Videos
|
Sports

Ronaldo Suspension / କ୍ରିଷ୍ଟିଆନୋ ରୋନାଲ୍ଡୋ ସସ୍‌ପେଣ୍ଡ ! ପର୍ତ୍ତୁଗାଲ୍ ପାଇଁ ୩୦ ଦିନ ଖେଳିପାରିବେନି, ଜାଣନ୍ତୁ କାରଣ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
କ୍ରିଷ୍ଟିଆନୋ ରୋନାଲ୍ଡୋ ସସ୍‌ପେଣ୍ଡ ! ପର୍ତ୍ତୁଗାଲ୍ ପାଇଁ ୩୦ ଦିନ ଖେଳିପାରିବେନି, ଜାଣନ୍ତୁ କାରଣ
Ronaldo Suspension

Key Points

ରୋନାଲ୍ଡୋଙ୍କୁ ୩୦ ଦିନର ବ୍ୟାନ୍
କୋଚ୍‌ଙ୍କ ସହ ବିବାଦ ପଡ଼ିଲା ମହଙ୍ଗା
ସସ୍‌ପେଣ୍ଡ ସହ ଲାଗିଲା ଜରିମାନା
ଫୁଟବଲ ଜଗତର ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପାଇଁ ବଢ଼ିଲା ଅଡ଼ୁଆ । ପର୍ତ୍ତୁଗାଲ୍ ଫୁଟବଲ୍ ଆସୋସିଏସନ୍ ରୋନାଲ୍ଡୋଙ୍କ ଉପରେ ୩୦ ଦିନର ନିଲମ୍ବନ ସହ ୨୮୫ ଡଲାର ଜରିମାନା ଲଗାଇଛି । ଦଳରେ ନିଜ ଭୂମିକାକୁ ନେଇ କୋଚ୍ ଜର୍ଜ ଜିସସ୍‌ଙ୍କ ସହ ବିବାଦ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି ।

ପର୍ତ୍ତୁଗାଲ୍ ଫୁଟବଲ୍ ଆସୋସିଏସନ୍‌ର ଅନୁଶାସନ କମିଟି ୪୧ ବର୍ଷୀୟ ରୋନାଲ୍ଡୋଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସମର୍ଥନ କରିଛି । ଏହାପରେ ତାଙ୍କୁ ୩୦ ଦିନ ପାଇଁ ନିଲମ୍ବିତ କରିବା ସହ ଜରିମାନା ଲଗାଯାଇଛି । ତେବେ ଏହି ବିବାଦ ପଛରେ ରୋନାଲ୍ଡୋଙ୍କ ପକ୍ଷର ମଧ୍ୟ ଏକ କାହାଣୀ ରହିଛି । ସେ କୋଚ୍ ଜର୍ଜ ଜିସସ୍‌ଙ୍କ ଉପରେ ଦୁଇଥର ପ୍ରତିଶ୍ରୁତି ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ।

କୋଚ୍‌ଙ୍କ ସହ କାହିଁକି ହେଲା ବିବାଦ ?

ନେସନ୍ସ ଲିଗ୍‌ରେ ଡେନମାର୍କ ବିପକ୍ଷ ମ୍ୟାଚ୍ ପୂର୍ବରୁ ରୋନାଲ୍ଡୋ ପର୍ତ୍ତୁଗାଲ୍ ଦଳର କ୍ୟାମ୍ପ ଛାଡ଼ି ଚାଲିଯାଇଥିଲେ । ନରୱେ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ବଦଳ ଖେଳାଳି ଭାବେ ମଧ୍ୟ ପଡ଼ିଆକୁ ଓହ୍ଲାଇବାର ସୁଯୋଗ ଦିଆଯାଇନଥିଲା ବୋଲି ସେ ଅଭିଯୋଗ କରିଥିଲେ ।

ରୋନାଲ୍ଡୋଙ୍କ କହିବା ଅନୁସାରେ, ଦଳରେ ତାଙ୍କ ଭୂମିକାକୁ ନେଇ କୋଚ୍ ଦୁଇଥର ନିଜ ପ୍ରତିଶ୍ରୁତିରୁ ଓହରି ଯାଇଥିଲେ । ଏହି ଘଟଣା ପରେ ଖେଳାଳି ଓ କୋଚ୍‌ଙ୍କ ମଧ୍ୟରେ ବିବାଦ ଆହୁରି ତୀବ୍ର ହୋଇଥିଲା । ଅନ୍ୟପକ୍ଷରେ, କୋଚ୍ ଜର୍ଜ ଜିସସ୍ ରୋନାଲ୍ଡୋଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ତଥାପି ଦଳକୁ ରୋନାଲ୍ଡୋଙ୍କ ଫେରିବା ପାଇଁ ଦ୍ୱାର ଖୋଲା ରହିଛି ବୋଲି ସେ କହିଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁ ନିୟମ ଭାଙ୍ଗିଥିଲେ ରୋନାଲ୍ଡୋ ?

ରିପୋର୍ଟ ଅନୁଯାୟୀ, ରୋନାଲ୍ଡୋ ଅନୁଶାସନ ନିୟମର ଧାରା ୧୬୦(୧) ଉଲ୍ଲଂଘନ କରିଥିଲେ । ଏହି କାରଣରୁ ତାଙ୍କ ବିରୋଧରେ ୩୦ ଦିନର ନିଲମ୍ବନ ଓ ଜରିମାନା ଘୋଷଣା କରାଯାଇଛି । ତେବେ କେଉଁ ମ୍ୟାଚ୍‌ଗୁଡ଼ିକରେ ଏହି ନିଲମ୍ବନ ଲାଗୁ ହେବ ଏବଂ ଏହାର ଅବଧି ପୂର୍ବରୁ ଶେଷ ହୋଇସାରିଛି କି ନାହିଁ, ସେ ସମ୍ପର୍କରେ ଫୁଟବଲ୍ ଫେଡେରେସନ୍ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

ନିଷ୍ପତ୍ତି ବିରୋଧରେ ଅପିଲ୍ କରିପାରିବେ ରୋନାଲ୍ଡୋ

ରୋନାଲ୍ଡୋ ଚାହିଁଲେ ଏହି ନିଲମ୍ବନ ବିରୋଧରେ ଅପିଲ୍ କରିପାରିବେ । କିନ୍ତୁ ସେ ଏହି ଘଟଣା ପାଇଁ ପୂର୍ବରୁ କ୍ଷମା ମାଗିସାରିଛନ୍ତି । ତାଙ୍କୁ ଦଣ୍ଡ ମିଳିବ ବୋଲି ଆଗରୁ ଆଶା କରିଥିବା ମଧ୍ୟ ସେ କହିଥିଲେ । ତେବେ ୩୦ ଦିନର ନିଲମ୍ବନ ଓ ଜରିମାନା ନେଇ ସେ କୌଣସି ବ୍ୟକ୍ତିଗତ ପ୍ରତିକ୍ରିୟା ଦେଇନାହାନ୍ତି ।