|
logo
Live
Argus News App
GET APP

Argus News - ଟ୍ରେନ୍ ଟିକେଟ୍ ୱେଟିଂ ଓ RAC ଥିଲେ ଆଉ କରନ୍ତୁନି ଚିନ୍ତା; ବଡ଼ ପରିବର୍ତ୍ତନ କଲା ରେଲୱେ

National

Train Ticket / ଟ୍ରେନ୍ ଟିକେଟ୍ ୱେଟିଂ ଓ RAC ଥିଲେ ଆଉ କରନ୍ତୁନି ଚିନ୍ତା; ବଡ଼ ପରିବର୍ତ୍ତନ କଲା ରେଲୱେ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଟ୍ରେନ୍ ଟିକେଟ୍ ୱେଟିଂ ଓ RAC ଥିଲେ ଆଉ କରନ୍ତୁନି ଚିନ୍ତା; ବଡ଼ ପରିବର୍ତ୍ତନ କଲା ରେଲୱେ
Big Relief for Train Passengers

Key Points

ଟ୍ରେନ୍ ଯାତ୍ରୀଙ୍କ ସମୟକୁ ଗୁରୁତ୍ଵ ଦେଇ ଭାରତୀୟ ରେଲୱେ ବଡ଼ ପଦକ୍ଷେପ ନେଇଛି । ଟ୍ରେନ୍ ରିଜର୍ଭେସନ ଚାର୍ଟ ପ୍ରସ୍ତୁତ ସମୟ ସାରଣୀରେ ପରିବର୍ତ୍ତନ ଆଣିଛି ରେଲୱେ ।
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କୁ ମିଳିବ ଲାଭ । ଶେଷ ମୁହୂର୍ତ୍ତରେ ଆଉ ହେବେନି ହନ୍ତସନ୍ତ । ଟ୍ରେନ୍‌ରେ ସଂରକ୍ଷିତ (Reservation) ଟିକେଟ୍ କାଟିଛନ୍ତି ହେଲେ ୱେଟିଂ କିମ୍ବା ଆର୍‌ଏସି (RAC) ରହିଛି । ଷ୍ଟେସନରେ ପହଞ୍ଚିବା ପର୍ଯ୍ୟନ୍ତ ବୁଝାପଡ଼ୁନି ଟିକେଟ୍ ନିଶ୍ଚିତ ହୋଇଛି କି ନାହିଁ । ଏବେ ଟ୍ରେନ୍ ଯାତ୍ରୀଙ୍କୁ ଏ ସବୁଥିରୁ ମିଳିବ ଆଶ୍ଵସ୍ତି ।

ଟ୍ରେନ୍ ଯାତ୍ରୀଙ୍କ ସମୟକୁ ଗୁରୁତ୍ଵ ଦେଇ ଭାରତୀୟ ରେଲୱେ ବଡ଼ ପଦକ୍ଷେପ ନେଇଛି । ଟ୍ରେନ୍ ରିଜର୍ଭେସନ ଚାର୍ଟ ପ୍ରସ୍ତୁତ ସମୟ ସାରଣୀରେ ପରିବର୍ତ୍ତନ ଆଣିଛି ରେଲୱେ । ଏଣିକି ସଂରକ୍ଷିତ ଟ୍ରେନ୍ ଟିକେଟ୍ କାଟିଥିବା ଟ୍ରେନ୍ ଛାଡ଼ିବାର ୧୦ ଘଣ୍ଟା ପୂର୍ବରୁ ଜାଣି ପାରିବେ କ'ଣ ରହିଛି ଟିକେଟ୍‌ର ସ୍ଥିତି ।

ଏଥିସହ ପଢ଼ନ୍ତୁ: ଟ୍ରେନ ଧକ୍କାରେ ଗଲା ୮ ଗଜରାଜଙ୍କ ଜୀବନ

ଫଳରେ ଶେଷ ମୁହୂର୍ତ୍ତରେ ଯାତ୍ରୀ ଆଉ ଅସୁବିଧାରେ ପଡ଼ିବେ ନାହିଁ । ବିଶେଷ କରି ୱେଟିଂ ଲିଷ୍ଟ (WL) ଏବଂ ଆର୍‌ଏସି ଟିକେଟ୍‌ଧାରୀ ଏହା ଦ୍ଵାରା ଉପକୃତ ହେବେ । ଯାତ୍ରାର ୧୦ ଘଣ୍ଟା ପୂର୍ବରୁ ସୂଚନା ମିଳିବା ଦ୍ଵାରା ବିକଳ୍ପ ପରିବହନ ବ୍ୟବସ୍ଥା କରିପାରିବେ ।

ଏହା ପୂର୍ବରୁ ଭାରତୀୟ ରେଲୱେ ଟ୍ରେନ୍ ଛାଡ଼ିବାର ୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରୁଥିଲା ରିଜର୍ଭେସନ୍ ଚାର୍ଟ । ଫଳରେ ଶେଷ ମୁହୂର୍ତ୍ତରେ ୱେଟିଂ ଲିଷ୍ଟ ଏବଂ ଆର୍‌ଏସିରେ ଥିବା ଯାତ୍ରୀ ସେମାନଙ୍କ ଟିକେଟ୍ ନିଶ୍ଚିତ ହୋଇ ନଥିବା ଜାଣି ଚିନ୍ତାରେ ପଡ଼ୁଥିଲେ ଏବଂ ଦ୍ଵନ୍ଦ୍ଵରେ ରହୁଥିଲେ ।

କାହିଁକି ବଦଳିଲା ନିୟମ ?

ରେଲୱେର ପୂର୍ବ ନିୟମ ଅନୁସାରେ, ଟ୍ରେନ୍ ଛାଡ଼ିବାର ୪ ଘଣ୍ଟା ପୂର୍ବରୁ ପ୍ରଥମ ରିଜର୍ଭେସନ୍ ଚାର୍ଟ ପ୍ରସ୍ତୁତ ହେଉଥିଲା । ଫଳରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ୱେଟିଂ ଲିଷ୍ଟରେ ଥିବା ଯାତ୍ରୀ ଯାତ୍ରା ନେଇ ନିଶ୍ଚିତ ହୋଇ ପାରୁନଥିଲେ ।

ଏଧିକାଂଶ ସମୟରେ ଯାତ୍ରୀ ଷ୍ଟେସନ ପହଞ୍ଚିବା ପର୍ଯ୍ୟନ୍ତ ସେମାନଙ୍କ ଯାତ୍ରା ଟିକେଟ୍ ନିଶ୍ଚିତ ହୋଇଛି କି ନାହିଁ ଦ୍ଵନ୍ଦ୍ଵରେ ରହୁଥିଲେ । ଫଳରେ ବିକଳ୍ପ ପରିବହନ ବ୍ୟବସ୍ଥା ସଠିକ୍ ସମୟରେ ବାଛି ପାରୁ ନଥିଲେ । ଉଭୟ ସମୟ ସହ ଯାତ୍ରୀଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା । ସେମାନେ କରିଥିବା ପୂର୍ବ ଯୋଜନା ବି ବିଗିଡ଼ି ଯାଉଥିଲା ।

ଏବେ ହୋଇଥିବା ପରିବର୍ତ୍ତନ ଦ୍ଵାରା ଯାତ୍ରୀ ଦୀର୍ଘ ଦିନରୁ ଭୋଗି ଆସୁଥିବା ଅସୁବିଧାର ସମାଧାନ ହୋଇପାରିବ । ରେଳ ଯାତ୍ରୀ ସେମାନଙ୍କ ଯାତ୍ରା ଟିକେଟ୍ ନେଇ ସମୟ ପୂର୍ବରୁ ନିଷ୍ପତ୍ତି ନେଇ ପାରିବେ । ବିଶେଷ କରି ଛୋଟ ସହର ଏବଂ ଦୂର ଯାତ୍ରା ଯୋଜନା କରିଥିବା ଯାତ୍ରୀଙ୍କ ପାଇଁ ଏହା ଲାଭଦାୟକ ହେବ ।

ଏଥିସହ ପଢ଼ନ୍ତୁ: ୨ ଜଣଙ୍କୁ ମାରି ଭୁଲ କରିଦେଲା ISIS, ପୁରା ବଂଶ ବୁଡ଼ାଇଦେଲା ଆମେରିକା !

ନୂଆ ରିଜର୍ଭେସନ୍ ସମୟ

ସକାଳ ୫ଟାରୁ ଦିନ ୨ଟା ମଧ୍ୟରେ ଛାଡ଼ିବାକୁ ଥିବା ଟ୍ରେନ୍ ପାଇଁ ପ୍ରଥମ ଚାର୍ଟ ପୂର୍ବଦିନ ରାତି ୮ଟା ସୁଦ୍ଧା ପ୍ରସ୍ତୁତ ହେବ । ସେହିଭଳି ଦିନ ୨ଟା ୧ରୁ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଛାଡ଼ିବାକୁ ଥିବା ଏବଂ ରାତି ୧୨ରୁ ସକାଳ ୫ଟା ମଧ୍ୟରେ ଛାଡ଼ିବାକୁ ଥିବା ଟ୍ରେନ୍‌ର ପ୍ରଥମ ରିଜର୍ଭେସନ୍ ଚାର୍ଟ ଟ୍ରେନ୍ ଛାଡ଼ିବାର ୧୦ ପୂର୍ବରୁ ପ୍ରସ୍ତୁତ ହେବ ।

ଏହି ପରିବର୍ତ୍ତନ ନେଇ ରେଲୱେ ବୋର୍ଡ ସମସ୍ତ ଜୋନାଲ୍ ରେଲୱେକୁ ଅବଗତ କରିବା ସହ ତତ୍‌କ୍ଷଣାତ୍ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି । ଏହା ଫଳରେ ସ୍ଵଚ୍ଛତା ଆସିବା ସହ ଯାତ୍ରୀ ଚାପରୁ ମୁକ୍ତ ହେବେ ବୋଲି ଆଶା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Train Ticket: ଟ୍ରେନ୍ ଟିକେଟ୍ ୱେଟିଂ ଓ RAC ଥିଲେ ଆଉ କରନ୍ତୁନି ଚିନ୍ତା; ବଡ଼ ପରିବର୍ତ୍ତନ କଲା ରେଲୱେ | Argus News