Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Father Son Cricket Record / କ୍ରିକେଟ୍ ଇତିହାସରେ ପ୍ରଥମ, BPLରେ ଏକାଠି ବ୍ୟାଟିଂ କଲେ ବାପା–ପୁଅ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
କ୍ରିକେଟ୍ ଇତିହାସରେ ପ୍ରଥମ, BPLରେ ଏକାଠି ବ୍ୟାଟିଂ କଲେ ବାପା–ପୁଅ
BPL 2026

Key Points

କ୍ରିକେଟ୍ ମଞ୍ଚରେ ଗର୍ବର ଦିନ
ବାପା–ପୁଅ ଏକାଠି କଲେ ବ୍ୟାଟିଂ
ବାପା–ପୁଅଙ୍କ ଅର୍ଦ୍ଧଶତକୀୟ ପାର୍ଟନରସିପ୍
କଥାରେ ଅଛି ଯେପରି ପିତା, ସେପରି ପୁତ୍ର । କିନ୍ତୁ ଯେତେବେଳେ ଜଣେ ପୁଅ ତାଙ୍କ ପିତାଙ୍କୁ ପଛରେ ପକାଇ ଆଗକୁ ବଢ଼େ, ସେହି ସମୟଟି ଜଣେ ପିତାଙ୍କ ପାଇଁ ବେଶ୍‌ ଗର୍ବର ମୁହୂର୍ତ୍ତ । ଜାନୁଆରୀ ୧୧, ୨୦୨୬ । ରବିବାର । ବାଂଲାଦେଶ ପ୍ରିମିୟର ଲିଗ୍‌ରେ ଏକ ରୋମାଞ୍ଚକର ଘଟଣା ଦେଖିବାକୁ ମିଳିଥିଲା । କ୍ରିକେଟ୍‌ ଇତିହସରେ ପ୍ରଥମ ଥର ପାଇଁ ବାପ-ପୁଅ ଏକାଠି ବ୍ୟାଟିଂ କରିଥିଲେ । ଆଉ ସବୁଠୁ ଆକର୍ଷଣୀୟ କଥା ହେଉଛି ପୁଅ ତାଙ୍କ ପିତାଙ୍କ ରେକର୍ଡ ଭାଙ୍ଗିଛି ।

ରବିବାର ଦିନ ବାଂଲାଦେଶ ପ୍ରିମିୟର ଲିଗ୍‌ରେ ନୋଆଖାଲି ଏକ୍ସପ୍ରେସ୍ ଏବଂ ଢାକା କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍‌ରେ ବାପା-ପୁଅ ଯୋଡ଼ି ଏକ ମ୍ୟାଚ୍‌ ଓ୍ବିନିଂ ଅର୍ଦ୍ଧଶତକୀୟ ପାର୍ଟନରସିପ୍‌ କରିଥିଲେ ।

ଆଫଗାନିସ୍ତାନର କିମ୍ବଦନ୍ତୀ ଅଲରାଉଣ୍ଡର ମହମ୍ମଦ ନବି ଏବଂ ତାଙ୍କ ପୁଅ ହାସନ ଇସାଖିଲ୍ BPLରେ ନୋଆଖାଲି ଏକ୍ସପ୍ରେସ୍ ପକ୍ଷରୁ ଖେଳୁଛନ୍ତି । ଢାକା କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ନୋଆଖାଲି ଏକ୍ସପ୍ରେସ୍ ପ୍ରଥମେ ବ୍ୟାଟିଂ କରିଥିଲେ । ଇନିଂସ୍ ଆରମ୍ଭ କରି ହାସନ ଇସାଖିଲ୍, ସୌମ୍ୟ ସରକାରଙ୍କ ସହିତ ମିଶି ୯.୨ ଓଭରରେ ପ୍ରାରମ୍ଭିକ ୱିକେଟ୍ ପାଇଁ ୧୦୧ ରନ୍ ଯୋଡ଼ିଥିଲେ । ସୌମ୍ୟ ସରକାର ୪୮ ରନ୍ କରି ଆଉଟ୍ ହୋଇଥିଲେ । ପରେ ଆଉ ଦୁଇ ଜଣ ବ୍ୟାଟ୍ସମ୍ୟାନ୍ ଶାହଦତ୍ ହୋସେନ୍ ଏବଂ ହବିବୁର୍ ମଧ୍ୟ ପ୍ୟାଭିଲିୟନ୍‌ ଫେରିଥିଲେ । ଆଉ ଏହାପରେ ଗୋଟିଏ ପଟେ ବ୍ୟାଟିଂ କରୁଥିବା ହାସନ୍‌ ଇସାଖିଲଙ୍କୁ ସାଥ୍‌ ଦେବାକୁ ଆସିଥିଲେ ତାଙ୍କ ପିତା ମହମ୍ମଦ ନବି ।

ପିତା-ପୁତ୍ର ଯୋଡ଼ି ପ୍ରଥମ ଥର ପାଇଁ ଏକାଠି ବ୍ୟାଟିଂ କରିଥିଲେ

ଯେତେବେଳେ ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ପିତା-ପୁତ୍ର ଯୋଡ଼ି ଏକାଠି ବ୍ୟାଟିଂ କରିଥିଲେ ସେହି ମୁହୂର୍ତ୍ତ ଐତିହାସିକ ଥିଲା । ମହମ୍ମଦ ନବି ଏବଂ ତାଙ୍କ ପୁଅ ହାସନ୍ ୫୩ ରନ୍‌ର ଅର୍ଦ୍ଧଶତକୀୟ ପାର୍ଟନରସିପ୍‌ କରିଥିଲେ । ଯାହା ଟି-୨୦ କ୍ରିକେଟ୍‌ରେ ନୋଆଖାଲି ଏକ୍ସପ୍ରେସ୍‌ ପାଇଁ ସର୍ବାଧିକ ଚତୁର୍ଥ ୱିକେଟ୍‌ ପାର୍ଟନରସିପ୍‌ । ତେବେ ନବି ୧୭ ରନ୍ କରି ଆଉଟ୍ ହେବା ପରେ ପିତା-ପୁତ୍ରଙ୍କ ପାର୍ଟନରସିପ୍‌ ଭାଙ୍ଗି ଯାଇଥିଲା ।

ମହମ୍ମଦ ନବିଙ୍କ ପୁଅ ହାସନ ଇସାଖିଲ ୯୨ ରନ କରିଥିଲେ ଏବଂ ନୋଆଖାଲି ଏକ୍ସପ୍ରେସ ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୧୮୪ ରନର ଟାର୍ଗେଟ ଦେଇଥିଲା । ୧୮୫ ରନର ଟାର୍ଗେଟକୁ ପିଛା କରି ଢାକା କ୍ୟାପିଟାଲ୍ସ ୨୦ ଓଭର ପୂରଣ କରିପାରି ନ ଥିଲା । ୧୮.୨ ଓଭରରେ ୧୪୩ ରନରେ ଅଲଆଉଟ ହୋଇଯାଇଥିଲା । ଯାହା ଫଳରେ ନୋଆଖାଲି ଏକ୍ସପ୍ରେସ ଏହି ମ୍ୟାଚ୍‌କୁ ୪୨ ରନ୍‌ରେ ନିଜ ନାମରେ କରିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cricket History Made: Father-Son Duo Bat Together in BPL for First Time | Argus News