World Cup Squad / ୨୦୨୭ ବିଶ୍ବକପ୍ ପାଇଁ ଦଳ ବାଛିଲେ ଅଶ୍ବିନ, ସଞ୍ଜୁ-ବୈଭବ ବାଦ୍...ଭୁବନେଶ୍ୱରଙ୍କୁ ମିଳିଲା ସୁଯୋଗ
·1 month ago·2 min read

Key Points
ଅଶ୍ୱିନଙ୍କ ବିଶ୍ୱକପ୍ ଟିମ୍ରେ ବଡ଼ ସର୍ପ୍ରାଇଜ୍
ରୋହିତ-କୋହଲି ଅଛନ୍ତି, ସଞ୍ଜୁ ନାହାନ୍ତି
ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍ ହେବ କି ?
ରୋହିତ-କୋହଲି ଅଛନ୍ତି, ସଞ୍ଜୁ ନାହାନ୍ତି
ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍ ହେବ କି ?
୨୦୨୭ ଦିନିକିଆ ବିଶ୍ବକପ୍ ଆରମ୍ଭ ହେବାକୁ ଆହୁରି ୧ ବର୍ଷରୁ ଅଧିକ ସମୟ ବାକି ଅଛି । କିନ୍ତୁ ବିଶ୍ବକପକୁ ନେଇ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଦଳ ଚୟନକୁ ନେଇ ପ୍ରତିଦିନ କିଛି ନା କିଛି ଚର୍ଚ୍ଚା ଜାରି ରହିଛି । ଆଉ ଏହାରି ମଧ୍ୟରେ ଭାରତର ପୂର୍ବତନ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ନିଜର ପସନ୍ଦର ଦଳ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ଭରସା ରଖିଥିବା ବେଳେ, ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ ଓ ସଞ୍ଜୁ ସାମସନଙ୍କୁ ଦଳରୁ ବାଦ୍ ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଲା, ଦୀର୍ଘଦିନ ଧରି ODI ଦଳରୁ ବାହାରେ ଥିବା ଭୁବନେଶ୍ୱର କୁମାରଙ୍କୁ ପୁଣିଥରେ ବିଶ୍ୱକପ୍ ଦଳରେ ଫେରାଇବା ପାଇଁ ସେ ଜୋରଦାର ଦାବି କରିଛନ୍ତି ।
ଅଶ୍ବିନ ବାଛିଥିବା ଦଳରେ ଅଭିଜ୍ଞ ଖେଳାଳିମାନଙ୍କୁ ପ୍ରାଧାନ୍ୟ ମିଳିଥିବାବେଳେ ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଏବଂ ୱିକେଟକିପର ସଞ୍ଜୁ ସାମସନଙ୍କୁ ସ୍ଥାନ ମିଳିନାହିଁ । ଏହା ସହ ଦୀର୍ଘଦିନ ଧରି ଦିନିକିଆ ଦଳରୁ ବାହାରେ ଥିବା ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ମଧ୍ୟ ସେ ଜୋରଦାର ସମର୍ଥନ କରିଛନ୍ତି ।
ଅଶ୍ୱିନ ତାଙ୍କ ଦଳରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅଭିଜ୍ଞତା ଉପରେ ଭରସା ରଖିଛନ୍ତି । ବ୍ୟାଟିଂ ବିଭାଗରେ ଶୁବମନ ଗିଲ, ଶ୍ରେୟସ ଆୟର, କେ.ଏଲ୍. ରାହୁଲ ଏବଂ ଇଶାନ କିଶନଙ୍କୁ ସାମିଲ କରିଛନ୍ତି। ସେହିପରି ୨୦୨୭ ବିଶ୍ୱକପ୍ରେ ଶୁବମନ ଗିଲ୍ ଭାରତୀୟ ଦଳର ଅଧିନାୟକ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି ।
ଅଲ୍ରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କୁ ଚୟନ କରିଥିବାବେଳେ ସ୍ପିନ ବିଭାଗରେ କୁଲଦୀପ ଯାଦବଙ୍କୁ ପ୍ରଥମ ପସନ୍ଦ କରିଛନ୍ତି । ଦ୍ରୁତ ବୋଲିଂ ଆକ୍ରମଣ ପାଇଁ ସେ ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ, ହର୍ଷିତ ରାଣାଙ୍କ ସହ ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ସ୍ଥାନ ଦେଇଛନ୍ତି ।
ଏହାଛଡ଼ା ଅଶ୍ୱିନ କିଛି ଖେଳାଳିଙ୍କୁ ଷ୍ଟାଣ୍ଡବାଏ ତାଲିକାରେ ରଖିଛନ୍ତି। ଏଥିରେ ଯଶସ୍ୱୀ ଜୟସ୍ବାଲ, ଋତୁରାଜ ଗାଏକ୍ବାଡ଼, ବରୁଣ ଚକ୍ରବର୍ତ୍ତୀ, ରବୀନ୍ଦ୍ର ଜାଡେଜା, ନୀତିଶ କୁମାର ରେଡ୍ଡି, ମହମ୍ମଦ ଶାମି, ଅର୍ଶଦୀପ ସିଂହ ଓ ପ୍ରସିଦ୍ଧ କ୍ରିଷ୍ଣା ସାମିଲ ଅଛନ୍ତି। ଭବିଷ୍ୟତରେ ସେମାନଙ୍କ ପ୍ରଦର୍ଶନ ଆଧାରରେ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ଅଶ୍ୱିନ କହିଛନ୍ତି ଯେ, ସେ ଭୁବନେଶ୍ୱରଙ୍କ ସହ କଥା ହେବେ ଏବଂ ତାଙ୍କୁ ରଣଜୀ ଟ୍ରଫି, ବିଜୟ ହଜାରେ ଟ୍ରଫି ସହ ସମସ୍ତ ଘରୋଇ ପ୍ରତିଯୋଗିତା ଖେଳିବାକୁ ପରାମର୍ଶ ଦେବେ। ତାଙ୍କ ମତରେ, ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ୨୦୨୭ ବିଶ୍ୱକପ୍ରେ ଭାରତୀୟ ଦଳକୁ ଭୁବନେଶ୍ୱରଙ୍କ ଅଭିଜ୍ଞତାର ଆବଶ୍ୟକତା ପଡ଼ିବ।
ସୂଚନା ଅନୁସାରେ, ଭୁବନେଶ୍ୱର କୁମାର ୨୦୨୨ ପରେ କୌଣସି ଦିନିକିଆ ମ୍ୟାଚ୍ ଖେଳିନାହାନ୍ତି । ତେବେ ଗତ ଦୁଇଟି ଆଇପିଏଲ୍ ସିଜିନରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନ କରି ୩୦ଟି ମ୍ୟାଚ୍ରେ ୪୫ଟି ୱିକେଟ୍ ନେଇଥିଲେ । ODI କ୍ରିକେଟରେ ସେ ୧୨୧ଟି ମ୍ୟାଚ୍ରେ ୧୪୧ଟି ୱିକେଟ୍ ହାସଲ କରିଥିବାବେଳେ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ୫/୪୨ ରହିଛି ।
ଅଶ୍ୱିନଙ୍କ ପସନ୍ଦର ଦଳ: ଶୁବମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍. ରାହୁଲ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ, ହର୍ଷିତ ରାଣା, ଇଶାନ କିଶନ (ୱିକେଟକିପର) ଏବଂ ଭୁବନେଶ୍ୱର କୁମାର

Related Topics
Explore more stories