Canada World Cup Squad / ଟି-୨୦ ବିଶ୍ବକପ୍ ପାଇଁ ଘୋଷଣା ହେଲା କାନାଡା ଟିମ୍, ଭାରତୀୟ ହେଲେ ଅଧିନାୟକ
·6 months ago·2 min read

Key Points
କାନାଡାର ଟି-୨୦ ବିଶ୍ବକପ୍ ଦଳ ଘୋଷଣା
ଅଧିନାୟକ ଭୂମିକାରେ ଭାରତୀୟ ଦିଲପ୍ରୀତ
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍

ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍ । ଚଳିତ ଥର ଭାରତ-ଶ୍ରୀଲଙ୍କାରେ ଆୟୋଜିତ ହେବ ଆଇସିସିର ଏହି ମେଗା ଟୁର୍ଣ୍ଣାମେଣ୍ଟ । ତେବେ ଏହି ଟି-୨୦ ବିଶ୍ବକପ୍ ପାଇଁ କାନାଡା ତା'ର ୧୫ ଜଣିଆ ଦଳ ଘୋଷଣା କରିଛି । କାନାଡା ୨୦୨୪ରେ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍ ଖେଳିଥିଲା ଏବଂ ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ତେବେ କାନାଡା ଦଳର ଅଧିନାୟକ ହେଉଛନ୍ତି ଦିଲପ୍ରୀତ ବାଜୱା । ଯିଏ କି ଜଣେ ଭାରତୀୟ ।
କାନାଡା ଆମେରିକାସ୍ ରିଜିଓନାଲ୍ ଫାଇନାଲ୍ ଜିତି ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। କାନାଡା କ୍ୱାଲିଫାୟର ଟୁର୍ଣ୍ଣାମେଣ୍ଟରେ ତା'ର ସମସ୍ତ ଛଅଟି ମ୍ୟାଚ୍ ଜିତି ଟେବୁଲର ଶୀର୍ଷରେ ରହିଥିଲା । ଯାହାଫଳରେ ସେ ଟି-୨୦ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା ।
କାନାଡା ଦଳରେ ହ୍ବାଇଟ୍ ବଲ୍ କ୍ରିକେଟ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ଖ୍ୟାତି ଅର୍ଜନ କରିଥିବା ନିକୋଲାସ୍ କିର୍ଟନ୍ ମଧ୍ୟ ଅଛନ୍ତି । ୧୬୦ ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ଥିବା ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜ ସାମରା ମଧ୍ୟ ବିଶ୍ୱକପ୍ରେ ଭାରତରେ ବିପର୍ଯ୍ୟୟ ଘଟାଇବାକୁ ଚେଷ୍ଟା କରିବେ ।
କାନାଡା ଦଳକୁ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଗ୍ରୁପ୍ ଡିରେ ରଖାଯାଇଛି, ଯେଉଁଥିରେ ଆଫଗାନିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ୟୁଏଇ ମଧ୍ୟ ସାମିଲ ଅଛନ୍ତି। କାନାଡା ଫେବୃଆରୀ ୯ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଏହାର ଦ୍ୱିତୀୟ ମ୍ୟାଚ୍ ୧୩ ତାରିଖରେ ୟୁଏଇ, ୧୭ ତାରିଖରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏବଂ ୧୯ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିବ।
ଟି-୨୦ ବିଶ୍ୱକପ୍ ପାଇଁ କାନାଡାର ଦଳ: ଦିଲପ୍ରୀତ ବାଜୱା (ଅଧିନାୟକ), ଅଜୟବୀର ହୁଣ୍ଡାଲ, ଅଂଶ ପଟେଲ, ଦିଲାନ ହେଲାଇଗର, ହର୍ଷ ଠାକେର, ଜସକରଣଦୀପ ବଟ୍ଟର, କଲିମ ସାନା, କନୱରପାଲ ତଥଗୁର, ନବନୀତ ଢାଲିୱାଲ, ନିକୋଲାସ କିର୍ଟନ, ରବିନ୍ଦରପାଲ ସିଂହ, ସାଦ ବିନ୍ ଜାଫର, ଶିବମ ଶର୍ମା, ଶ୍ରେୟସ ମୋୱା, ଯୁବରାଜ ସମରା

A new era begins for Canadian cricket!
— Cricket Canada (@canadiancricket) January 13, 2026
We’re thrilled to announce Dilpreet Singh Bajwa as the new Captain of Team Canada! 🇨🇦
His journey as skipper begins with the ICC T20 World Cup 2026🔥#weCANcricket #T20WorldCup pic.twitter.com/7mXah7FrIH
କାନାଡା ଦଳକୁ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଗ୍ରୁପ୍ ଡିରେ ରଖାଯାଇଛି, ଯେଉଁଥିରେ ଆଫଗାନିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ୟୁଏଇ ମଧ୍ୟ ସାମିଲ ଅଛନ୍ତି। କାନାଡା ଫେବୃଆରୀ ୯ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଏହାର ଦ୍ୱିତୀୟ ମ୍ୟାଚ୍ ୧୩ ତାରିଖରେ ୟୁଏଇ, ୧୭ ତାରିଖରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏବଂ ୧୯ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିବ।
ଟି-୨୦ ବିଶ୍ୱକପ୍ ପାଇଁ କାନାଡାର ଦଳ: ଦିଲପ୍ରୀତ ବାଜୱା (ଅଧିନାୟକ), ଅଜୟବୀର ହୁଣ୍ଡାଲ, ଅଂଶ ପଟେଲ, ଦିଲାନ ହେଲାଇଗର, ହର୍ଷ ଠାକେର, ଜସକରଣଦୀପ ବଟ୍ଟର, କଲିମ ସାନା, କନୱରପାଲ ତଥଗୁର, ନବନୀତ ଢାଲିୱାଲ, ନିକୋଲାସ କିର୍ଟନ, ରବିନ୍ଦରପାଲ ସିଂହ, ସାଦ ବିନ୍ ଜାଫର, ଶିବମ ଶର୍ମା, ଶ୍ରେୟସ ମୋୱା, ଯୁବରାଜ ସମରା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories