Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket Controversy / ବେନ୍ ଷ୍ଟୋକ୍ସଙ୍କୁ ବଡ଼ ଝଟକା…ମାରପିଟ୍ ବିବାଦ ପରେ ଦ୍ୱିତୀୟ ଟେଷ୍ଟରୁ ବାଦ

Ritu Das
Browse all articles by Ritu Das
·1 month ago·2 min read
ବେନ୍ ଷ୍ଟୋକ୍ସଙ୍କୁ ବଡ଼ ଝଟକା…ମାରପିଟ୍ ବିବାଦ ପରେ ଦ୍ୱିତୀୟ ଟେଷ୍ଟରୁ ବାଦ
India

Key Points

ବେନ ଷ୍ଟୋକ୍ସଙ୍କୁ ନେଇ ବିବାଦ ଥମିବାର ନାଁ ନେଉନି
ବେନ ଷ୍ଟୋକ୍ସ ଆଟକିନସନ ଉଭୟଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ୍ ଦିଆଯାଇଛି

ବେନ ଷ୍ଟୋକ୍ସଙ୍କୁ ନେଇ ବିବାଦ ଥମିବାର ନାଁ ନେଉନି। କାଲି ତାଙ୍କର ଅବସର ନେବା କଥା କଥା ଚର୍ଚ୍ଚା ହେଉଥିବାବେଳେ ଆଜି ଇଂଲଣ୍ଡ କ୍ରିକେଟ ବୋର୍ଡ ତାଙ୍କୁ ଟେଷ୍ଟ ମ୍ୟାଚରୁ ବାହାର କରିଛନ୍ତି। ବେନ ଷ୍ଟୋକ୍ସ ଆଟକିନସନ ଉଭୟଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ୍ ଦିଆଯାଇଛି । ଷ୍ଟୋକ୍ସଙ୍କ ଅନୁପସ୍ଥିତିରେ ଜୋ ରୁଟ୍ ଦଳର ନେତୃତ୍ୱ ନେବେ। 



ସେହିପରି ଜୋଫ୍ରା ଆର୍ଚର ଓ ଜୋର୍ଡାନ କକ୍ସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଲର୍ଡ୍ସ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଷ୍ଟୋକ୍ସ ଓ ଆଟକିନସନ୍ ଲଣ୍ଡନ ନାଇଟ୍‌ କ୍ଲବ୍‌ରେ ପାର୍ଟି କରିଥିଲେ । ଗତ ସୋମବାର ବିଳମ୍ବିତ ରାତ୍ରିରେ ଉଭୟ କୌଣସି ଏକ ଘଟଣାକୁ ନେଇ ଜଣେ ରଗବୀ ଖେଳାଳିଙ୍କୁ ମାଡ଼ ମାରିଥିଲେ ଏବଂ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିଲେ । ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ତଦନ୍ତ ଜାରି ରଖିଛି । ଇସିବି ମଧ୍ୟ ଘଟଣାର ଯାଞ୍ଚ୍ କରୁଛି । ଆସନ୍ତା ୧୭ ତାରିଖରୁ ଓଭାଲ ଷ୍ଟାଡିୟମରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। 

ଏହାସହ ପଢ଼ନ୍ତୁ: ନାଇଟ୍ କ୍ଲବ୍ ବାହାରେ ବେନ୍ ଷ୍ଟୋକ୍ସଙ୍କ ଗୁଣ୍ଡାଗର୍ଦ୍ଦି…. ମୁଥ, ବିଧା ମାରି ଖେଳାଳିଙ୍କୁ କଲେ ବେହାଲ

ଇଂଲଣ୍ଡ କ୍ରିକେଟ୍ ଦଳର ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକ୍ସ ଏକ ବଡ଼ ବିବାଦ ଘେରରେ ଫସି ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି । । ଏକ ନାଇଟ୍ କ୍ଲବ୍ ବାହାରେ ଘଟିଥିବା ଏକ ମାରପିଟ୍ ଘଟଣାକୁ ନେଇ ଏବେ ସୋସିଆଲ ମିଡିଆ ସମେତ ସାରା କ୍ରିକେଟ୍ ଜଗତରେ ହଲଚଲ ସୃଷ୍ଟି ହୋଇଛି । ସ୍ଥିତି ଏପରି ହୋଇଛି ଯେ, ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ଷ୍ଟୋକ୍ସଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ, କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଷ୍ଟୋକ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା ମଧ୍ୟ କରିପାରନ୍ତି ବୋଲି ଖବର ଆସୁଛି । ଏହାରି ଭିତରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବେନ୍ ଷ୍ଚୋକ୍ସ ଏବଂ ଆଚକିନସନଙ୍କୁ ବାଦ ଦିଆଯାଇଛି

ଇଂଲଣ୍ଡ ଦଳ: ରେହାନ ଅହମ୍ମଦ, ଜୋଫ୍ରା ଆର୍ଚର, ସୋନି ବାକର, ସୋହେବ ବସିର, ଜାକବ ବେଥେଲ, ହ୍ୟାରୀ ବ୍ରୁକ୍ (ଉପଅଧିନାୟକ), ଜୋର୍ଡାନ କକ୍ସ, ବେନ୍ ଡକେଟ, ମାଥ୍ୟୁ ଫିଶର, ଏମିଲିଓ ଗେ, ଜେମ୍ସ ରିଉ, ଓଲି ରବିନସନ୍, ଜୋ ରୁଟ୍ (ଅଧିନାୟକ), ଜାମି ସ୍ମିଥ୍, ଜୋସ୍ ଟଙ୍ଗ।

ପୂର୍ବ ରେକର୍ଡ ମଧ୍ୟ ବିବାଦୀୟ:
କହିରଖୁଛୁ ଯେ, ବେନ୍ ଷ୍ଟୋକ୍ସଙ୍କ ପାଇଁ ନାଇଟ୍‌ କ୍ଲବ୍ ବିବାଦ ନୂଆ ନୁହେଁ । ଏହାପୂର୍ବରୁ ୨୦୧୭ ମସିହାରେ ବ୍ରିଷ୍ଟଲ୍ ନାଇଟ୍‌ କ୍ଲବ୍ ବାହାରେ ମଧ୍ୟ ସେ ଏଭଳି ଏକ ମାରପିଟ୍ ମାମଲାରେ ଛନ୍ଦି ହୋଇ ଜେଲ୍ ଯିବାରୁ ଅଳ୍ପକେ ବର୍ତ୍ତିଥିଲେ । ଏବେ ପୁଣି ଥରେ ସମାନ ଘଟଣାର ପୁନରାବୃତ୍ତି ତାଙ୍କ କ୍ରିକେଟ୍ କ୍ୟାରିୟର ସେସ କରିଦେବାର ଆଶଙ୍କା ସୃଷ୍ଟି କରିଛି । କ୍ରିକେଟ୍ ପ୍ରେମୀମାନେ ଏବେ ECBର ଚୂଡ଼ାନ୍ତ ନିଷ୍ପତ୍ତିକୁ ଚାହିଁ ରହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ben Stokes Dropped From Second Test After Fight Controversy | Argus News