Videos
|
Sports

Lara Praises Jaiswal / ଜୟସ୍ବାଲଙ୍କୁ ଲାରାଙ୍କ ଅପିଲ୍, ଆମ ବୋଲରଙ୍କୁ ଏମିତି ନିର୍ଦ୍ଦୟ ଭାବେ ମାରନି

Santosh Kumar Sahoo
Browse all articles by Santosh Kumar Sahoo
·11 months ago·2 min read
ଜୟସ୍ବାଲଙ୍କୁ ଲାରାଙ୍କ ଅପିଲ୍, ଆମ ବୋଲରଙ୍କୁ ଏମିତି ନିର୍ଦ୍ଦୟ ଭାବେ ମାରନି

Key Points

ଜୟସ୍ବାଲଙ୍କୁ ପ୍ରଶଂସା କଲେ ଲାରା । କହିଲେ, ଆମ ବୋଲରଙ୍କୁ ଏମିତି ନିର୍ଦ୍ଦୟ ଭାବେ ମାରନି । 

ଦିଲ୍ଲୀ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିଲ୍ଲୀ ଟେଷ୍ଟରେ ୧୭୫ ରନ କରିଥିଲେ । ଯଦିଓ ସେ ଦ୍ୱିଶତକ କରିବାରେ ବିଫଳ ହୋଇଥିଲେ । କିନ୍ତୁ ସେ ତାଙ୍କ ଦମଦାର ବ୍ୟାଟିଂ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିତିଥିଲେ । ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଜୟସ୍ୱାଲ ତାଙ୍କ ୧୭୫ ରନରେ ୨୨ ଚୌକା ମାରିଥିଲେ । ସେ ୨୫୮ ବଲରୁ ୧୭୫ ରନର ଏକ ଦମଦାର ଇନିଂସ ଖେଳିଥିଲେ । ଜୟସ୍ୱାଲଙ୍କ ୧୭୫ ଏବଂ ଗିଲଙ୍କ ୧୨୯ ରନ୍‌ ଫଳରେ ଭାରତ ପ୍ରଥମ ଇନିଂସରେ ୮୧୮ ରନ୍‌ର ବଡ଼ ସ୍କୋର କରିଥିଲେ । ଏହି ଇନିଂସ ପାଇଁ ଯଶସ୍ବୀ ଜୟସ୍ବାଲଙ୍କୁ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ୍ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ପ୍ରଶଂସା କରିଥିଲେ ।

ଅଧିକ ପଢ଼ନ୍ତୁ: ODI ଟିମ୍‌ରୁ ବାଦ୍ ପଡ଼ିବା ପରେ ମୁହଁ ଖୋଲିଲେ ଜାଡେଜା; କହିଲେ, ମୁଁ ୨୦୨୭ ବିଶ୍ବକପ୍ ଖେଳିବାକୁ ଚାହେଁ

ରବିବାର ସକାଳେ ବିସିସିଆଇର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରାଯାଇଥିଲା । ଏହି ଭିଡିଓରେ ଦେଖିବାକୁ ମିଳିଥିଲା, ଲାରା, ଜୟସ୍ୱାଲଙ୍କୁ ଆଲିଙ୍ଗନ କରି ତାଙ୍କ ଦମଦାର ଇନିଂସ ପାଇଁ ଅଭିନନ୍ଦନ ଜଣାଇଥିଲେ । ଆଉ ଏହା ପରେ ଜୟସ୍ବାଲଙ୍କୁ ଏକ ବିଶେଷ ଅନୁରୋଧ କରିଥିଲେ । ସେ କହିଥିଲେ ଆମର ବୋଲରମାନଙ୍କୁ ଏତେ ମାରନ୍ତୁ ନାହିଁ । ଲାରାଙ୍କ ଏହି କଥା ଶୁଣି ଜୟସ୍ବାଲ ହସିଥିଲେ ।

ମୁଁ ସବୁବେଳେ ଏକ ବଡ଼ ଇନିଂସ ଖେଳିବାକୁ ଚାହେଁ, - ଜୟସୱାଲ

ବ୍ୟାଟିଂ ସମୟରେ ତାଙ୍କ ମାନସିକତା କ'ଣ ରହିଥାଏ ସେନେଇ ମଧ୍ୟ ଜୟସ୍ବାଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସେ ସର୍ବଦା ଯଥାସମ୍ଭବ ଲମ୍ବା ବ୍ୟାଟିଂ କରିବାକୁ ଚେଷ୍ଟା କରନ୍ତି । ମୁଁ ସବୁବେଳେ ଦଳକୁ ପ୍ରଥମେ ରଖେ, ମୁଁ ମୋ ଦଳ ପାଇଁ କିପରି ଖେଳିପାରିବି ଏବଂ ସେହି ମୁହୂର୍ତ୍ତରେ ମୋ ଦଳ ପାଇଁ କ'ଣ ଗୁରୁତ୍ୱପୂର୍ଣ୍ଣ । ତେଣୁ ମୋର ମାନସିକତା ହେଉଛି ଯଦି ମୁଁ ଏକ ଭଲ ଆରମ୍ଭ ପାଏ, ତେବେ ମୁଁ ଚେଷ୍ଟା କରେ କି କେମିତି ବଡ଼ ସ୍କୋର କରିବି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନା ଅନୁସାରେ, ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ଓ ଶୁବମନ ଗିଲ୍‌ଙ୍କ ଦମଦାର ଶତକ ବଳରେ ଭାରତ ୫୧୮ ରନ୍ କରିଥିଲା । ସେହିପରି ଓ୍ବେଷ୍ଟଇଣ୍ଡିଜ୍ ତା'ର ପ୍ରଥମ ଇନିଂସରେ ମାତ୍ର ୨୪୮ ରନ୍‌ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ୫ଟି ଓ ରବୀନ୍ଦ୍ର ଜାଡେଜା ୩ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

Related Topics

Explore more stories