Videos
|
Sports

Team India Injury Update / ଟିମ୍‌ ଇଣ୍ଡିଆକୁ ଡବଲ୍‌ ଝଟକା, ବୁମରାହ-ହାର୍ଦ୍ଦିକଙ୍କ କମ୍‌ବ୍ୟାକ୍‌ ନେଇ ବଢ଼ିଲା ଚିନ୍ତା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଟିମ୍‌ ଇଣ୍ଡିଆକୁ ଡବଲ୍‌ ଝଟକା, ବୁମରାହ-ହାର୍ଦ୍ଦିକଙ୍କ କମ୍‌ବ୍ୟାକ୍‌ ନେଇ ବଢ଼ିଲା ଚିନ୍ତା
Team India Injury Update

Key Points

ଟିମ୍‌ ଇଣ୍ଡିଆରେ ଫିଟନେସ୍‌ ଟେନସନ୍‌
ଦୁଇ ଷ୍ଟାର୍‌ଙ୍କୁ ନେଇ ଚିନ୍ତା
ପ୍ରିନ୍ସ ଯାଦବ ପୂରା ଫିଟ୍‌ !
ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌ । ବିଶେଷକରି ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଷ୍ଟାର୍‌ ଦ୍ରୁତ ବୋଲର ଯଶପ୍ରୀତ ବୁମରାହଙ୍କ କମ୍‌ବ୍ୟାକ୍‌କୁ ନେଇ ପ୍ରଶଂସକଙ୍କ ନଜର ରହିଛି। ଏହାରି ଭିତରେ ଯୁବ ଦ୍ରୁତ ବୋଲର ପ୍ରିନ୍ସ ଯାଦବଙ୍କୁ ନେଇ ମିଳିଛି ଏକ ବଡ଼ ଖବର ।
ଆଇପିଏଲ୍‌ ୨୦୨୬ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିଯୋଗିତାମୂଳକ କ୍ରିକେଟ୍‌ରୁ ଦୂରରେ ଅଛନ୍ତି । ସେ ବିସିସିଆଇର ସେଣ୍ଟର ଅଫ୍‌ ଏକ୍ସିଲେନ୍ସରେ ନିଜ ଫିଟନେସ୍‌ ଉପରେ କାମ କରୁଛନ୍ତି । ତେବେ ବର୍ତ୍ତମାନର ରିପୋର୍ଟ ଅନୁସାରେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରେ ତାଙ୍କ ଖେଳିବା ସମ୍ଭାବନା କମ୍‌ ରହିଛି । ବିସିସିଆଇ ମଧ୍ୟ ତାଙ୍କ କମ୍‌ବ୍ୟାକ୍‌ ନେଇ କୌଣସି ପ୍ରକାର ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନାହିଁ ।

ବୁମରାହଙ୍କୁ ନେଇ ମଧ୍ୟ ବଡ଼ ଅପଡେଟ୍‌

ଅନ୍ୟପଟେ ଯଶପ୍ରୀତ ବୁମରାହ ମଧ୍ୟ ଆଘାତ କାରଣରୁ ଟିମ୍‌ ଇଣ୍ଡିଆରୁ ବାହାରେ ଅଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଥିଲେ ମଧ୍ୟ ଆଘାତ ଯୋଗୁଁ ସେ ବାଦ୍‌ ପଡ଼ିଥିଲେ । ଏବେ ସେ ମଧ୍ୟ ସେଣ୍ଟର ଅଫ୍‌ ଏକ୍ସିଲେନ୍ସରେ ଫିଟନେସ୍‌ ହାସଲ କରିବାକୁ ପ୍ରୟାସ କରୁଛନ୍ତି ।
ରିପୋର୍ଟ ଅନୁସାରେ, ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ରେ ବୁମରାହଙ୍କ କମ୍‌ବ୍ୟାକ୍‌ ହେବା ମଧ୍ୟ କଷ୍ଟକର ଲାଗୁଛି । ସେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ କ୍ରିକେଟ୍‌ ମଇଦାନକୁ ଫେରିପାରନ୍ତି ।

ପ୍ରିନ୍ସ ଯାଦବ ସମ୍ପୂର୍ଣ୍ଣ ଫିଟ୍‌

ଏହି ସମସ୍ତ ଚିନ୍ତା ମଧ୍ୟରେ ଭାରତୀୟ ଟିମ୍‌ ପାଇଁ ଆସିଛି ଖୁସି ଖବର । ଯୁବ ଦ୍ରୁତ ବୋଲର ପ୍ରିନ୍ସ ଯାଦବ ଏବେ ସମ୍ପୂର୍ଣ୍ଣ ଭାବେ ଫିଟ୍‌ ହୋଇଥିବା ଜଣାପଡ଼ିଛି । ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍‌ ସମୟରେ ସେ ଆହତ ହୋଇଥିଲେ । ତେବେ ଏବେ ଫିଟ୍‌ ହୋଇଥିବାରୁ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରେ ତାଙ୍କୁ ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇପାରେ । ଜିମ୍ବାୱେ ବିପକ୍ଷରେ ପ୍ରିନ୍ସଙ୍କ ପ୍ରଦର୍ଶନ ଚମତ୍କାର ରହିଥିଲା ।

ଏସିଆନ୍‌ ଗେମ୍ସରେ ମିଳିପାରେ ବଡ଼ ଦାୟିତ୍ୱ

ଏସିଆନ୍‌ ଗେମ୍ସ ୨୦୨୬କୁ ନେଇ ମଧ୍ୟ ଟିମ୍‌ ଇଣ୍ଡିଆର ସମୀକରଣ ରୋଚକ ହୋଇଛି । ବିସିସିଆଇ ଯଦି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବି’ ଟିମ୍‌ ପଠାଇବାକୁ ନିଷ୍ପତ୍ତି ନିଏ, ତେବେ ପ୍ରିନ୍ସ ଯାଦବ ଦଳର ମୁଖ୍ୟ ଦ୍ରୁତ ବୋଲରଙ୍କ ମଧ୍ୟରୁ ଜଣେ ହୋଇପାରନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଭଳି ସ୍ଥିତିରେ ଟିମ୍‌ ଇଣ୍ଡିଆର ଅନ୍ୟ ଷ୍ଟାର୍‌ ଖେଳାଳିମାନେ ଏସିଆନ୍‌ ଗେମ୍ସ ବଦଳରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଖେଳୁଥିବା ଦେଖାଯାଇପାରେ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୫ଟି ମ୍ୟାଚ୍‌ର ଟି-୨୦ ସିରିଜ୍‌ ଖେଳିବାକୁ ଥିବା ବେଳେ ଏହି ସିରିଜ୍‌ ଅକ୍ଟୋବରରେ ଖେଳାଯିବ ।