Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭାରତରେ ଖେଳାଯିବ ଅଷ୍ଟ୍ରେଲିଆର ବିଗ୍ ବାସ୍‌ ଲିଗ୍‌ ? ଏହି ଦିନ ଐତିହାସିକ ଘୋଷଣା କରିବେ PM ମୋଦି

Sports

Big Bash League / ଭାରତରେ ଖେଳାଯିବ ଅଷ୍ଟ୍ରେଲିଆର ବିଗ୍ ବାସ୍‌ ଲିଗ୍‌ ? ଏହି ଦିନ ଐତିହାସିକ ଘୋଷଣା କରିବେ PM ମୋଦି

Santosh Kumar Sahoo
Browse all articles by Santosh Kumar Sahoo
·1 day ago·2 min read
ଭାରତରେ ଖେଳାଯିବ ଅଷ୍ଟ୍ରେଲିଆର ବିଗ୍ ବାସ୍‌ ଲିଗ୍‌ ? ଏହି ଦିନ ଐତିହାସିକ ଘୋଷଣା କରିବେ PM ମୋଦି
BBL

Key Points

କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର
ଭାରତରେ ଖେଳାଯିବ BBL ?
ଜୁଲାଇ ୧୦ରେ ବଡ଼ ଘୋଷଣା କରିପାରନ୍ତି PM ମୋଦି!
କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ବଡ଼ ଖବର । ଏବେ ଭାରତରେ ଖେଳାଯିବ ଅଷ୍ଟ୍ରେଲିଆର ଘରୋଇ କ୍ରିକେଟ୍‌ ଲିଗ୍‌ ! କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ବିଗ୍‌ ବାସ୍ ଲିଗ୍‌(BBL) ଭାରତୀୟ ମାଟିରେ ଖେଳାଯାଇପାରେ । ଯଦି ସବୁକିଛି ଯୋଜନା ଅନୁସାରେ ହୁଏ, ତେବେ ଏହି ଐତିହାସିକ ଘୋଷଣା ଅଷ୍ଟ୍ରେଲିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିପାରନ୍ତି । ଏହି ଖବର କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇ ଦେଇଛି ।

ଅଷ୍ଟ୍ରେଲିଆର ଲୋକପ୍ରିୟ ଟି-୨୦ ଲିଗ୍ ବିଗ୍ ବାସ୍‌ ଲିଗ୍ (BBL)ର ଆଗାମୀ ସିଜନର ପ୍ରଥମ ମ୍ୟାଚ୍ ଭାରତରେ ଖେଳାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଅଷ୍ଟ୍ରେଲିଆର ସାମ୍ବାଦିକ ଟମ୍ ମୋରିସଙ୍କ ସୂଚନା ଅନୁସାରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଜୁଲାଇ ୧୦ରେ ମେଲବର୍ଣ୍ଣରେ ଏହି ଐତିହାସିକ ଘୋଷଣା କରିପାରନ୍ତି ।



ରିପୋର୍ଟ ଅନୁଯାୟୀ, ଆସନ୍ତା ଡିସେମ୍ବର ୧୨ ତାରିଖରେ ଚେନ୍ନାଇର ଏମ୍.ଏ. ଚିଦମ୍ବରମ୍ ଷ୍ଟାଡିୟମ୍‌ରେ ମେଲବର୍ଣ୍ଣ ରେନେଗେଡ୍ସ ଏବଂ ପର୍ଥ ସ୍କର୍ଚର୍ସ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇପାରେ । ତେବେ ଏହାକୁ ନେଇ କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ ।

ଅଧିକ ପଢ଼ନ୍ତୁ: ଏସିଆ କପ୍ ୨୦୨୭: କେଉଁଠି, କେବେ ଓ କେଉଁ ଫର୍ମାଟରେ ହେବ ? ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା


ସୂଚନା ଅନୁସାରେ, କ୍ରିକେଟ୍ ଅଷ୍ଟ୍ରେଲିଆର ପାଞ୍ଚ ଜଣିଆ ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ନିକଟରେ ଚେନ୍ନାଇ ଗସ୍ତ କରି ଏମ୍.ଏ. ଚିଦମ୍ବରମ୍ ଷ୍ଟାଡିୟମ୍‌ର ସୁବିଧା ପରଖିବା ସହ ବିସିସିଆଇ ଓ ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍‌ର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ପ୍ରସ୍ତାବକୁ ସକାରାତ୍ମକ ପ୍ରତିକ୍ରିୟା ମିଳିଥିବାରୁ ଯୋଜନାକୁ ଆଗକୁ ବଢ଼ାଯାଇଛି ।

ପ୍ରାରମ୍ଭରେ ଭାରତର ବିଭିନ୍ନ ସହରରେ ଏକାଧିକ BBL ମ୍ୟାଚ୍ ଆୟୋଜନ କରିବାର ଯୋଜନା ଥିଲେ ମଧ୍ୟ ସମୟର ଅଭାବ ଯୋଗୁଁ ଏହାକୁ କେବଳ ସିଜିନର ପ୍ରଥମ ମ୍ୟାଚ୍‌ରେ ସୀମିତ ରଖାଯାଇଥିବା କୁହାଯାଉଛି । ତେବେ ଦଳମାନଙ୍କ ଯାତାୟାତ ଓ ଅନ୍ୟାନ୍ୟ ବ୍ୟବସ୍ଥା ଆୟୋଜକଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored