନକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏପରିକି ସେ ଦଳର ଉପଅଧିନାୟକ ଆଗକୁ ରହିବେ କି ନାହିଁ ତାକୁ ନେଇ ବି ପ୍ରଶ୍ନ ଉଠିଲାଣି ।
ଶୁବମନ ଗିଲ୍ଙ୍କୁ ଓପନର୍ ଭାବେ ଦଳ ପଠାଉଥିବାରୁ ସଞ୍ଜୁ ସାମସନ ତଳକୁ ଖସିଛନ୍ତି । ହେଲେ ଓପନର୍ ଭାବେ ଖେଳୁଥିବା ଗିଲ୍ ଏବେ ବ୍ୟାଟିଂ ମାଧ୍ୟମରେ ପ୍ରଭାବ ପକାଇବାକୁ ସଂଘର୍ଷ କରୁଛନ୍ତି ।
ଏଥିସହ ପଢ଼ନ୍ତୁ: ଟ୍ରେନ୍ ଟିକେଟ୍ ୱେଟିଂ ଓ RAC ଥିଲେ ଆଉ କରନ୍ତୁନି ଚିନ୍ତା; ବଡ଼ ପରିବର୍ତ୍ତନ କଲା ରେଲୱେ
ଏସିଆ କପ୍ ପରେ ଗିଲ୍ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରେ ଖେଳିଥିଲେ । ସେତେବେଳେ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର୍ ଥିଲା ୪୭ ରନ୍ । ଯାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଥିବା ବେଲେ ଚୟନକର୍ତ୍ତା ଗିଲ୍ଙ୍କ ପରିବର୍ତ୍ତେ ଯଶ୍ଵସୀ ଜୟସୱାଲ୍ଙ୍କୁ ଓପନିଂ ବ୍ୟାଟର୍ ଭାବେ ବିଚାରକୁ ନେଇ ପାରନ୍ତି ।
ଏପରିକି ଗିଲ୍ଙ୍କ ଧିର ଆରମ୍ଭକୁ ନେଇ ଚୟନକର୍ତ୍ତା ଚିନ୍ତାବ୍ୟକ୍ତ କରିଛନ୍ତି । ଯେତେବେଳେ କି ଅଭିଷେକ ଶର୍ମା ଆରମ୍ଭରୁ ବଡ଼ ସଟ୍ସ ଖେଳିବାକୁ ପ୍ରୟାସ କରୁଛନ୍ତି । ଯଶ୍ଵସୀ ଓ ଇଶାନ କିଷାନଙ୍କ ଭଳି ଯୁବ ଖେଳାଳି ମଧ୍ୟ ଭଲ ଆରମ୍ଭ କରୁଛନ୍ତି ।
୨୦୨୬ ଫେବ୍ରୁଆରୀ ୭ ତାରିଖରୁ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଆରମ୍ଭ ହେବ । ସେ ପର୍ଯ୍ୟନ୍ତ ବିସିସିଆଇ ୧୫ ଜଣିଆ ଦଳରେ ପରିବର୍ତ୍ତନ ଆଣି ପାରିବ । ଚାମ୍ପିଅନ୍ ଟ୍ରଫି ବେଳେ ଦୁବାଇର ସ୍ଲୋ ପିଚ୍କୁ ଦେଖି ଯଶ୍ଵସୀ ଜୟସୱାଲ୍ଙ୍କ ପରିବର୍ତ୍ତେ ବରୁଣ ଚକ୍ରବର୍ତ୍ତୀ ଦଳରେ ସ୍ଥାନ ପାଇଥିଲେ ।
କେବଳ ଗିଲ୍ ନୁହନ୍ତି, ଦଳର ଅଧିନାୟକ ସୂର୍ଯ୍ୟକୁମାରଙ୍କୁ ନେଇ ମଧ୍ୟ ବିସିସିଆଇ ଚିନ୍ତାରେ ପଡ଼ିଛି । ହେଲେ ଖୋଲାଖୋଲି କେହି ମୁହଁ ଖୋଲୁ ନାହାନ୍ତି । ଏପରିକି ଭାରତରେ ଆୟୋଜନ ହେବାକୁ ଥିବା ଏହି ବିଶ୍ଵସ୍ତରୀୟ ଇଭେଣ୍ଟରେ ସୂର୍ଯ୍ୟକୁମାର ଶେଷ ଥର ପାଇଁ ଟି-ଟ୍ଵେଣ୍ଟି ଦଳର ନେତୃତ୍ଵ ନେଇପାରନ୍ତି । ଏବେ ସୂର୍ଯ୍ୟକୁମାରଙ୍କୁ ୩୫ ବର୍ଷ ବୟସ ହୋଇଥିବା ବେଳେ ସେ ବିଗତ ବର୍ଷେ ହେଲା ଫର୍ମରେ ନାହାନ୍ତି ।
ଏଥିସହ ପଢ଼ନ୍ତୁ: ଆଜି ଘୋଷଣା ହେବ ଟି-20 ବିଶ୍ଵକପ୍ ୨୦୨୬ ଲାଗି ଭାରତୀୟ ଦଳ
ସୂର୍ଯ୍ୟକୁମାରଙ୍କ ବ୍ୟାଟରୁ ବଡ଼ ରନ୍ ଦେଖିବାକୁ ମିଳୁନି । ବିଗତ ୧୪ ମାସରେ ୨୪ଟି ମ୍ୟାଚ୍ରେ ସେ ସେଭଳି ବଡ଼ ସ୍କୋର୍ କରିନାହାନ୍ତି । କେବଳ ଦଳର ଅଧିନାୟକ ଥିବାରୁ ରହିଛନ୍ତି । ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ଵେଣ୍ଟି ଟିମ୍ରେ ଅଧିନାୟକ ଥିବାରୁ ସୂର୍ଯ୍ୟକୁମାର ରହିବେ ।
ଏଭଳି ସ୍ଥିତିରେ ଉଭୟ ଗିଲ୍ ଓ ସୂର୍ଯ୍ୟକୁମାରଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଆଗକୁ ବିଶ୍ଵକପ୍ ଥିବାରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରେ ଜୟସୱାଲ୍ ଅତିରିକ୍ତ ଖେଳାଳି ବାବେ ଦଳରେ ସ୍ଥାନ ପାଇ ପାରନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories