|
logo
Live

Argus News - କଳା ଏବଂ ନାଲି: କେଉଁ ପିଚ୍‌ରେ ହୁଏ ଭଲ ସ୍କୋର ?

Sports

India vs South Africa / କଳା ଏବଂ ନାଲି: କେଉଁ ପିଚ୍‌ରେ ହୁଏ ଭଲ ସ୍କୋର ?

Banajyotshna Ray
Browse all articles by Banajyotshna Ray
·3 months ago·3 min read
କଳା ଏବଂ ନାଲି: କେଉଁ ପିଚ୍‌ରେ ହୁଏ ଭଲ ସ୍କୋର ?
Red soil pitch

Key Points

କଳା ଏବଂ ନାଲି ମାଟିର ପିଚ୍ ମଧ୍ୟରେ ଫରକ
କେଉଁ ପିଚ୍‌ରେ ହୁଏ ବଡ ସ୍କୋର ଏବଂ ସ୍ପିନ୍ କରେ ବଲ୍ ?
ସମୟ ଯେତିକି ଯେତିକି ବଢ଼ୁଛି, ଉତକଣ୍ଠା ମଧ୍ୟ ସେତିକି ସେତିକି ବଢ଼ୁଛି। ଆଜି ସନ୍ଧ୍ୟାରେ ହେବ ବିଗ୍‌ ଫାଇଟ୍‌। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟିମ୍‌ ବି ପ୍ରସ୍ତୁତ। ସୁରକ୍ଷା ବ୍ୟବସ୍ଥାକୁ ଯେମିତି କଡାକଡି କରାଯାଇଛି, ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ୍ । ସିରିଜର ପ୍ରଥମ ମୁକାବିଲା କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ୍ ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି କ୍ରିକେଟ ପ୍ରେମୀ । ଅନେକ ଦିନ ପରେ ନିଜ ଫେଭରେଟ୍ ଖେଳାଳିଙ୍କୁ ପାଖରେ ଦେଖିବେ ଭାରତୀୟ ଦଳର ଓଡିଆ ଫ୍ୟାନ୍ସ୍ ।

୪୨ ହଜାର ଦର୍ଶକ ଦେଖିପାରିବେ ମ୍ୟାଚ। ମ୍ୟାଚ ଉପରେ କାକରର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରୟୋଗ କରାଯିବ ସ୍ଵତନ୍ତ୍ର ରାସାୟନିକ ପଦାର୍ଥ । ସମସ୍ତଙ୍କ ନଜର ରହିବ ଅଭିଷେକ ଶର୍ମାଙ୍କ ଉପରେ। ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ । ମାକରମ ବି ତୟାର । ପ୍ରଥମ ଥର ପାଇଁ ମଡ୍ ରେଡ୍ ପିଚ୍ ପ୍ରସ୍ତୁତ ହୋଇଛି। ତେବେ ବାରବାଟୀ ଷ୍ଟାଡିୟମର ନୂଆ ପିଚକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଦେଶରେ ପିଚ୍ ତିଆରି ପାଇଁ ଦୁଇ ପ୍ରକାର ମାଟିକୁ ବ୍ୟବହାର କରାଯାଏ । ତାହା ହେଉଛି ଲାଲ୍ ଏବଂ କଳା ମାଟି । ଦୁଇ ମାଟିରେ ଅନେକ ଭିନ୍ନତା ରହିଛି ।

ନାଲି ଏବଂ କଳା ମାଟି ପିଚ୍ ମଧ୍ୟରେ ଫରକ୍:


ନାଲି ମାଟିରେ କ୍ଲେ ବା ଚିକିଟା ମାଟିର ସ୍ତର କମ୍ ଥାଏ । ଏଥିରେ କଳା ମାଟିରୁ ଅଧିକ ବାଲି ଅଂଶ ରହିଥାଏ । ଅର୍ଥାତ ନାଲି ମାଟି କମ୍ ପାଣି ଶୋଷିଥାଏ । ଫଳରେ ମାଟିର ସଙ୍କୋଚନ-ପ୍ରସାରଣ କ୍ଷମତା କମ୍ ରହେ । କମ୍ ପାଣି କାରଣରୁ ଶୁଖିଲେ ମାଟିରେ ଫାଟ ସୃଷ୍ଟି ହୁଏ । ଭାରତର ଅନେକ ସ୍ଥାନରେ ଏପରି ପିଚ୍ ଦେଖିବାକୁ ମିଳେ । ନାଲି ମାଟି ଅଧିକାଂଶ ସମୟରେ ବୋଲରଙ୍କୁ ଠିକ୍ ଠାକ୍ ବାଉନ୍ସ ପ୍ରଦାନ କରିଥାଏ । ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ଏକ ବାଲାନ୍ସ ଦେଖିବାକୁ ମିଳେ । ମାଟି ଶୁଷ୍କ ହୋଇଫାଟ ସୃଷ୍ଟି ହେଲେ ଏହା ସ୍ପିନରଙ୍କୁ ସୁହାଏ । ବଲ୍ ଘୂରିଥାଏ ।

ଏଥିସହ ପଢ଼ନ୍ତୁ: ଆଜି ବାରବାଟୀରେ ବିଗ ଫାଇଟ, ଭାରତ ଭାଙ୍ଗିବ ପରାଜୟର ରେକର୍ଡ !

ଅନ୍ୟ ଦିଗରେ କଳା ମାଟିର ପିଚ୍ ଏହାର ସମ୍ପୂର୍ଣ୍ଣ ଓଲଟା । ଏହାର ଜଳଧାରଣ କ୍ଷମତା ଅଧିକ । ଏଥିରେ ଅଧିକ କ୍ଲେ କ୍ଷମତା ରହିଥାଏ । ତେଣୁ ଶୀଘ୍ର ମାଟି ଶୁଖିବା ପରେ ଫାଟ ଦେଖାଯାଏ ନାହିଁ । ଅଷ୍ଟ୍ରେଲିଆ ମାଟିରେ ଏପରି ପିଚ୍ ଦେଖିବାକୁ ମିଳେ । ଅନ୍ୟ ଦିଗରେ କଳା ମାଟିର ପିଚରେ ବାଉନ୍ସ ସମାନ ନଥାଏ । କେତେବେଳେ ବଲ୍ ଅଧିକ ବାଉନ୍ସ କରେ । ଆଉ କେତେବେଳେ ବାଉନ୍ସ କମିଯାଏ । ଯାହା ବ୍ୟାଟରଙ୍କ ପାଇଁ ଅଡୁଆ ସୃଷ୍ଟି କରେ । କିନ୍ତୁ ବୋଲରଙ୍କୁ ଏଥିରେ ସ୍ୱିଂ ଏବଂ ସିମ୍ ମିଳିଥାଏ । ସ୍ପିନରମାନେ ମଧ୍ୟ ମ୍ୟାଚ୍ ଆରମ୍ଭରୁ ବଲକୁ ଟର୍ଣ୍ଣ କରିବାରେ ଅନେକ ମାତ୍ରାରେ ସଫଳ ହୋଇଥାନ୍ତି ।

ପିଚ୍‌ କଣ ?


କ୍ରିକେଟ୍ ଷ୍ଟାଡିୟମ ମଝିରେ ଥିବା ୨୨ୟାର୍ଡ ଅଞ୍ଚଳକୁ ପିଚ୍ କୁହାଯାଏ । ଯାହା ମ୍ୟାଚରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଭାରତୀୟ ଦଳର ୨୦୨୩ବିଶ୍ୱକପ ପରାଜୟର ପ୍ରମୁଖ କାରଣ ଥିଲା ପିଚ୍ । କାରଣ ଅଧିନାୟକ ଏବଂ କୋଚ୍ ଭଲ ଭାବେ ପିଚକୁ ବୁଝିପାରିନଥିଲେ । ବଲ ବାଉନ୍ସ ହେବ ନା ନାହିଁ, ବ୍ୟାଟର କେତେ ରନ୍ କରିବେ, ସ୍ପିନରଙ୍କୁ ବୋଲିଂ କେତେ ସୁହାଇବ ତାହା ପିଚ୍ ଉପରେ ନିର୍ଭର କରେ ।

ଅନେକ ଦିନ ପରେ ବାରବାଟୀରେ ଟି୨୦ ମୁକାବିଲା ଖେଳାଯାଉଛି । ତେଣୁ ଓଡିଶାରେ ଥିବା ଟିମ୍ ଇଣ୍ଡିଆ ଫ୍ୟାନ୍ସ ଏହାକୁ ନେଇ ଖୁବ୍ ଆଶାବାଦୀ । ସେମାନେ ଭାରତ ଜିତିବା ନେଇ ପ୍ରାର୍ଥନା କରୁଛନ୍ତି । ପୂର୍ବରୁ ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଜିତିନଥିବା କାରଣରୁ ଏଥର ପରାଜୟର ରେକର୍ଡ ଭାଙ୍ଗିବ ବୋଲି ଫ୍ୟାନ୍ ଆଶା ରଖିଛନ୍ତି । କମ୍ପିବ ବାରବାଟୀ । ଇଣ୍ଡିଆ ଇଣ୍ଡିଆ ନାରାରେ ଫାଟିବ ଗ୍ୟାଲେରି । ବାରବାଟୀ ଟି୨୦କୁ ନେଇ ଉତ୍ସାହିତ କ୍ରିକେଟ ପ୍ରେମୀ । ମଙ୍ଗଳବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ସିରିଜର ପ୍ରଥମ ମୁକାବିଲା କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଯାହାକୁ ନେଇ ସାରା ରାଜ୍ୟରେ ଏବେ କ୍ରିକେଟ୍‌ ଫିଭର୍ ।

ଅଧିକ ପଢ଼ନ୍ତୁ ଖେଳ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs South Africa: କଳା ଏବଂ ନାଲି: କେଉଁ ପିଚ୍‌ରେ ହୁଏ ଭଲ ସ୍କୋର ? | Argus News