Hardik Pandya Punjab Kings / ପଞ୍ଜାବ କିଙ୍ଗସ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏଣ୍ଟ୍ରି ! ଶ୍ରେୟସ ଆୟରଙ୍କ ହାତରୁ ଯିବ କି ଅଧିନାୟକ ପଦ ?
·1 hour ago·2 min read

Key Points
IPL 2027 ପୂର୍ବରୁ ବଡ଼ ଟ୍ରେଡ୍
ପଞ୍ଜାବକୁ ଆସିଲେ ହାର୍ଦ୍ଦିକ
ଏବେ ଆୟରଙ୍କ ସ୍ଥାନରେ ହେବେ କି କ୍ୟାପଟେନ୍ !
ପଞ୍ଜାବକୁ ଆସିଲେ ହାର୍ଦ୍ଦିକ
ଏବେ ଆୟରଙ୍କ ସ୍ଥାନରେ ହେବେ କି କ୍ୟାପଟେନ୍ !
ପଞ୍ଜାବ କିଙ୍ଗସ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏଣ୍ଟ୍ରି ପରେ ଦଳର ଅଧିନାୟକ ପଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅର୍ଶଦୀପ ସିଂହଙ୍କ ସହ ଟ୍ରେଡ୍ ପରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ପଞ୍ଜାବ କିଙ୍ଗସ୍ରେ ସାମିଲ ହୋଇଛନ୍ତି । ଏହାପରେ ଏବେ ପ୍ରଶ୍ନ ଉଠୁଛି, ବର୍ତ୍ତମାନର ଅଧିନାୟକ ଶ୍ରେୟସ ଆୟରଙ୍କୁ ହଟାଇ ହାର୍ଦ୍ଦିକଙ୍କୁ ଦଳର ନୂଆ କ୍ୟାପଟେନ୍ କରାଯିବ କି ?
ଶ୍ରେୟସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦଳ ଏପର୍ଯ୍ୟନ୍ତ ଆଇପିଏଲ୍ ଟ୍ରଫି ଜିତିପାରିନାହିଁ। ଅନ୍ୟପଟେ ହାର୍ଦ୍ଦିକଙ୍କ ପାଖରେ ଆଇପିଏଲ୍ ଚାମ୍ପିୟନ୍ ହେବାର ଅଭିଜ୍ଞତା ରହିଛି । ୨୦୨୨ରେ ଗୁଜରାଟ ଟାଇଟନ୍ସର ଅଧିନାୟକ ଭାବେ ସେ ଦଳକୁ ଚାମ୍ପିୟନ୍ କରାଇଥିଲେ । ତେବେ ଶ୍ରେୟସ ଆୟର ମଧ୍ୟ ୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସକୁ ଟ୍ରଫି ଜିତାଇଥିଲେ ।
ହାର୍ଦ୍ଦିକ ପାଣ୍ଡ୍ୟା କାହିଁକି ହୋଇପାରନ୍ତି ପଞ୍ଜାବର ଅଧିନାୟକ ?
୨୦୨୨ରେ ଗୁଜରାଟ ଟାଇଟନ୍ସ ଦଳରେ ସାମିଲ ହେବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିଲା। ୨୦୨୨ ଓ ୨୦୨୩, ଉଭୟ ସିଜନ୍ରେ ସେ ଗୁଜରାଟର ନେତୃତ୍ୱ ନେଇଥିଲେ। ଏହି ଦୁଇ ସିଜିନ୍ରେ ଦଳର ପ୍ରଦର୍ଶନ ମଧ୍ୟ ଉଲ୍ଲେଖନୀୟ ରହିଥିଲା ।
ଏହାପରେ ୨୦୨୪ରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ। ସେଠାରେ ମଧ୍ୟ ତାଙ୍କୁ ସିଧାସଳଖ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ସେ ରୋହିତ ଶର୍ମାଙ୍କ ସ୍ଥାନ ନେଇଥିଲେ। ଏହାର ଅର୍ଥ ୨୦୨୨ରୁ ହାର୍ଦ୍ଦିକ ଆଇପିଏଲ୍ରେ ଜଣେ ଅଧିନାୟକ ଭାବେ ଖେଳି ଆସୁଛନ୍ତି । ତେଣୁ ତାଙ୍କର ଅଭିଜ୍ଞତାକୁ ଦେଖି ପଞ୍ଜାବ ତାଙ୍କୁ ଅଧିନାୟକ ପଦ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହାର୍ଦ୍ଦିକ କାହିଁକି ହୋଇନପାରନ୍ତି ଅଧିନାୟକ ?
ଅନ୍ୟପଟେ ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବା ଏତେ ସହଜ ନୁହେଁ। କାରଣ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗସ୍ ଭଲ ପ୍ରଦର୍ଶନ କରିଛି । ଏହା ସହିତ ଶ୍ରେୟସଙ୍କ ପାଖରେ ମଧ୍ୟ ଆଇପିଏଲ୍ ଟ୍ରଫି ଜିତିବାର ଅଭିଜ୍ଞତା ରହିଛି ।
୨୦୨୪ରେ ତାଙ୍କ ନେତୃତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଚାମ୍ପିୟନ୍ ହୋଇଥିଲା। ଏହାବ୍ୟତୀତ ହାର୍ଦ୍ଦିକଙ୍କୁ ନେଇ ପଞ୍ଜାବ କିଙ୍ଗସ୍ ପକ୍ଷରୁ ଏପର୍ଯ୍ୟନ୍ତ ଅଧିନାୟକ ପଦ ସମ୍ପର୍କରେ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ। ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିବା ସମୟରେ ରୋହିତଙ୍କ ସ୍ଥାନରେ ତାଙ୍କୁ ଅଧିନାୟକ କରାଯିବ ବୋଲି ସ୍ପଷ୍ଟ କରିଥିଲା। କିନ୍ତୁ ପଞ୍ଜାବ ପକ୍ଷରୁ ଏଭଳି କୌଣସି ସୂଚନା ମିଳିନାହିଁ ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଇପିଏଲ୍ କ୍ୟାରିୟର
ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ନିଜ ଆଇପିଏଲ୍ କ୍ୟାରିୟରରେ ୧୬୨ଟି ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚ୍ଗୁଡ଼ିକର ୧୫୦ଟି ଇନିଂସରେ ବ୍ୟାଟିଂ କରି ସେ ୨୭.୮୭ ହାରରେ ମୋଟ ୨୯୫୫ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ଷ୍ଟ୍ରାଇକ୍ ରେଟ୍ ରହିଛି ୧୪୬.୨୮। ଏଥିରେ ୧୦ଟି ଅର୍ଦ୍ଧଶତକ ସାମିଲ ଥିବାବେଳେ ତାଙ୍କ ସର୍ବାଧିକ ସ୍କୋର ହେଉଛି ୯୧ ରନ୍ ।
ସେହିପରି ବୋଲିଂରେ ମଧ୍ୟ ହାର୍ଦ୍ଦିକଙ୍କ ରେକର୍ଡ ଭଲ ରହିଛି। ୧୧୬ଟି ଇନିଂସରେ ବୋଲିଂ କରି ସେ ମୋଟ ୮୨ଟି ୱିକେଟ୍ ନେଇଛନ୍ତି । ଏବେ ସମସ୍ତଙ୍କ ନଜର ପଞ୍ଜାବ କିଙ୍ଗସ୍ର ଅଧିକାରିକ ନିଷ୍ପତ୍ତି ଉପରେ ରହିଛି। ହାର୍ଦ୍ଦିକଙ୍କ ଅଭିଜ୍ଞତା ଓ ଶ୍ରେୟସଙ୍କ ସଫଳ ନେତୃତ୍ୱ ମଧ୍ୟରୁ ଦଳ କାହା ଉପରେ ଭରସା କରିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

Related Topics
Explore more stories