Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରୋହିତ ଟସ୍ ହାରିଲେ ଲାଭରେ ରହିବ ଭାରତ: ପୂର୍ବ ୪ ଟାଇଟଲ୍ ହାତେଇଛନ୍ତି ଟସ୍ ହାରିଥିବା ଟିମ୍

Sports

ରୋହିତ ଟସ୍ ହାରିଲେ ଲାଭରେ ରହିବ ଭାରତ: ପୂର୍ବ ୪ ଟାଇଟଲ୍ ହାତେଇଛନ୍ତି ଟସ୍ ହାରିଥିବା ଟିମ୍

Sushanta Sahoo
Browse all articles by Sushanta Sahoo
·1 year ago·2 min read
ରୋହିତ ଟସ୍ ହାରିଲେ ଲାଭରେ ରହିବ ଭାରତ: ପୂର୍ବ ୪ ଟାଇଟଲ୍ ହାତେଇଛନ୍ତି ଟସ୍ ହାରିଥିବା ଟିମ୍

ଚାମ୍ପିଅନ୍ସ ଟ୍ରଫିରେ କିଏ ହେବ ଚାମ୍ପିଅନ୍ ? ଭାରତ ତୃତୀୟ ଥର ପାଇଁ ଟାଇଟଲ୍ ଜିତିବ ନା ନ୍ୟୁଜିଲାଣ୍ଡ ଦ୍ଵିତୀୟ ଥର ଚାମ୍ପିଅନ୍ ହେବ । ଆଜି ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍ । ଦିନ ସାଢ଼େ ୨ଟାରେ ଆରମ୍ଭ ହେବ ମ୍ୟାଚ୍ । ଭାରତ, ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ୍ ପହଞ୍ଚିଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ୍‌କୁ ଆସିଛି ନ୍ୟୁଜିଲାଣ୍ଡ ।


ତେବେ ଦୁବାଇ ମୈଦାନରେ କିଏ ମାରିବ ବାଜି ? କଣ ସମ୍ଭାବନା ଦର୍ଶାଉଛି ଚାମ୍ପିଅନ୍ସ ଟ୍ରଫିର ଟସ୍ । ଆସନ୍ତୁ ନଜର ପକାଇବା ।...


ଫାଇନାଲ୍ ମ୍ୟାଚ୍‌ରେ ଟସ୍‌ର ମହତ୍ଵପୂର୍ଣ୍ଣ ଭୂମିକା ରହିଛି । ଏବେ ଯାଏଁ ଖେଳା ଯାଇଥିବା ୮ ମୁକାବିଲାରୁ ଟସ୍ ଜିତିଥିବା ଦଳ ୩ଟି ଜିତିଥିବା ବେଳେ ଟସ୍ ହାରିଥିବା ଦଳ ୪ ଥର ଚାମ୍ପିଅନ୍ ହୋଇଛି । ଗୋଟିଏ ମୁକାବିଲା ଅମୀମାଂସିତ ରହିଥିଲା । ୨୦୦୨ରେ ଶ୍ରୀଲଙ୍କା ଓ ଭାରତୀୟ ଦଳ ଯୁଗ୍ମ ବିଜେତା ଘୋଷିତ ହୋଇଥିଲେ ।


୨୦୦୬ରୁ ଟସ୍ ହାରୁଥିବା ଦଳ ଲଗାତାର ଚାମ୍ପିଅନ୍ ହେଉଛନ୍ତି । ୧୯୯୮, ୨୦୦୦ ଓ ୨୦୦୪ରେ ଫାଇନାଲ୍ ମ୍ୟାଚ୍ ଟସ୍ ଜିତିଥିବା ଦଳ ଜିତିଛି । ଫାଇନାଲ୍‌ର ୪୩ ପ୍ରତିଶତ ମ୍ୟାଚ୍ ଟସ୍ ଜିତିଥିବା ଦଳ ଏବଂ ୫୭ ପ୍ରତିଶତ ଟସ୍ ହାରିଥିବା ଦଳ ସପକ୍ଷରେ ଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ଛଡ଼ା ଫାଇନାଲ୍ ମ୍ୟାଚ୍‌ର ରେଜଲ୍ଟ ଟସ୍ ନିଷ୍ପତ୍ତି ଉପରେ ନିର୍ଭରଶୀଳ । ଏବେ ସୁଦ୍ଧା ୮ଟି ମ୍ୟାଚରୁ ୨ଟି ମୁକାବିଲା ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଥିବା ବେଳେ ଅନ୍ୟ ୫ଟିରେ ଦ୍ଵିତୀୟ ପାଳିରେ ବ୍ୟାଟିଂ କରିଥିବା ଦଳକୁ ସଫଳତା ମିଳିଛି ।


ଟୁର୍ଣ୍ଣାମେଣ୍ଟ ଆରମ୍ଭର ୬ରୁ ୫ଟି ଫାଇନାଲ୍ ମ୍ୟାଚ୍‌ରେ ବିଜୟ ଲକ୍ଷ୍ୟର ପିଛା କରିବାକୁ ପଡ଼ିଥିବା ବେଳେ ୨୦୧୩ ଓ ୨୦୧୭ରେ ଟ୍ରଫି ଜିତିଥିଲା ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ । ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ର ପ୍ରଥମ ପାଳିର ହାରାହାରି ରନ୍ ସ୍କୋର୍ ହେଉଛି ୨୧୯ । ଫାଇନାଲ୍‌ରେ ସର୍ବନିମ୍ନ ରନ୍ ୧୩୮, ଯାହାକି ୨୦୦୬ରେ ୱେଷ୍ଟଇଣ୍ଡିଜ୍, ଅଷ୍ଟ୍ରେଲିଆ ବିପକ୍ଷରେ କରିଥିଲା ।


ଏବେ ସୁଦ୍ଧା ୭ଟି ଦେଶ ଚାମ୍ପିଅନ ଟ୍ରଫି ଆୟୋଜନ କରିଛନ୍ତି । ଚଳିତବର୍ଷ ପାକିସ୍ତାନ ଆୟୋଜନ କରିଛି । ଶ୍ରୀଲଙ୍କା ଘରୋଇ ମୈଦାନରେ ଟାଇଟଲ୍ ଜିତିଥିଲା । ୨୦୦୨ରେ ଯୁଗ୍ମ ବିଜେତା ଘୋଷିତ ହୋଇଥିଲେ ଶ୍ରୀଲଙ୍କା ଓ ଭାରତ ।

Education Next Season 5
Sponsored
Champions Trophy Final: Toss Factor For India Vs New Zealand | Argus News