Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆମ ପାଖରେ ବୈଭବ-ଇଶାନଙ୍କ ଭଳି ଖେଳାଳି ଅଛନ୍ତି...କିନ୍ତୁ IPL ରେ କାହିଁକି ନାହିଁ 'ବିହାର ଟିମ୍'

Sports

Bihar IPL Team / ଆମ ପାଖରେ ବୈଭବ-ଇଶାନଙ୍କ ଭଳି ଖେଳାଳି ଅଛନ୍ତି...କିନ୍ତୁ IPL ରେ କାହିଁକି ନାହିଁ 'ବିହାର ଟିମ୍'

Santosh Kumar Sahoo
Browse all articles by Santosh Kumar Sahoo
·7 hours ago·3 min read
ଆମ ପାଖରେ ବୈଭବ-ଇଶାନଙ୍କ ଭଳି ଖେଳାଳି ଅଛନ୍ତି...କିନ୍ତୁ IPL ରେ କାହିଁକି ନାହିଁ 'ବିହାର ଟିମ୍'
Anil Agarwal

Key Points

ବିହାର ଟିମ୍’ ନେଇ ଅନିଲ ଅଗ୍ରୱାଲଙ୍କ ବଡ଼ ବୟାନ
IPL ରେ ଆସିବ କି ନୂଆ ଟିମ୍?
ସୋସିଆଲ ମିଡିଆରେ ଭାଇରାଲ ହେଲା ପୋଷ୍ଟ
ଦିନକୁ ଦିନ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (IPL) ର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଏହା ଏବେ କେବଳ କ୍ରିକେଟ୍‌ରେ ସୀମିତ ରହିନି ବରଂ ଏକ ପ୍ରମୁଖ ବ୍ୟବସାୟିକ ଉଦ୍ୟମ ପାଲଟିଛି । ଦେଶର ଅନେକ ବଡ଼ ବଡ଼ ଶିଳ୍ପପତି ଏବେ ଏଥିରେ ନିବେଶ କରୁଛନ୍ତି । ଆଇପିଏଲ ମାଧ୍ୟମରେ ଏମିତି ଅନେକ ଖେଳାଳି ସାମ୍ନାକୁ ଆସୁଛନ୍ତି, ଯାହାଙ୍କୁ ବିଶ୍ବର ଅନେକ ପ୍ରସିଦ୍ଧ ଖେଳାଳିମାନେ ମଧ୍ୟ ଫିଲ୍ଡରେ ଦେଖି ଭୟ କରୁଛନ୍ତି । ବିଶେଷକରି ବିହାର କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ଯଦିଓ ବିହାରର ଅନେକ ଖେଳାଳି ଆଇପିଏଲ ଦଳରେ ଅସାଧାରଣ ପ୍ରଦର୍ଶନ କରୁଛନ୍ତି କିନ୍ତୁ ଏବେ ବି ବିହାର କ୍ରିକେଟ୍‌ ବହୁତ ପଛରେ ରହିଛି ।

ସମସ୍ତେ ଜାଣନ୍ତି ଯେ ବିହାରରେ ପ୍ରତିଭାର ଅଭାବ ନାହିଁ, ତେବେ କ୍ରିକେଟରେ ବିହାର ଆଗକୁ ବଢ଼ିବାରେ କାହିଁକି ବିଫଳ ହେଉଛି ? ଏହାକୁ ନେଇ କେବଳ ସାଧାରଣ ଲୋକ ନୁହଁନ୍ତି ବରଂ ଶିଳ୍ପପତିମାନେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି । ବିହାର କ୍ରିକେଟ୍‌କୁ ନେଇ ଦେଶର ଆଗ ଧାଡ଼ିର ଶିଳ୍ପପତି ଅନିଲ ଅଗ୍ରୱାଲ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି ।

ଅନିଲ ଅଗ୍ରୱାଲ ଆଇପିଏଲରେ "ବିହାର ଟିମ୍‌" ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି, ଯାହା ବିହାରର ଆଇପିଏଲରେ ନିଜସ୍ୱ ଦଳ ରଖିବାର ଦୀର୍ଘଦିନର ସ୍ୱପ୍ନକୁ ପୁନର୍ବାର ଉଜ୍ଜ୍ୱଳ କରିଛି । ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ କହିଛନ୍ତି ଯେ ବିହାରର ନିଜସ୍ୱ ଆଇପିଏଲ ଦଳ ରହିବାର ସମୟ ଆସିଛି । ସେ କେବଳ ନିଜର ଇଚ୍ଛା ପ୍ରକାଶ କରିନଥିଲେ, ବରଂ ବିହାରର ଖେଳାଳି ଏବଂ କ୍ରିକେଟ୍ ପାଇଁ ତାଙ୍କର ନିଃସର୍ତ୍ତ ସମର୍ଥନ ଘୋଷଣା ମଧ୍ୟ କରିଛନ୍ତି ।

ବେଦାନ୍ତ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ଏକ ପୋଷ୍ଟ କରିଛନ୍ତି । ସେ ସିଧାସଳଖ ପ୍ରଶ୍ନ କରିଛନ୍ତି ଯେ ଆପଣ କ’ଣ ଭାବୁନାହାଁନ୍ତି ଯେ ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ପରି ଆଇପିଏଲରେ ବିହାରର ମଧ୍ୟ ଏକ ଟିମ୍‌ ରହିବା ଉଚିତ ?



ସେ ଲେଖିଛନ୍ତି "ବିହାରର ମାଟି ଦେଶକୁ ଅନେକ ଉତ୍କୃଷ୍ଟ କ୍ରିକେଟ ଖେଳାଳି ଦେଇଛି । ପାଟନାରେ ଜନ୍ମିତ ଇଶାନ କିଶାନ ଦିନିକିଆରେ ସବୁଠାରୁ କମ୍ ବଲରେ ଦ୍ୱିଶତକ ହାସଲ କରିଛନ୍ତି । ସେହିପରି ସମସ୍ତିପୁରର ବୈଭବ ସୂର୍ଯ୍ୟବଂଶୀ IPLରେ ଖେଳିଥିବା ସବୁଠାରୁ କମ୍ ବୟସ୍କ ଖେଳାଳି ହୋଇଛନ୍ତି । ଅନ୍ୟପଟେ ଗୋପାଳଗଞ୍ଜର ଏକ ସାଧାରଣ ପରିବାରରେ ଜନ୍ମିତ ସାକିବ ହୁସେନଙ୍କ ଚମତ୍କାର ବୋଲିଂକୁ ସାରା ବିଶ୍ୱ ଦେଖୁଛି ।"

ଅନିଲ ଅଗ୍ରୱାଲ କହିଛନ୍ତି 'ମୋ ମନରେ ସବୁବେଳେ ଗୋଟିଏ କଥା ରହିଛି ତାହା ହେଉଛି କାହିଁକି ଆମର ବିହାର ଏପର୍ଯ୍ୟନ୍ତ କ୍ରିକେଟରେ ଉପଯୁକ୍ତ ସ୍ବୀକୃତି ପାଉନାହିଁ ।'
ଏହା ସର୍ବଦା ମୋର ସ୍ୱପ୍ନ ଏବଂ ପ୍ରୟାସ ରହିଆସିଛି ଯେ ବିହାରର ଯୁବକମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି କରିବାର ସମସ୍ତ ସୁଯୋଗ ମିଳୁ ଏବଂ ଆମର ଖେଳାଳିମାନଙ୍କୁ ମଧ୍ୟ ବିହାରରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ସମର୍ଥନ ମିଳୁ । ମୁଁ ନିଶ୍ଚିତ ଯେ ଯଦି ଆମର ପିଲାମାନଙ୍କୁ ସଠିକ୍ ପ୍ରେରଣା ଏବଂ ସୁବିଧା ମିଳେ, ତେବେ ଆମ ବିହାରରୁ ଗଠିତ ଦଳ ବିଶ୍ୱର ସର୍ବୋତ୍ତମ ହେବ । ମୁଁ ଏହି ପ୍ରୟାସରେ ବିହାରର ଯୁବକମାନଙ୍କ ସହିତ ଦୃଢ଼ ଭାବରେ ଛିଡା ହୋଇଛି ବୋଲି ଅନିଲ ଅଗ୍ରଓ୍ବାଲ କହିଛନ୍ତି ।

ଅନିଲ ଅଗ୍ରୱାଲ ଆହୁରି କହିଛନ୍ତି ଯେ ସେ ବିହାର କ୍ରିକେଟ ଦଳ ଏବଂ ଏହାର ଖେଳାଳିମାନଙ୍କୁ ସେମାନଙ୍କର ବିକାଶରେ ନିଃସର୍ତ୍ତ ସମର୍ଥନ କରିବାକୁ ପ୍ରସ୍ତୁତ । ମୋ ପାଇଁ ବିହାର କେବଳ ଏକ ରାଜ୍ୟ ନୁହେଁ, ଏହା ଏକ ଇମୋସନ୍‌ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bihar IPL Team Demand Grows as Anil Agarwal Backs Bihar Franchise | Argus News