କାଲିଠୁ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ୍ ପୁରୁଷ ଏବଂ ମହିଳା ପ୍ରୋ ଲିଗ ମ୍ୟାଚ

ଅର୍ଗସ ବ୍ୟୁରୋ : ପୁଣି ହକିର ଯାଦୁ ଦେଖିବ ସାରା ଓଡ଼ିଶା । କାଲିଠୁ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ୍ ପୁରୁଷ ଏବଂ ମହିଳା ପ୍ରୋ ଲିଗ ମ୍ୟାଚ । ଭାରତ, ଚୀନ, ଆମେରିକା, ନେଦରଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ମହିଳା ପ୍ରୋ ଲିଗ ମ୍ୟାଚ୍ । କାଲି ଚୀନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତୀୟ ମହିଳା ଦଳ ।
୪ ତାରିଖରେ ନଦେରଲାଣ୍ଡ, ୭ ତାରିଖରେ ଅଷ୍ଟ୍ରେଲିଆ, ୯ ତାରିଖରେ ଆମେରିକାକୁ ଭେଟିବ ମହିଳା ଟିମ୍ । ସେହିଭଳି ୧୦ ତାରିଖରୁ ଆରମ୍ଭ ହେବ ପୁରୁଷ ଲିଗ୍ ମ୍ୟାଚ୍ । ୧୦ରେ ସ୍ପେନ୍ ବିପକ୍ଷରୁ ଅଭିଯାନ ଆରମ୍ଭ କରିବେ ପୁରୁଷ ଟିମ୍ ।
୧୧ ତାରିଖରେ ନେଦରଲାଣ୍ଡ, ୧୫ରେ ଅଷ୍ଟ୍ରେଲିଆ ଏବଂ ୧୬ରେ ଆଇଲାଣ୍ଡ ବିପକ୍ଷରେ ଖେଳାଯିବ ମ୍ୟାଚ୍ । ଏଥିପାଇଁ ଭଲ ପ୍ରସ୍ତୁତି କରିଛି ଭରାତୀୟ ହକି ଟିମ୍ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମ ସହ ରାଉଲକେଲାର ବିର୍ସାମୁଣ୍ଡା ଷ୍ଟାଡିଅମରେ ଖେଳାଯିବ ମ୍ୟାଚ୍ । ହୋମ ଗ୍ରାଉଣ୍ଡ ହୋଇଥିବାରୁ ଭଲ ପ୍ରଦର୍ଶନର ଆଶା ରହିଛି ।