CSK New Head Coach / MS ଧୋନି ବାଛିବେ CSKର ନୂଆ ହେଡ୍ କୋଚ୍ ! ୨୦ ସେପ୍ଟେମ୍ବର ସୁଦ୍ଧା ହୋଇପାରେ ଘୋଷଣା
·28 mins ago·2 min read

Key Points
ଫ୍ଲେମିଂଙ୍କ ପରେ କିଏ ?
CSK କୋଚ୍ ଦୌଡ଼ରେ ସବୁଠାରୁ ଆଗରେ ଏହି ଷ୍ଟାର୍
ଧୋନି ନେବେ ବଡ଼ ନିଷ୍ପତ୍ତି
CSK କୋଚ୍ ଦୌଡ଼ରେ ସବୁଠାରୁ ଆଗରେ ଏହି ଷ୍ଟାର୍
ଧୋନି ନେବେ ବଡ଼ ନିଷ୍ପତ୍ତି
IPL ଇତିହାସରେ ପାଞ୍ଚ ପାଞ୍ଚ ଥରର ଚାମ୍ପିଆନ୍ ଦଳ ଚେନ୍ନାଇ ସୁପର କିଙ୍ଗ୍ସରେ ଏବେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ବହୁ ବର୍ଷ ଧରି CSK ର ମୁଖ୍ୟ କୋଚ୍ ଥିବା ଷ୍ଟିଫେନ୍ ଫ୍ଲେମିଂ ଦଳ ଛାଡ଼ିବା ପରେ ଚେନ୍ନାଇର ପରବର୍ତ୍ତୀ ହେଡ୍ କୋଚ୍ କିଏ ହେବେ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଫ୍ଲେମିଂଙ୍କ ନେତୃତ୍ୱରେ CSK ୨୦୨୩ରେ ନିଜର ପଞ୍ଚମ ଆଇପିଏଲ୍ ଟାଇଟଲ୍ ଜିତିଥିଲା । କିନ୍ତୁ ଏହା ପରେ ଦଳର ପ୍ରଦର୍ଶନରେ ଲଗାତାର ଅବନତି ଦେଖିବାକୁ ମିଳିଥିଲା । ଏବେ ଫ୍ଲେମିଂଙ୍କ ବିଦାୟ ପରେ CSK ନୂଆ କୋଚ୍ଙ୍କ ସହ ଦଳକୁ ପୁଣି ଶକ୍ତିଶାଳୀ କରିବାକୁ ଚାହୁଁଛି ।
୨୦ ସେପ୍ଟେମ୍ବର ସୁଦ୍ଧା ହୋଇପାରେ ଘୋଷଣା
ରିପୋର୍ଟ ଅନୁସାରେ, CSKର ନୂଆ ହେଡ୍ କୋଚ୍ଙ୍କ ନାମ ୨୦ ସେପ୍ଟେମ୍ବର ସୁଦ୍ଧା ଘୋଷଣା ହୋଇପାରେ । ଏହି ପଦ ପାଇଁ ଅଷ୍ଟ୍ରେଲିଆର ପୂର୍ବତନ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ମାଇକ୍ ହସିଙ୍କ ନାମ ସବୁଠାରୁ ଆଗରେ ଥିବା ଦାବି କରାଯାଉଛି । ମାଇକ୍ ହସି ୨୦୧୮ରୁ CSKର ବ୍ୟାଟିଂ କୋଚ୍ ଭାବେ କାମ କରୁଛନ୍ତି । ତେଣୁ ଦଳର ଖେଳାଳି, ଡ୍ରେସିଂ ରୁମ୍ ଏବଂ ଟିମ୍ ମ୍ୟାନେଜମେଣ୍ଟକୁ ସେ ଭଲ ଭାବରେ ବୁଝନ୍ତି । ଏହା ସହିତ ମହେନ୍ଦ୍ର ସିଂହ ଧୋନିଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବାରୁ ସେ ଏହି ପଦ ପାଇଁ ରେସ୍ରେ ଆଗୁଆ ରହିଛି ।
ହସି ଏପର୍ଯ୍ୟନ୍ତ କୌଣସି ଦଳର ମୁଖ୍ୟ କୋଚ୍ ଭାବେ କାମ କରିନାହାନ୍ତି । ତଥାପି ଇଂଲଣ୍ଡ ଟେଷ୍ଟ ଟିମ୍ ଏବଂ ଦ ହଣ୍ଡ୍ରେଡ୍ର ୱେଲ୍ସ ଫାୟାର୍ ସହ ତାଙ୍କର କୋଚିଂ ଅଭିଜ୍ଞତା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୋର୍ଗାନ୍ ଓ ଦ୍ରାବିଡ୍ଙ୍କ ନାମ ମଧ୍ୟ ଚର୍ଚ୍ଚାରେ
CSKର ନୂଆ ହେଡ୍ କୋଚ୍ ପାଇଁ ଇଂଲଣ୍ଡର ପୂର୍ବତନ ବିଶ୍ୱକପ୍ ବିଜେତା ଅଧିନାୟକ ଇଅନ୍ ମୋର୍ଗାନ୍ଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । CSKର ପୂର୍ବତନ ଖେଳାଳି ରବିଚନ୍ଦ୍ରନ୍ ଅଶ୍ୱିନ୍ ମଧ୍ୟ ମୋର୍ଗାନ୍ଙ୍କୁ କୋଚ୍ କରାଯାଇପାରେ ବୋଲି ପୂର୍ବରୁ ସମ୍ଭାବନା ପ୍ରକାଶ କରିଥିଲେ ।
ମାଇକ୍ ହସି ଓ ଇଅନ୍ ମୋର୍ଗାନ୍ଙ୍କ ବ୍ୟତୀତ ମ୍ୟାକ୍କଲମ୍, ହେମାଙ୍ଗ ବଦାନୀ, କେପ୍ଲର୍ ୱେସେଲ୍ସ ଏବଂ ରାହୁଲ ଦ୍ରାବିଡ୍ଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଥିବା କୁହାଯାଉଛି ।
ତେବେ ଏହି ନାମଗୁଡ଼ିକ ମଧ୍ୟରୁ କାହାକୁ CSKର ହେଡ୍ କୋଚ୍ କରାଯିବ, ସେନେଇ ଫ୍ରାଞ୍ଚାଇଜି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ଘୋଷଣା ହୋଇନାହିଁ । ଏବେ ସମସ୍ତଙ୍କ ନଜର ରହିଛି—ଧୋନିଙ୍କ ପସନ୍ଦ କିଏ ହେବେ ଏବଂ CSKର ନୂଆ କୋଚ୍ ଭାବେ କାହା ନାମରେ ମୋହର ଲାଗିବ ।

Related Topics
Explore more stories