Videos
|
Sports

Chahal Balcony Incident / ମୃ*ତ୍ୟୁକୁ ଅତି ପାଖରୁ ଦେଖିଥିଲେ ଚହଲ ! ବର୍ଷ ପରେ କଲେ ବଡ଼ ଖୁଲାସା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ମୃ*ତ୍ୟୁକୁ ଅତି ପାଖରୁ ଦେଖିଥିଲେ ଚହଲ ! ବର୍ଷ ପରେ କଲେ ବଡ଼ ଖୁଲାସା
Yuzvendra Chahal

Key Points

ଚହଲଙ୍କ ଜୀବନର ସବୁଠୁ ଭୟଙ୍କର ଘଟଣା
ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
୧୫ ମହଲାର ସେହି ରହସ୍ୟ !
କ୍ରିକେଟ୍ ପଡ଼ିଆରେ ନିଜ ସ୍ପିନ୍‌ରେ ବଡ଼ ବଡ଼ ବ୍ୟାଟର୍‌ଙ୍କୁ ଚକମା ଦେଉଥିବା ୟୁଜବେନ୍ଦ୍ର ଚହଲଙ୍କ ଜୀବନରେ ଏମିତି ଏକ ଭୟଙ୍କର ରାତି ଆସିଥିଲା, ଯାହାକୁ ମନେ ପକାଇଲେ ଆଜି ବି ଛାତି ଥରିଉଠିବ । ଭାରତୀୟ କ୍ରିକେଟ୍ ଦଳରୁ ଦୀର୍ଘ ସମୟ ଧରି ଦୂରରେ ଅଛନ୍ତି ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ । କିନ୍ତୁ ଆଇପିଏଲ୍‌ରେ ଏବେ ବି ସେ ତାଙ୍କ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳୁଛନ୍ତି ଚହଲ । ଏହା ପୂର୍ବରୁ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଅନେକ ବର୍ଷ ଖେଳିଛନ୍ତି । ଏହା ବ୍ୟତୀତ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମଧ୍ୟ ଖେଳିଥିଲେ । ଏବେ ଚହଲ ନିଜ ଜୀବନର ଏକ ଭୟଙ୍କର ଘଟଣା ବିଷୟରେ ଖୁଲାସା କରିଛନ୍ତି । ତାଙ୍କ କହିବା ଅନୁସାରେ, ମଦ୍ୟପାନ କରିଥିବା ଜଣେ ଅଷ୍ଟ୍ରେଲୀୟ ଖେଳାଳି ତାଙ୍କୁ ହୋଟେଲର ୧୫ତମ କିମ୍ବା ୧୬ତମ ମହଲାରୁ ଓଲଟା ଝୁଲାଇ ଦେଇଥିଲେ । ଚହଲଙ୍କ ଏହି ଖୁଲାସା ଏବେ ଚର୍ଚ୍ଚାରେ ରହିଛି ।

ଆକାଶ ଚୋପ୍ରାଙ୍କ ସହ ଏକ ସାକ୍ଷାତକାରରେ ନିଜ ଜୀବନର ଏହି ଭୟଙ୍କର ଅନୁଭୂତି ବିଷୟରେ କହିଛନ୍ତି ୟୁଜବେନ୍ଦ୍ର ଚହଲ । ଏହି ଘଟଣା ଆଇପିଏଲ୍ ସମୟରେ ବେଙ୍ଗାଲୁରୁରେ ଆରସିବି ପକ୍ଷରୁ ଆୟୋଜିତ ଏକ ପାର୍ଟିରେ ଘଟିଥିଲା। ସେତେବେଳେ ଚହଲ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ ।

ଚହଲଙ୍କ କହିବା ଅନୁଯାୟୀ, ପାର୍ଟିରେ ଅଷ୍ଟ୍ରେଲିଆର ଜଣେ ଖେଳାଳି ଅତ୍ୟଧିକ ମଦ୍ୟପାନ କରିଥିଲେ । ତାଙ୍କ ଶରୀର ମଧ୍ୟ ବେଶ୍ ମଜବୁତ ଓ ଶକ୍ତିଶାଳୀ ଥିଲା । ଚହଲ ସ୍ପଷ୍ଟ କରିଥିଲେ ଯେ ସେହି ଖେଳାଳି ଆଣ୍ଡ୍ରୁ ସାଇମଣ୍ଡସ୍ କିମ୍ବା ଜେମ୍ସ ଫ୍ରାଙ୍କଲିନ୍ ନଥିଲେ, ବରଂ ଅନ୍ୟ ଜଣେ ବିଦେଶୀ ଖେଳାଳି ଥିଲେ ।

ହୋଟେଲର ୧୫ତମ ମହଲାରୁ ଓଲଟା ଝୁଲାଇ ଦେଇଥିଲେ

ସେହି ରାତିର ଘଟଣା ବର୍ଣ୍ଣନା କରି ଚହଲ କହିଥିଲେ ଯେ ପାର୍ଟି ସମୟରେ ଉକ୍ତ ଖେଳାଳି ତାଙ୍କୁ ପାଖକୁ ଡାକିଥିଲେ । ଏହାପରେ ହଠାତ୍ ତାଙ୍କୁ ଉଠାଇ ଝୁଲାଇ ଦେଇଥିଲେ । ପ୍ରଥମେ ଚହଲ ଭାବିଥିଲେ ଯେ ଏହା କେବଳ ମଜା ଥିଲା। କିନ୍ତୁ ପର ମୁହୂର୍ତ୍ତରେ ସେହି ଖେଳାଳି ତାଙ୍କୁ ହୋଟେଲର ବାଲକୋନି ବାହାର ପଟକୁ ଓଲଟା ଝୁଲାଇ ଦେଇଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହି ସମୟରେ ନିଜ ଜୀବନ ବଞ୍ଚାଇବା ପାଇଁ ଚହଲ ଉକ୍ତ ଖେଳାଳିଙ୍କ ବେକକୁ ଜୋରରେ ଧରି ରହିଥିଲେ । ପରିସ୍ଥିତି ଏତେ ଭୟଙ୍କର ଥିଲା ଯେ ଟିକିଏ ଅସାବଧାନତା ତାଙ୍କ ଜୀବନ ନେଇପାରିଥାନ୍ତା ।

‘ମୋତେ ଲାଗିଥିଲା ଯେପରି ଦ୍ୱିତୀୟ ଜୀବନ ପାଇଲି’

ଯେତେବେଳେ ସେଠାରେ ଉପସ୍ଥିତ ଅନ୍ୟ ଖେଳାଳି ଓ ଲୋକମାନେ ପରିସ୍ଥିତିର ଗମ୍ଭୀରତା ବୁଝିପାରିଥିଲେ, ସେମାନେ ତୁରନ୍ତ ଚହଲଙ୍କୁ ବଞ୍ଚାଇବା ପାଇଁ ଦୌଡ଼ି ଆସିଥିଲେ । ବହୁ କଷ୍ଟରେ ତାଙ୍କୁ ଉପରକୁ ଟାଣି ଆଣି ସୁରକ୍ଷିତ କରାଯାଇଥିଲା ।

ଏହି ଘଟଣାକୁ ମନେ ପକାଇ ଚହଲ କହିଥିଲେ ଯେ ସେହି ମୁହୂର୍ତ୍ତ ତାଙ୍କ ଜୀବନର ସବୁଠାରୁ ଭୟଙ୍କର ଅନୁଭୂତି ମଧ୍ୟରୁ ଗୋଟିଏ ଥିଲା । ତାଙ୍କୁ ଏପରି ଲାଗିଥିଲା, ଯେପରି ସେ ଦ୍ୱିତୀୟ ଥର ପାଇଁ ଜୀବନ ପାଇଛନ୍ତି ।

ହୋଟେଲର ବାଲକୋନି ପ୍ରାୟ ୧୫ତମ କିମ୍ବା ୧୬ତମ ମହଲାରେ ଥିଲା। ଏତେ ଉଚ୍ଚତାରୁ ତଳକୁ ଦେଖିବା ମଧ୍ୟ ଯେକୌଣସି ବ୍ୟକ୍ତିଙ୍କ ମନରେ ଭୟ ସୃଷ୍ଟି କରିପାରେ। ଚହଲଙ୍କ ଏହି ଖୁଲାସା ତାଙ୍କ ଜୀବନର ଏକ ଅଜଣା ଓ ରୋମାଞ୍ଚକର ଦିଗକୁ ସାମ୍ନାକୁ ଆଣିଛି ।