Videos
|
Sports

Bhuvneshwar Kumar Comeback / ଟିମ୍ ଇଣ୍ଡିଆ ପାଇଁ ଅଶ୍ୱିନଙ୍କ ମାଷ୍ଟରପ୍ଲାନ, ୨୦୨୭ ବିଶ୍ୱକପ୍‌ରେ ଭୁବନେଶ୍ୱର ହେବେ କି ଅସ୍ତ୍ର ?

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ଟିମ୍ ଇଣ୍ଡିଆ ପାଇଁ ଅଶ୍ୱିନଙ୍କ ମାଷ୍ଟରପ୍ଲାନ, ୨୦୨୭ ବିଶ୍ୱକପ୍‌ରେ ଭୁବନେଶ୍ୱର ହେବେ କି ଅସ୍ତ୍ର ?
Bhuvneshwar Kumar Comeback

Key Points

ଭୁବନେଶ୍ୱର କୁମାରଙ୍କୁ ନେଇ ଅଶ୍ୱିନଙ୍କ ବଡ଼ ବୟାନ
ଟିମ୍ ଇଣ୍ଡିଆ ପାଇଁ ଅଶ୍ୱିନଙ୍କ ମାଷ୍ଟରପ୍ଲାନ
୨୦୨୭ ବିଶ୍ୱକପ୍‌ରେ ଭୁବନେଶ୍ୱର ହେବେ କି ଅସ୍ତ୍ର?
ଭାରତୀୟ କ୍ରିକେଟ୍‌ରେ ଏବେ ଆରମ୍ଭ ହୋଇଯାଇଛି ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ବଡ଼ ଚର୍ଚ୍ଚା । ଏହି ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଆର୍. ଅଶ୍ୱିନ ଏମିତି ଏକ ପରାମର୍ଶ ଦେଇଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି । ଅଶ୍ୱିନଙ୍କ ମତରେ, ଅନୁଭବୀ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ପୁଣିଥରେ ଭାରତର ବିଶ୍ୱକପ୍ ଯୋଜନାରେ ସ୍ଥାନ ଦିଆଯିବା ଉଚିତ । ତେବେ କାହିଁକି ଅଶ୍ୱିନ ଭୁବନେଶ୍ୱରଙ୍କୁ ସମର୍ଥନ କରୁଛନ୍ତି, ଶ୍ରୀଲଙ୍କା ଟେଷ୍ଟ ସିରିଜ୍‌ ପାଇଁ ସେ କେଉଁ ଖେଳାଳିଙ୍କୁ ପ୍ଲେଇଂ ଇଲେଭେନ୍‌ରେ ଦେଖିବାକୁ ଚାହୁଁଛନ୍ତି, ଆସନ୍ତୁ ଜାଣିବା...

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଏକ ବଡ଼ ପରାମର୍ଶ ଦେଇଛନ୍ତି । ତାଙ୍କ ମତରେ, ଅନୁଭବୀ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ଭାରତୀୟ ଦଳର ବିଶ୍ୱକପ୍ ଯୋଜନାରେ ନିଶ୍ଚିତ ଭାବେ ସାମିଲ କରାଯିବା ଉଚିତ । ଭୁବନେଶ୍ୱରଙ୍କ ଅଭିଜ୍ଞତା ଏବଂ ସମ୍ପ୍ରତି ପ୍ରଦର୍ଶନ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇପାରେ ବୋଲି ଅଶ୍ବିନ କହିଛନ୍ତି ।

ଆଇପିଏଲ୍ ୨୦୨୬ରେ ଭୁବନେଶ୍ୱର କୁମାର ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଟାଇଟଲ୍ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ IPL ୨୦୨୬ରେ ୨୮ଟି ୱିକେଟ୍ ନେଇ ନିଜର କ୍ଷମତା ପ୍ରମାଣ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଅଶ୍ୱିନ ବିସିସିଆଇ ଓ ଟିମ୍ ମ୍ୟାନେଜମେଣ୍ଟକୁ ପରାମର୍ଶ ଦେଇଛନ୍ତି ଯେ, ବିଶ୍ୱକପ୍ ପୂର୍ବରୁ ଭୁବନେଶ୍ୱରଙ୍କୁ ଅଧିକ ଦିନିକିଆ ମ୍ୟାଚ୍ ଖେଳିବାର ସୁଯୋଗ ଦିଆଯାଉ, ଯାହାଫଳରେ ସେ ପୂର୍ଣ୍ଣ ପ୍ରସ୍ତୁତି ସହ ବିଶ୍ୱକପ୍‌ରେ ଖେଳିପାରିବେ ।

ସେହିପରି ଅଶ୍ୱିନ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ପ୍ଲେଇଂ ଇଲେଭେନ୍‌ରେ ତିନିଜଣ ସ୍ପେଶାଲିଷ୍ଟ ସ୍ପିନରଙ୍କୁ ସ୍ଥାନ ଦେବାକୁ କହିଛନ୍ତି । ତାଙ୍କ କହିବା ଅନୁସାରେ, ରବୀନ୍ଦ୍ର ଜାଡେଜା, ମାନବ ସୁଥାର ଏବଂ କୁଲଦୀପ ଯାଦବ ତିନିଜଣଙ୍କୁ ଏକାସାଙ୍ଗେ ଖେଳାଇବା ଉଚିତ । କାରଣ ଗାଲେର ପିଚ୍ ସ୍ପିନ୍ ବୋଲରଙ୍କ ପାଇଁ ସହାୟକ ହୋଇଥାଏ ଏବଂ ଶ୍ରୀଲଙ୍କା ବିପକ୍ଷରେ ଏହି ରଣନୀତି ଭାରତ ପାଇଁ ଲାଭଦାୟକ ହୋଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ଅଶ୍ୱିନ ଯୁବ ବାମହାତୀ ବ୍ୟାଟ୍ସମ୍ୟାନ୍‌ ସାଇ ସୁଦର୍ଶନଙ୍କ ଫିଟନେସ୍‌କୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ତାଙ୍କ ମତରେ, ପ୍ରଥମ ଟେଷ୍ଟ ପୂର୍ବରୁ ସାଇ ସମ୍ପୂର୍ଣ୍ଣ ଫିଟ୍ ହୋଇଗଲେ ଭାରତ ପାଇଁ ଏହା ବଡ଼ ସକାରାତ୍ମକ ଖବର ହେବ । ସମ୍ପ୍ରତି ଇଣ୍ଡିଆ ‘ଏ’ ସିରିଜରେ ସେ ଦୁଇଟି ଶତକ ହାସଲ କରିଥିଲେ, ଯାହା ମଧ୍ୟରୁ ଗୋଟିଏ ଗାଲେରେ ଥିଲା। ସେହି ପରିସ୍ଥିତିରେ ଶତକ ହାସଲ କରିବା ତାଙ୍କ ଦକ୍ଷତା ଓ ଆତ୍ମବିଶ୍ୱାସର ପ୍ରମାଣ ବୋଲି ଅଶ୍ୱିନ କହିଛନ୍ତି ।

ତାଙ୍କ କହିବା ଅନୁସାରେ, ଶ୍ରୀଲଙ୍କା ସବୁବେଳେ ସ୍ପିନ୍ ବୋଲିଂ ଉପରେ ନିର୍ଭର କରିଥାଏ । ଏଭଳି ପରିସ୍ଥିତିରେ ସ୍ପିନ୍‌କୁ ଭଲ ଭାବରେ ଖେଳୁଥିବା ସାଇ ସୁଦର୍ଶନ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ସାବ୍ୟସ୍ତ ହୋଇପାରନ୍ତି ।