Cricket News / ଶୁଭମନ ଗିଲ ଆଉଟ ହେବା ପରେ, ODI ସିରିଜ ପାଇଁ କିଏ ଅଧିନାୟକ ଦାୟିତ୍ୱ ନେବ? ତିନି ନାମ ଆସିଲା ସାମ୍ନାକୁ
·7 months ago·2 min read

Key Points
- ୩ ମ୍ୟାଚ ବିଶିଷ୍ଟ ସିରିଜରୁ ଆହତ କାରଣରୁ ଶୁଭମନ ବାଦ ପଡ଼ିଛନ୍ତି
- ଗିଲ ସାଉଥଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ତିନୋଟି ଦିନିକିଆ ସିରିଜ ମଧ୍ୟ ଖେଳିପାରିବେ ନାହିଁ
- ତାଙ୍କ ଜାଗାରେ ୩ଜଣ କ୍ୟାପଟେନ ହେବେ ବୋଲି ଦାବିଦାର ଅଛନ୍ତ
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଡବଲ୍ ଝଟକା ଲାଗିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦିନିକିଆ ଅଧିନାୟକ ଏବଂ ଉପ-ଅଧିନାୟକ ଶ୍ରେୟସ ଆୟର ଦୁଇରୁ ତିନି ମାସ ପାଇଁ ବାହାରି ଯାଇଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜରୁ ଆହତ କାରଣରୁ ଶୁଭମନ ବାହାରିଯାଇଛନ୍ତି। କାରଣ ଗିଲ ଏପର୍ଯ୍ୟନ୍ତ ଫିଟ ହୋଇ ନାହାନ୍ତି। ତାଙ୍କ ବେକରେ ଗଭୀର ଆଘାତ ଲାଗିଛି। ସେଥିପାଇଁ ଦ୍ବିତୀୟ ଟେଷ୍ଟ ମଧ୍ୟ ସେ ଖେଳିପାରିବେ ନାହିଁ। ତାଙ୍କ ଜାଗାରେ ୩ଜଣ କ୍ୟାପଟେନ ହେବେ ବୋଲି ଦାବିଦାର ଅଛନ୍ତି।
ଏହାସହ ପଢ଼ନ୍ତୁ: ଗୌହାଟୀରେ କୁଲଦୀପ ଚମକିଲେ: ତୃତୀୟ ସେସନରେ ଟିମ୍ ଇଣ୍ଡିଆର ଜୋରଦାର ପ୍ରତ୍ୟାବର୍ତ୍ତନ
ଗିଲଙ୍କ ସ୍ଥାନରେ କିଏ ହେବ କ୍ୟାପଟେନ?
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିସିସିଆଇ କହିଛି ଯେ, ଦୁର୍ଭାଗ୍ୟବଶତଃ ଗିଲ ସାଉଥଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ତିନୋଟି ଦିନିକିଆ ସିରିଜ ମଧ୍ୟ ଖେଳିପାରିବେ ନାହିଁ। ବିଶେଷଜ୍ଞ ତାଙ୍କୁ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି। ବିସିସିଆଇ କହିଛି ଗିଲଙ୍କ ଉପରେ ମେଡିକାଲ ଟିମ ପୁରା ନଜର ରଖିଛି।
ତିନିଜଣ କ୍ରିକେଟର ଅଛନ୍ତି ରେସ୍ରେ
ରିପୋର୍ଟ ଅନୁସାରେ ଏବେ, ଅଧିନାୟକ ଶୁଭମନ ଗିଲ ମଧ୍ୟ ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜରୁ ବାଦ ପଡ଼ିବେ। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଗିଲ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ତେବେ ଗିଲ ନ ଥିବାରୁ କ୍ୟାପଟେନ ରେସରେ ୩ଜଣଙ୍କ ନାଁ ଶୁଣିବାକୁ ମିଳୁଛି। ଅକ୍ଷର ପଟେଲ, କେଏଏ ରାହୁଲ, ରିଷଭ ପନ୍ତଙ୍କ ନାଁ ସାମିଲ ହୋଇଛି। କିନ୍ତୁ ଫ୍ୟାନ୍ସ ମାନେ ଚାହୁଁଛନ୍ତି ଦିନିକିଆରେ ରୋହିତ ଶର୍ମାଙ୍କୁ ଆଉଥରେ ସୁଯୋଗ ମିଳୁ। କାରଣ ତାଙ୍କର ଅଭିଜ୍ଞତା ଅଧିକ। ତେବେ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଦେଖାଯାଉ କିଏ ସମ୍ଭାଳୁଛି ଦାୟିତ୍ବ।
ଶୁଭମନ ଗିଲ୍ ଭାରତୀୟ ଦଳ ସହିତ କୋଲକାତାରୁ ଗୌହାଟୀରେ ପହଞ୍ଚିଛନ୍ତି, ଯେଉଁଠାରେ ଦ୍ୱିତୀୟ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଡକ୍ଟର ଗିଲ୍ଙ୍କୁ ଆଉ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।
ଏହାସହ ପଢ଼ନ୍ତୁ: ଗର୍ଭବତୀ ଅଛନ୍ତି ହାର୍ଦ୍ଦିକଙ୍କ ଗର୍ଲଫ୍ରେଣ୍ଡ ମାହିକା! କଣ ଲୁଚିକି କରିସାରିଛନ୍ତି ବିବାହ?
ଡିସେମ୍ବର ୯ ତାରିଖରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍ ପୂର୍ବରୁ ଗିଲ୍ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି। ଆସନ୍ତା ସପ୍ତାହରେ ଗିଲ୍ଙ୍କ ପୁନଃପରୀକ୍ଷା କରାଯିବ, ଯାହା ପରେ ତାଙ୍କ ଅଂଶଗ୍ରହଣ ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ରିଷଭ ପନ୍ତ ବର୍ତ୍ତମାନ ODI ଦଳରେ ନିୟମିତ ନୁହଁନ୍ତି, କିନ୍ତୁ ପରିଚାଳନା ଏହି ଫର୍ମାଟରେ ତାଙ୍କର ଆଭିମୁଖ୍ୟ ପରିବର୍ତ୍ତନ କରିପାରେ। ସମ୍ଭବତଃ ଦଳରେ ଜଣେ ବାମହାତୀ ବ୍ୟାଟସମ୍ୟାନଙ୍କୁ ସାମିଲ କରିବାକୁ ଚେଷ୍ଟା କରାଯାଇପାରେ।
ଭାରତୀୟ ଦଳର ବର୍ତ୍ତମାନର ବ୍ୟାଟିଂ କ୍ରମରେ ଅନେକ ଡାହାଣହାତୀ ବ୍ୟାଟ୍ସମ୍ୟାନ ଅଛନ୍ତି। ଶୁଭମନ ଗିଲଙ୍କ ଅନୁପସ୍ଥିତିରେ, ଯଶସ୍ୱୀ ଜୟସୱାଲ ରୋହିତ ଶର୍ମାଙ୍କ ସହ ଓପନିଂ କରିପାରନ୍ତି, ଯେତେବେଳେ ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ, ଋଷଭ ପନ୍ତ କିମ୍ବା ତିଲକ ବର୍ମାଙ୍କୁ ନମ୍ବର ୪ରେ ବିକଳ୍ପ ଭାବରେ ବିଚାର କରାଯାଇପାରେ।
🚨 NEW CAPTAIN FOR SOUTH AFRICA ODIs 🚨
— Johns. (@CricCrazyJohns) November 22, 2025
- KL Rahul, Axar Patel & Rishabh Pant in the condentor list to lead India in ODIs vs South Africa. [Sahil Malhotra from TOI]
Shubman Gill is likely to return for the T20I Series. pic.twitter.com/IXWIpabCkV
ଏହାସହ ପଢ଼ନ୍ତୁ: ଗୌହାଟୀରେ କୁଲଦୀପ ଚମକିଲେ: ତୃତୀୟ ସେସନରେ ଟିମ୍ ଇଣ୍ଡିଆର ଜୋରଦାର ପ୍ରତ୍ୟାବର୍ତ୍ତନ
ଗିଲଙ୍କ ସ୍ଥାନରେ କିଏ ହେବ କ୍ୟାପଟେନ?
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିସିସିଆଇ କହିଛି ଯେ, ଦୁର୍ଭାଗ୍ୟବଶତଃ ଗିଲ ସାଉଥଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ତିନୋଟି ଦିନିକିଆ ସିରିଜ ମଧ୍ୟ ଖେଳିପାରିବେ ନାହିଁ। ବିଶେଷଜ୍ଞ ତାଙ୍କୁ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି। ବିସିସିଆଇ କହିଛି ଗିଲଙ୍କ ଉପରେ ମେଡିକାଲ ଟିମ ପୁରା ନଜର ରଖିଛି।
ତିନିଜଣ କ୍ରିକେଟର ଅଛନ୍ତି ରେସ୍ରେ
ରିପୋର୍ଟ ଅନୁସାରେ ଏବେ, ଅଧିନାୟକ ଶୁଭମନ ଗିଲ ମଧ୍ୟ ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜରୁ ବାଦ ପଡ଼ିବେ। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଗିଲ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ତେବେ ଗିଲ ନ ଥିବାରୁ କ୍ୟାପଟେନ ରେସରେ ୩ଜଣଙ୍କ ନାଁ ଶୁଣିବାକୁ ମିଳୁଛି। ଅକ୍ଷର ପଟେଲ, କେଏଏ ରାହୁଲ, ରିଷଭ ପନ୍ତଙ୍କ ନାଁ ସାମିଲ ହୋଇଛି। କିନ୍ତୁ ଫ୍ୟାନ୍ସ ମାନେ ଚାହୁଁଛନ୍ତି ଦିନିକିଆରେ ରୋହିତ ଶର୍ମାଙ୍କୁ ଆଉଥରେ ସୁଯୋଗ ମିଳୁ। କାରଣ ତାଙ୍କର ଅଭିଜ୍ଞତା ଅଧିକ। ତେବେ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଦେଖାଯାଉ କିଏ ସମ୍ଭାଳୁଛି ଦାୟିତ୍ବ।
ଶୁଭମନ ଗିଲ୍ ଭାରତୀୟ ଦଳ ସହିତ କୋଲକାତାରୁ ଗୌହାଟୀରେ ପହଞ୍ଚିଛନ୍ତି, ଯେଉଁଠାରେ ଦ୍ୱିତୀୟ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଡକ୍ଟର ଗିଲ୍ଙ୍କୁ ଆଉ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।
ଏହାସହ ପଢ଼ନ୍ତୁ: ଗର୍ଭବତୀ ଅଛନ୍ତି ହାର୍ଦ୍ଦିକଙ୍କ ଗର୍ଲଫ୍ରେଣ୍ଡ ମାହିକା! କଣ ଲୁଚିକି କରିସାରିଛନ୍ତି ବିବାହ?
ଡିସେମ୍ବର ୯ ତାରିଖରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍ ପୂର୍ବରୁ ଗିଲ୍ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି। ଆସନ୍ତା ସପ୍ତାହରେ ଗିଲ୍ଙ୍କ ପୁନଃପରୀକ୍ଷା କରାଯିବ, ଯାହା ପରେ ତାଙ୍କ ଅଂଶଗ୍ରହଣ ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ରିଷଭ ପନ୍ତ ବର୍ତ୍ତମାନ ODI ଦଳରେ ନିୟମିତ ନୁହଁନ୍ତି, କିନ୍ତୁ ପରିଚାଳନା ଏହି ଫର୍ମାଟରେ ତାଙ୍କର ଆଭିମୁଖ୍ୟ ପରିବର୍ତ୍ତନ କରିପାରେ। ସମ୍ଭବତଃ ଦଳରେ ଜଣେ ବାମହାତୀ ବ୍ୟାଟସମ୍ୟାନଙ୍କୁ ସାମିଲ କରିବାକୁ ଚେଷ୍ଟା କରାଯାଇପାରେ।
ଭାରତୀୟ ଦଳର ବର୍ତ୍ତମାନର ବ୍ୟାଟିଂ କ୍ରମରେ ଅନେକ ଡାହାଣହାତୀ ବ୍ୟାଟ୍ସମ୍ୟାନ ଅଛନ୍ତି। ଶୁଭମନ ଗିଲଙ୍କ ଅନୁପସ୍ଥିତିରେ, ଯଶସ୍ୱୀ ଜୟସୱାଲ ରୋହିତ ଶର୍ମାଙ୍କ ସହ ଓପନିଂ କରିପାରନ୍ତି, ଯେତେବେଳେ ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ, ଋଷଭ ପନ୍ତ କିମ୍ବା ତିଲକ ବର୍ମାଙ୍କୁ ନମ୍ବର ୪ରେ ବିକଳ୍ପ ଭାବରେ ବିଚାର କରାଯାଇପାରେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories