Team India Injuries / ବୁମରାହ-ହାର୍ଦ୍ଦିକଙ୍କୁ ନେଇ ବଡ଼ ଖୁଲାସା ! IPL ପାଇଁ ଆହତ ହେଉଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି
·2 weeks ago·2 min read

Key Points
ବୁମରାହ-ହାର୍ଦ୍ଦିକ କାହିଁକି ବାରମ୍ବାର ଆହତ ?
ସାମ୍ନାକୁ ଆସିଲା ଚମକାଇଦେବା ତଥ୍ୟ
IPLର ଚାପରେ ବଢ଼ୁଛି ଇଞ୍ଜୁରୀ?
ସାମ୍ନାକୁ ଆସିଲା ଚମକାଇଦେବା ତଥ୍ୟ
IPLର ଚାପରେ ବଢ଼ୁଛି ଇଞ୍ଜୁରୀ?
ଟିମ୍ ଇଣ୍ଡିଆକୁ ଘାରିଛି ଆଘାତ ଚିନ୍ତା । ଭାରତୀୟ ଦଳର ଏକାଧିକ ଖେଳାଳି ଏବେ ଆହତ କାରଣରୁ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସିଲେନ୍ସୀରେ ରିକଭରି କରୁଛନ୍ତି । ଜସପ୍ରୀତ ବୁମରାହ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଷ୍ଟାର୍ ଖେଳାଳି ମଧ୍ୟ ଆହତ କାରଣରୁ ଏବେ କ୍ରିକେଟ୍ ଫିଲ୍ଡରୁ ଦୂରରେ ଅଛନ୍ତି । ଆଉ ଏଭଳି ଷ୍ଟାରଙ୍କ ଅନୁପସ୍ଥିତି ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ କ୍ଷତି । ଭାରତୀୟ ଖେଳାଳିମାନେ ବାରମ୍ବାର ଆହତ ହେଉଥିବାରୁ BCCI ଏବଂ ସେଣ୍ଟର ଅଫ୍ ଏକ୍ସିଲେନ୍ସର କାର୍ଯ୍ୟପ୍ରଣାଳୀକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ BCCI ପକ୍ଷରୁ ପ୍ରେସ୍ କନଫରେନ୍ସରେ ଅଧିକାରିକ ବୟାନ ମଧ୍ୟ ଦିଆଯାଇଛି ।
କିନ୍ତୁ ଏବେ ଆହତ ସମସ୍ୟାକୁ ନେଇ BCCIର ଏକ ସୂତ୍ରରୁ ବଡ଼ ଦାବି ଚର୍ଚ୍ଚାକୁ ଆସିଛି । ଖେଳାଳିଙ୍କ ଆହତ ହେବା ପଛରେ ସେ IPL ଏବଂ ଫ୍ରାଞ୍ଚାଇଜିଗୁଡ଼ିକୁ ଦାୟୀ କରିଛନ୍ତି ।
ANI ସହ ଆଲୋଚନା କରି BCCIର ଜଣେ ସୂତ୍ର କହିଛନ୍ତି ଯେ, ପୂର୍ବ ଅପେକ୍ଷା ଏବେ ଖେଳାଳିମାନେ ବହୁତ ଅଧିକ କ୍ରିକେଟ୍ ଖେଳୁଛନ୍ତି । ଫଳରେ ଶରୀର ଉପରେ ଅଧିକ ଚାପ ପଡ଼ୁଛି ଏବଂ ଇଞ୍ଜୁରୀର ଆଶଙ୍କା ବଢ଼ିଯାଉଛି । ତାଙ୍କ କହିବା ଅନୁସାରେ, ଶରୀରର ମଧ୍ୟ ଏକ ସୀମା ରହିଛି । ଅତ୍ୟଧିକ କ୍ରିକେଟ୍ ଖେଳିବା ଏବଂ ତା'ପରେ ଇଞ୍ଜୁରୀ ହେବା ଯୋଗୁଁ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନକୁ ଅନିଶ୍ଚିତ କରିଥାଏ ।"
BCCI ସୂତ୍ର ଆହୁରି ଅଭିଯୋଗ କରିଛନ୍ତି ଯେ, IPL ସମୟରେ କେତେକ ଖେଳାଳି ଆହତ ଥିଲେ ମଧ୍ୟ ଖେଳ ଜାରି ରଖନ୍ତି । ଏହା ପଛରେ ଫ୍ରାଞ୍ଚାଇଜି ଏବଂ ଟଙ୍କାର ଚାପ ମଧ୍ୟ ରହିଥାଏ । ପରେ ଇଞ୍ଜୁରୀ ଗୁରୁତର ହେଲେ ସେମାନଙ୍କୁ CoEର ଫିଜିଓଙ୍କ ପାଖକୁ ଅଣାଯାଏ । CoEର ଫିଜିଓଙ୍କ ଦାୟିତ୍ୱ ହେଉଛି ଖେଳାଳିଙ୍କୁ ଫିଟ୍ କରିବା । ଏହି କାରଣରୁ ଚୟନକର୍ତ୍ତା, କୋଚ୍ ଏବଂ ଅଧିନାୟକଙ୍କ ପାଇଁ ମଧ୍ୟ ଦଳ ଚୟନରେ ସମସ୍ୟା ବଢ଼ୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିକଟରେ BCCIର ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଆହତରୁ ରିକଭର କରୁଥିବା ୧୩ ଜଣ ଖେଳାଳିଙ୍କ ତାଲିକା ସାମ୍ନାକୁ ଆସିଥିଲା। ଏଥିରୁ ୧୦ ଜଣ ଭାରତୀୟ ଦଳ ପାଇଁ ନିୟମିତ ଭାବେ କ୍ରିକେଟ୍ ଖେଳନ୍ତି ।
ଏହି ତାଲିକାରେ ଜସପ୍ରୀତ ବୁମରାହ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ନୀତୀଶ କୁମାର ରେଡ୍ଡୀ, ସାଇ ସୁଦର୍ଶନ, ହର୍ଷିତ ରାଣା, ୱାଶିଂଟନ୍ ସୁନ୍ଦର, ରିୟାନ୍ ପରାଗ, ବରୁଣ ଚକ୍ରବର୍ତ୍ତୀ, ଅଶୋକ ଶର୍ମା ଏବଂ ଆକାଶଦୀପ ସିଂହଙ୍କ ଭଳି ଖେଳାଳି ମଧ୍ୟ ସାମିଲ ଅଛନ୍ତି । ସମସ୍ତେ ବର୍ତ୍ତମାନ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ରିହାବ କରୁଛନ୍ତି ।
ଏବେ ପ୍ରଶ୍ନ ହେଉଛି—ଏହି ସମସ୍ତ ଖେଳାଳି କେବେ ସମ୍ପୂର୍ଣ୍ଣ ଫିଟ୍ ହୋଇ ପୁଣିଥରେ ଭାରତୀୟ ଦଳର ଜର୍ସିରେ ମଇଦାନକୁ ଫେରିବେ ? ଖେଳାଳିଙ୍କ ଲଗାତାର ଆହତକୁ ରୋକିବା ପାଇଁ BCCI ଓ IPL ଫ୍ରାଞ୍ଚାଇଜିଗୁଡ଼ିକ କେଉଁ ପଦକ୍ଷେପ ନେବେ, ଏହା ଉପରେ ଏବେ ସମସ୍ତଙ୍କ ନଜର ।

Related Topics
Explore more stories